ନାଲି ରସିଦ କାଟିବାକୁ ନାଲିଆଖି

ଭୁବନ,୨୯।୫(ଡି.ଏନ୍‌.ଏ.): ଡିଲର ପଏଣ୍ଟରେ ଜବରଦସ୍ତ ଆଦାୟ ହେଉଛି ପରିମଳ ଟିକସ। ଯେଉଁମାନେ ଏଥିରେ ଅସମର୍ଥ ପ୍ରକାଶ କରୁଛନ୍ତି, ସେମାନଙ୍କୁ ଚାଉଳ ଦିଆଯାଉନାହିଁ। ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ପରିମଳ ଟିକସ ଆଦାୟରେ ବିଫଳ ଏନ୍‌ଏସି କର୍ତ୍ତୃପକ୍ଷ ଟାର୍ଗେଟ ପୂରଣ ପାଇଁ ସ୍ବଚ୍ଛସାଥୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିବାବେଳେ ସେମାନେ ନାଲିଆଖି ଦେଖାଇ ନାଲି ରସିଦ କାଟିବାକୁ ବାଧ୍ୟ କରିବା ଗରିବଙ୍କ ପେଟରେ ଲାତ ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
ଭୁବନ ଏନ୍‌ଏସିର ୧୫ ଓ୍ବାର୍ଡର ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ୧୫ଜଣ ସ୍ବଚ୍ଛସାଥୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ଏକ ଘରୋଇ ଠିକାସଂସ୍ଥାକୁ ସହର ସଫେଇ ଦାୟିତ୍ୱ ଦିଆଯାଇଛି। ଏଥିରେ ମାସିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାକୁ ବାଦ୍‌ଦେଲେ
ଆବର୍ଜନା ସଂଗ୍ରହ ବାବଦକୁ ପ୍ରତି ଘରୁ ମାସିକ ୧୫ ଟଙ୍କା ଟିକସ ଆଦାୟ କରାଯାଉଛି। ହେଲେ ପରିମଳ ସଫେଇ ଠିକ୍‌ ଭାବେ କରାଯାଉ ନ ଥିବା ଅଭିଯୋଗ କରି ବହୁ ପରିବାର ଟିକସ ଦେଉନାହାନ୍ତି। ସେମାନଙ୍କୁ ବୁଝାଇଶୁଝାଇ ଟିକସ ଆଦାୟ କରିବାରେ ସ୍ବଚ୍ଛସାଥୀ ବିଫଳ ହେଉଛନ୍ତି। ଟିକସ ଟାର୍ଗେଟ୍‌ ପୂରଣ କରିବା ପାଇଁ ସେମାନେ ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ସାମଗ୍ରୀ ପ୍ରଦାନ କରାଯାଉଥିବା ଡିଲର ପଏଣ୍ଟରେ ଅପେକ୍ଷା କରୁଛନ୍ତି ଏବଂ ହିତାଧିକାରୀଙ୍କୁ ପରିମଳ କର ଦେବାକୁ ବାଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଟିକସ ଦେଉଥିବା ହିତାଧିକାରୀଙ୍କୁ ସେମାନେ ଏକ ନାଲି ରଙ୍ଗର ରସିଦ ଧରାଇଦେଉଛନ୍ତି। ଡିଲରଙ୍କୁ ଏହା ଦେଖାଇବା ପରେ ଚାଉଳ ମିଳୁଛି। ଯେଉଁମାନେ ଏଥିରେ ଅସହାୟତା ପ୍ରକାଶ କରୁଛନ୍ତି, ସେମାନେ ମାସିକ ଚାଉଳ କୋଟାରୁ ବଞ୍ଚତ୍ତ ହେଉଛନ୍ତି। ସମସ୍ୟା ସମ୍ପର୍କରେ ସେମାନେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନ୍‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏନ୍‌ଏସି ପ୍ରଶାସନ ଏବଂ ଯୋଗାଣ ବିଭାଗ ଏ ଦିଗରେ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚାଉଳରୁ ବଞ୍ଚତ୍ତ ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ବେଡ଼ା ବେସ୍ରା କୁହନ୍ତି, ଏଭଳି ଟିକସ ଆଦାୟ କରିବା ଲାଗି କୌଣସି ସରକାରୀ ନିର୍ଦ୍ଦେଶ ନାହିଁ। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନ୍‌ଏସି ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ କୁହନ୍ତି, ସ୍ବଚ୍ଛସାଥୀଙ୍କୁ ଘର ଘର ବୁଲି ଲୋକଙ୍କୁ ବୁଝାଶୁଝା କରି ପରିମଳ ଟିକସ ଆଦାୟ କରିବାକୁ କୁହାଯାଇଛି। ହେଲେ ଏଥିଲାଗି ଗରିବ ହିତାଧିକାରୀଙ୍କ ଯୋଗାଣ ସାମଗ୍ରୀ ବନ୍ଦ କରିବା ଦଣ୍ଡନୀୟ ଅପରାଧ। ଏଭଳି ବେନିୟମ କାର୍ଯ୍ୟ କରୁଥିବା ସ୍ବଚ୍ଛସାଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri