କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଅନେକ ସମୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନ ଅଶାନ୍ତ ହେଉଛି। ଏପରିସ୍ଥଳେ ବୁଧବାର ଏଠାରେ ଦୁଇଥର ଭଙ୍ଗାରୁଜା ହୋଇଛି। ସକାଳେ ଯୁବ କଂଗ୍ରେସ କାର୍ଯ୍ୟାଳୟ ଭିତରେ ଓ ସନ୍ଧ୍ୟାରେ ପିସିସି ସଭାପତିଙ୍କ କକ୍ଷ ସମ୍ମୁଖରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ତେବେ କିଏ ଏପରି କାଣ୍ଡ ଘଟାଇଲେ ସେନେଇ କେହି କିଛି କହିପାରୁ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସକାଳ ଘଟଣା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାତ୍ର ଜଗୁଆଳଙ୍କୁ ନିଲମ୍ବନ କରିଥିଲେ। ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ହେଲେ ଏହାପରେ ତାଙ୍କ ନାମ ଫଳକକୁ ଭଙ୍ଗାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଅପରପକ୍ଷେ ଏହି ଘଟଣା ପରେ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ସେ ନିହାର ରଞ୍ଜନ ନାମକ ଜଣେ ଯୁବକଙ୍କ ନାଁରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନଳିନୀକାନ୍ତ କହିଛନ୍ତି, ଯୁବକ ଜଣକ ବନ୍ଧୁକ ଓ ଖଣ୍ଡା ଲଗାଇ ହତ୍ୟା କରିବାକୁ ଧମକ ଦେଇଛନ୍ତି। ସେ କଂଗ୍ରେସ କର୍ମକର୍ତ୍ତା ନ ହୋଇ ମଧ୍ୟ କଂଗ୍ରେସ ଭବନ ଭିତରେ ପଶି ମାରିବାକୁ ଧମକ ଦେଇଛନ୍ତି। ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଅନୁରୋଧ କରିଥିବା ସେ କହିଛନ୍ତି।
ରାତ୍ରି ଜଗୁଆଳଙ୍କ କହିବାନୁସାରେ, ସକାଳ ପ୍ରାୟ ୬ଟାରେ ୪ଜଣ ଯୁବକ ମୁହଁରେ କଳା କପଡା ପିନ୍ଧି କଂଗ୍ରେସ ଭବନକୁ ଜବରଦସ୍ତ ପଶିଥିଲେ। ସେମାନେ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ପଡ଼ିଥିବା ତାଲାର ଚାବି ମାଗିଥିଲେ। ନ ମିଳିବାରୁ ତାଲା ଭାଙ୍ଗି ଭିତରେ ଭଙ୍ଗାରୁଜା କରିଥିଲେ। ଯୁବ କଂଗ୍ରେସ ସଭାପତିଙ୍କ ଟେବୁଲ୍‌ ଓ ଚେୟାର ଭାଙ୍ଗିବା ପରେ ଫେରାର ହୋଇଯାଇଥିଲେ। ସାରେ ଆଉ କେତେଜଣ ଦୁର୍ବୃତ୍ତ କଂଗ୍ରେସ ଭବନକୁ ପଶି ପୁଣି ଭଙ୍ଗାରୁଜା କରିଥିଲେ। ପିସିସି ସଭାପତିଙ୍କ କକ୍ଷ ସାମ୍ନାରେ ଥିବା କିଛି ଚୌକି ଭାଙ୍ଗିଦେବା ସହ ତାଙ୍କ ନାମଫଳକକୁ କାଢି ଫୋପାଡି ଦେଇଥିଲେ। ସେହିପରି ମହିଳା କଂଗ୍ରେସ ସଭାପତିଙ୍କ କକ୍ଷ ସମ୍ମୁଖରେ ଥିବା ନାମଫଳକକୁ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri