Posted inଜାତୀୟ

ପଶ୍ଚିମବଙ୍ଗ ରାଜନୀତି ସରଗରମ: ମୋଦିଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

କୋଲକାତା,୨ ।୭: ପଶ୍ଚିମବଙ୍ଗ ବିଧାନସଭାର ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀ ସଲିସିଟର ଜେନରାଲ ତୁଷାର ମେହେଟ୍ଟାଙ୍କୁ ସାକ୍ଷାତ୍ କରିବା ପରେ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ଏହାକୁ ନେଇ ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି)ଏମ୍‌ପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସଲିସିଟର ଜେନରାଲଙ୍କୁ ପଦରୁ ହଟାଇବାକୁ ଉଲ୍ଲେଖ କରାଯାଇଛି । ନାରଦା ଘୋଟାଲାରେ ସମ୍ପୃକ୍ତ ଥିବା ଶୁଭେନ୍ଦୁ ଅଧିକାରୀ ତୁଷାର ମେହେଟ୍ଟାଙ୍କୁ ସାକ୍ଷାତ୍ କରି ଥିବାରୁ ଟିଏମ୍‌ସି ପକ୍ଷରୁ ଏହି ଦାବି କରାଯାଇଛି । ଲିଖିତ ଚିଠିରେ ଦର୍ଶାଯାଇଛି ଯେ ଅଧିକାରୀ ସଲିସିଟର ଜେନରାଲ ମେହେଟ୍ଟାକୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଥିବାର ଭିଡିଓ ଓ ମିଡିଆ ରିପୋର୍ଟ ରହିଛି । କାରଣ ଗୁରୁବାର ଶୁଭେନ୍ଦୁ ଅଧିକାରୀ ଦିଲ୍ଲୀରେ ଥିଲେ ଓ ସେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ୍ କରିଥିଲେ । ଉକ୍ତ ଚିଠିରେ ଦର୍ଶାଯାଇଛି କି ଅଧିକାରୀ ଠକେଇ, ବେଆଇନ ଲାଞ୍ଚ ଆଦି ବିଭିନ୍ନ ଆପରାଧିକ ମାମଲାରେ ଜଡିତ । ଏହାସହ ନାରଦା ଷ୍ଟିଙ୍ଗ ଅପରେଶନରେ ଲାଞ୍ଚ ନେଇଥିବା କ୍ୟାମେରାରେ ଧରା ପଡିଥିଲା । ସଲିସିଟର ଜେନରାଲ ହେଉଛନ୍ତି ଦ୍ୱିତୀୟ ବରିଷ୍ଠ ଆଇନ ଅଧିକାରୀ । ତେଣୁ ଶୁଭେନ୍ଦୁ ତାଙ୍କୁ କିଭଳି ସାକ୍ଷାତ୍ କଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ନୂଆ କୋଭିଡ୍‌ ଷ୍ଟ୍ରେନର ମାମଲା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ,୬।୧: ଦେଶରେ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୨ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ବୁଧବାର ନୂତନ ଷ୍ଟ୍ରେନ ସଂକ୍ରମିତ ଲୋକଙ୍କ...

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପଶ୍ଚିମବଙ୍ଗକୁ ବ୍ୟାପିଲା ନିଆଁ

ଗୁଆହାଟୀ/ନୂଆଦିଲ୍ଲୀ/କୋଲକାତା, ୧୪ା୧୨(ପି.ଟି./ଆଇଏଏନ୍‌ଏସ୍‌): ନୂଆ ନାଗରିକତ୍ୱ ଆଇନକୁ ନେଇ ଉତ୍ତର-ପୂର୍ବାଞ୍ଚଳରେ ଚାଲିଥିବା ଆନ୍ଦୋଳନର ନିଆଁ ଶୁକ୍ରବାର ପଶ୍ଚିମବଙ୍ଗକୁ ବ୍ୟାପିଛି। ଆସାମ, ତ୍ରିପୁରା, ମଣିପୁର, ସିକିମ, ମେଘାଳୟ ଓ...

ଭାଜପା ଶାସିତ ରାଜ୍ୟକୁ ମିଳୁଛି ଅଧିକ ଡୋଜ୍‌ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଭିଯୋଗ

ମୁମ୍ବାଇ,୮।୪: କେନ୍ଦ୍ର ସରକାର କରୋନା ଟିକା ଯୋଗାଣରେ ଭେଦଭାବ କରୁଛନ୍ତି। ଭାଜପା ଶାସିତ ରାଜ୍ୟଗୁଡ଼ିକୁ ଅଧିକ ସଂଖ୍ୟକ ଡୋଜ୍‌ ଯୋଗାଇ ଦିଆଯାଉଥିବାବେଳେ ଅଣ-ଭାଜପା ଶାସିତ ରାଜ୍ୟ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମେଣ୍ଢର ସେକ୍ଟରରେ ସାରାରାତି ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୬।୯ : ଜମ୍ମୁ-କଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନା ଧରୁନି। ପାକିସ୍ତାନ ବାରମ୍ବାର ଏଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ରବିବାର ରାତିରେ ପାକିସ୍ତାନ...

ଆଇସୋଲେଶନ ୱାର୍ଡରେ ପ୍ରସବ: ନବଜାତ ଶିଶୁ କରୋନା ସଂକ୍ରମଣ ମୁକ୍ତ

ନୂଆଦିଲ୍ଲୀ, ୪ ।୪: ଦିଲ୍ଲୀ ସ୍ଥିତ ଏମ୍ସ୍‌ରେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କ ସ୍ତ୍ରୀ ଆଇସୋଲେଶନ ୱାର୍ଡରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମହିଳା...

୨ଟି ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିବେ ସୋନୁ ସୁଦ୍‌

ନୂଆଦିଲ୍ଲୀ,୨୩।୫: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଆନ୍ଧ୍ରପ୍ରଦେଶର ନେଲୁରସ୍ଥିତ ୨ଟି ହସ୍ପିଟାଲରେ ନିଜ ଖର୍ଚ୍ଚରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍‌ରେ...

ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ପତି ଗିରଫ

କୋଲ୍ଲମ,୨୬।୫: କେରଳର କୋଲ୍ଲମରେ ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସର କହିବା ମୁତାବକ ଘଟଣାଟି ମେ’୬ରେ...

ଆଉ ମାସେ ବଢିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୨୭।୪: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଇତିମଧ୍ୟରେ...

Advertisement


Archives

Model This Week