Posted inଖେଳ

ଟିମ୍‌ ଇଣ୍ଡିଆର ଦୁର୍ବଳତା ଦେଖାଇଲେ କିମ୍ବଦନ୍ତୀ ଖେଳାଳି

ଲଣ୍ଡନ,୨।୭: ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଠାରୁ ୦-୧ରେ ଟେଷ୍ଟ ସିରିଜ୍‌ ହାରିବା ପରେ ଇଂଲଣ୍ଡ ଦଳକୁ ସମାଲୋଚନା କରିଥିଲେ ମାଇକେଲ ଭନ ଓ ନାସିର ହୁସେନଙ୍କ ଭଳି ପୂର୍ବତନ ଅଧିନାୟକ। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଅଭାବ ଓ ଜୋଫ୍ରା ଆର୍ଚ୍ଚରଙ୍କ ଅନୁପସ୍ଥିତି ଯୋଗୁ ଭାରତ ବିପକ୍ଷ ସିରିଜ୍‌କୁ ଜିତିବା ଇଂଲଣ୍ଡ ପକ୍ଷେ କଷ୍ଟକର ହୋଇପଡ଼ିବ ବୋଲି ସେମାନେ କହିଥିଲେ। କିନ୍ତୁ ଆଉ ଜଣେ ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ଙ୍କ ଅନୁଯାୟୀ, ଭାରତୀୟ ଦଳର ବଡ଼ ଦୁର୍ବଳତା ରହିଛି। ଘରୋଇ ଇଂଲଣ୍ଡ ଦଳ ଯାହାର ଫାଇଦା ଉଠାଇ ସିରିଜ୍‌କୁ ସହଜରେ ଜିତି ପାରିବ।

“ଭାରତ ଅନ୍ୟତମ ଟେଷ୍ଟ ଦଳ। କିନ୍ତୁ ବଲ ଯଦି ମୁଭ କରେ, ତେବେ ଇଂଲଣ୍ଡରେ ସେମାନଙ୍କ ଜିତିବାର ସମ୍ଭାବନା ଖୁବ୍‌ କମ୍‌। ଅଗଷ୍ଟ ମାସରେ ଯେଉଁଭଳି ପିଚ୍‌ ବ୍ୟବହାର କରେ, ତାହା ଇଂଲଣ୍ଡ ବୋଲରଙ୍କୁ ଫାଇଦା ଦେବ। ଭାରତ ପାଖରେ ବହୁ ବିଶ୍ୱ ସ୍ତରୀୟ ବ୍ୟାଟ୍ସମ୍ୟାନ ରହିଛନ୍ତି। ମାତ୍ର ମୁଭ କରୁଥିବା ବଲକୁ ଖେଳିବାରେ ସେମାନଙ୍କ ଦୁର୍ବଳତା ରହିଛି। ଯଦି ସେଭଳି ଘଟେ, ତେବେ ଇଂଲଣ୍ଡ ଦଳର ଜିତିବାର ବିଶେଷ ସମ୍ଭାବନା ରହିବ” ବୋଲି କୁକ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନ୍ତିମ ଥର ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିଥିଲା ଭାରତ। ତା’ ପରଠୁ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶୋଚନୀୟ ପ୍ରଦର୍ଶନ କରିଆସିଛି। ୨୦୧୧ରେ ୦-୪ ବ୍ୟବଧାନରେ ପରାସ୍ତ ହୋଇଥିବାବେଳେ ୨୦୧୪ରେ ୧-୩ ଓ ୨୦୧୮ରେ ୧-୪ ବ୍ୟବଧାନରେ ପରାଜୟ ବରଣ କରିଥିଲା ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri