Posted inଜାତୀୟ

ଟିଏମ୍‌ସି ଖରାପ, ଭାଜପା ତା’ଠୁ ୧୦୦୦ ଗୁଣ

କୋଲକାତା, ୭।୧୨:ଦୀର୍ଘ ୯ ବର୍ଷର ନିର୍ବାଚନ ପରେ ଘର ତଥା ନିଜର ରାଜନୈତିକ ଗଡ଼ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଫେରିଥିବା ସିପିଆଇଏମ୍‌ର ହେଭିଓ୍ବେଟ୍‌ ନେତା ସୁଶାନ୍ତ ଘୋଷ ଟିଏମ୍‌ସି ଓ ଭାଜପା ଉପରେ ବର୍ଷିଛନ୍ତି। ୨୦୦୨ରେ ସୁଶାନ୍ତଙ୍କ ପୈତୃକ ଘର ନିକଟରୁ ୭ଟି ମଣିଷ କଙ୍କାଳ ଉଦ୍ଧାର ହୋଇଥିଲା। ୭ ଜଣଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ୨୦୧୧ରେ ସୁଶାନ୍ତ ଦୋଷୀସାବ୍ୟସ୍ତ ହୋଇଥିଲେ। ୨୦୧୨ରେ ଜାମିନ ମିଳିବା ସତ୍ତ୍ୱେ ତାଙ୍କୁ ପଶ୍ଚିମ ମିଦନାପୁରରେ ପ୍ରବେଶ ଲାଗି କୋର୍ଟ ଅନୁମତି ଦେଇ ନ ଥିଲେ। ସୁପ୍ରିମକୋର୍ଟ ଉକ୍ତ ସର୍ତ୍ତକୁ ରଦ୍ଦ କରିବା ପରେ ସେ ପଶ୍ଚିମ ମିଦନାପୁର ଫେରିଛନ୍ତି। ଉକ୍ତ ଜିଲାର ଚନ୍ଦ୍ରକୋଣଠାରେ ଏକ ର଼୍ୟାଲି କରି ସେ ଟିଏମ୍‌ସି ଓ ଭାଜପା ଉପରେ ବର୍ଷିଥିଲେ।
ସେ କୌଣସି ଅପରାଧ କରି ନ ଥିଲେ। ଯେଉଁମାନେ ଅପରାଧକୁ ପ୍ରୋତ୍ସାହିତ କରିଥିଲେ, ସେମାନେ ବର୍ତ୍ତମାନ ସରକାରରେ ବିଧାୟକ ଓ ମନ୍ତ୍ରୀ ବୋଲି ସିପିଆଇଏମ୍‌ ନେତା କହିଛନ୍ତି। ଜୋଙ୍ଗୋଲମୋହଲ ଅଞ୍ଚଳର ସମସ୍ତ ନାଗରିକ ଟିଏମ୍‌ସି ସରକାରକୁ ଫିଙ୍ଗିଦେବା ପାଇଁ ପ୍ରସ୍ତୁତ, ଯାହା ନଭେମ୍ବର ୨୬ ଦେଶବ୍ୟାପୀ ଧର୍ମଘଟରୁ ସ୍ପଷ୍ଟ ହୋଇଛି।
ତେବେ ଟିଏମ୍‌ସିଠାରୁ ଭାଜପା ୧୦୦୦ ଗୁଣ ଖରାପ। ଟିଏମ୍‌ସିରୁ ମୁକ୍ତି ପାଇବା ପାଇଁ ଭାଜପା ପତାକା ଧରିବା ଅଧିକ ବିପଜ୍ଜନକ ହେବ। ଏହା ରାଜ୍ୟ ପାଇଁ ବଡ଼ ବିପଦ ହୋଇଥିବାରୁ ଜନସାଧାରଣ ଗୈରିକ ଦଳ ପ୍ରତି ସତର୍କ ରହିବାକୁ ସୁଶାନ୍ତ କହିଛନ୍ତି। ପଶ୍ଚିମବଙ୍ଗରେ ମିଛର ଶାସନ ଚାଲିଥିବାବେଳେ କେନ୍ଦ୍ର କେବଳ ମିଥ୍ୟାରେ ଚାଲିଥିବା ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri