କୋଲକାତା, ୧୨ା୭(ପି.ଟି.): ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମ୍ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ୨୩,୩୪୪ ଗ୍ରାମ ପଞ୍ଚାୟତ ଆସନର ଫଳାଫଳ ଘୋଷଣା କରାଯାଇଥିବାବେଳେ ସେଥିରୁ ଟିଏମ୍ସି ୧୬,୩୩୦ ଆସନରେ ବିଜୟୀ ହୋଇଛି। ଏହା ବ୍ୟତୀତ ଉକ୍ତ ଦଳ ୩,୦୦୨ ଆସନରେ ଆଗରେ ରହିଛି। ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ୩,୭୯୦ ଆସନ ଜିତିଥିବାବେଳେ ୮୦୨ ଆସନରେ ଆଗୁଆ ଥିବା ଜଣାପଡ଼ିଛି। ମୋଟ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନ ପାଇଁ ନିର୍ବାଚନ ହୋଇଥିଲା। ବାମ ସାମ୍ମୁଖ୍ୟ ୧,୩୬୫ ଆସନ ଜିତିଥିବାବେଳେ ୬୨୧ ଆସନରେ ଆଗରେ ରହିଛି। ସେହିପରି କଂଗ୍ରେସ ୮୮୬ ଆସନ ହାତେଇବା ସହ ୨୫୬ଟିରେ ଆଗୁଆ ଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟ ଦଳ ମଧ୍ୟରେ ନବଗଠିତ ଆଇଏସ୍ଏଫ୍ ୯୩୭ ଆସନ ଜିତିବା ସହ ୧୯୦ଟିରେ ଆଗରେ ଅଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ୪୧୮ ଆସନ ଜିତିଛନ୍ତି। ଜିଲା ପରିଷଦର ମୋଟ ୯୨୮ ଆସନ ମଧ୍ୟରୁ ସନ୍ଧ୍ୟା ସୁଦ୍ଧା ଘୋଷିତ ସମସ୍ତ ୧୮ ଆସନ ଟିଏମ୍ସି ଜିତିନେଇଛି। ଏହା ବ୍ୟତୀତ ୩୦ ଆସନରେ ଏହି ଦଳ ଆଗରେ ରହିଛି। ଟିଏମ୍ସି ଏବଂ ରାଜ୍ୟ ସରକାରଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ରହିଥିବା ପଞ୍ଚାୟତ ନିର୍ବାଚନ ଫଳାଫଳରୁ ପ୍ରତିଫଳିତ ହୋଇଛି। ଭୋଟରମାନେ ଭାଜପାର ବିଭାଜନକାରୀ ରାଜନୀତି ଏବଂ କଂଗ୍ରେସ, ସିପିଆଇ(ଏମ୍)ର ନକାରାତ୍ମକ ରାଜନୀତିକୁ ବର୍ଜନ କରିଥିବା ଟିଏମ୍ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ସେମିଫାଇନାଲ ସଦୃଶ ହୋଇଥିବାରୁ ଦଳଗୁଡ଼ିକ ସବୁ ସାମର୍ଥ୍ୟ ଲଗାଇ ଲଢ଼ିଥିଲେ। ମତଦାନ ଦିନ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୧ ଟିଏମ୍ସି କର୍ମୀଙ୍କ ସମେତ ୧୫ ଜଣଙ୍କ ଜୀବନ ଯାଇଥିଲା। ନିର୍ବାଚନ ଘୋଷଣା ହେବା ଦିନଠାରୁ ହିଂସାକାଣ୍ଡରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଭୋଟ୍ ଜାଲିଆତି ଏବଂ ହିଂସାକାଣ୍ଡ ଅଭିଯୋଗକୁ ନେଇ ୬୯୬ ଆସନରେ ସୋମବାର ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। କାଲ୍କାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମତଦାନ ଏବଂ ଭୋଟଗଣତି ଦିନ କେନ୍ଦ୍ରୀୟ ପୋଲିସ ବଳ ନିୟୋଜିତ କରାଯାଇଥିଲା। ଶନିବାର ୮୦.୭୧ ପ୍ରତିଶତ ମତଦାନ ହୋଇଥିଲା।
୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…
ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…
ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…
ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ଫସିଗଲେ ଡେଭିଡ୍ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ
ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଆମେରିକା ରେଡ୍ ଲାଇନ୍ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ
ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
Archives

