Posted inଜାତୀୟ

ଟିଏମ୍‌ସି-ଭାଜପା ଅଡିଓ ଟେପ୍‌ ଓ୍ବାର୍‌

କୋଲକାତା,୨୮।୩: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର ହେଉଥିବାବେଳେ ଅଡିଓ ଟେପ୍‌ ମାଧ୍ୟମରେ ଦୁଇ ଦଳ ପରସ୍ପରକୁ ଦୋଷାରୋପ କରିବା ଆରମ୍ଭ କରିଛନ୍ତି। ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଟକ୍କର ଜୋର୍‌ଦାର ହୋଇଛି। ମମତା ସେଠାରେ ଭାଜପାର ଜଣେ ନେତାଙ୍କୁ ଡାକି ସହାୟତା ପାଇଁ କହିଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଭାଜପା ନେତା ପ୍ରଳୟ ପାଲ୍‌ କହିଥିଲେ, ମମତା ତାଙ୍କୁ ନିର୍ବାଚନରେ ଜିତିବା ଲାଗି ସହାୟତା କରିବାକୁ ଫୋନ୍‌ ଯୋଗେ କହିଥିଲେ। ସେମାନଙ୍କ କଥାବାର୍ତ୍ତାର ଅଡିଓ ଟେପ୍‌ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ତେବେ କଲ୍‌ ରେକର୍ଡିଂର ସ୍ବର ଯାଞ୍ଚ ହୋଇ ନ ଥିବା ଟିଏମ୍‌ସି କହିଛି।
ଏହାର ଜବାବରେ ଟିଏମ୍‌ସି ଅନ୍ୟ ଏକ ଅଡିଓ ଟେପ୍‌ ଜାରି କରି ଭାଜପା ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଛି। ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରିବା ଲାଗି ଉକ୍ତ ଟେପ୍‌ରେ ଭାଜପା ନେତା ମୁକୁଲ ରାୟ ଓ ଶିଶିର ବାଜୋରିଆ ପରସ୍ପର ମଧ୍ୟରେ କଥା ହେଉଥିବା ଟିଏମ୍‌ସି କହିଛି। ସ୍ଥାନୀୟ କର୍ମୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବୁଥ୍‌ ଏଜେଣ୍ଟ କରିବା ଲାଗି ଅନୁମତି ଦେବା ନିମନ୍ତେ ନିୟମରେ ପରିବର୍ତ୍ତନ ପାଇଁ ଇସିଙ୍କୁ ଅନୁରୋଧ କରିବେ ବୋଲି ମୁକୁଲ ଓ ଶିଶିର କଥା ହୋଇଥିବା ଉକ୍ତ ଟେପ୍‌ରେ ରହିଥିବା ଶାସକ ଦଳ ଅଭିଯୋଗ କରିଛି।

ମୋଦି ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି: ମମତା
ପଡୋଶୀ ବାଂଲାଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨ ଦିନିଆ ଗସ୍ତ ନିର୍ବାଚନ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଏକ ରାଲିରେ କହିଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବାବେଳେ ମୋଦି ପଡୋଶୀ ଦେଶକୁ ଯାଇ ସେଠାରେ ବେଙ୍ଗଲ ଉପରେ ଭାଷଣ ଦେଇ ରାଜ୍ୟର ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଭାଜପା ଏମ୍‌ପି ଶାନ୍ତନୁ ଠାକୁରଙ୍କ ସହ ଓରାକାଣ୍ଡି ଗସ୍ତ କରିଥିବା ଖଡ଼ଗପୁରଠାରେ ଏକ ସଭାରେ ମମତା କହିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଟିଏମ୍‌ସି ରାଲିରେ ବାଂଲାଦେଶୀ ଅଭିନେତା ଯୋଗଦେବାରୁ କେନ୍ଦ୍ର ସରକାର ତାଙ୍କ ଭିଜା ରଦ୍ଦ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭିଜା କ’ଣ ପାଇଁ ରଦ୍ଦ ନ ହେବ ବୋଲି ମମତା ପ୍ରଶ୍ନ କରିବା ସହ ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ଭୋଟ ବେଳେ ହିଂସା: ୨ କର୍ମଚାରୀ , ୪ ଭାଜପା କର୍ମୀ ଆହତ

ପଶ୍ଚିମବଙ୍ଗରେ ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ପୂର୍ବ ମେଦିନିପୁର ଜିଲାର ସତ୍‌ସତାମଲ ନିର୍ବାଚନ ମଣ୍ଡଳୀରେ ଗୁଳିକାଣ୍ଡ ଘଟିଛି। ନିର୍ବାଚନ ଡ୍ୟୁଟିରେ ଥିବା ଦୁଇଜଣ ସୁରକ୍ଷା କର୍ମୀ ଏଥିରେ ଆହତ ହୋଇଛନ୍ତି। ମେଦିନିପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀମାନେ ବୁଥ୍‌ ଜବରଦଖଲ କରିଥିବା ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଟିଏମ୍‌ସିର ସହଯୋଗୀମାନେ ଲୋକଙ୍କୁ ଭୟଭୀତ କରିବା ଲାଗି ଉଦ୍ୟମ କରୁଥିବା ଭାଜପା ଜିଲା ସଭାପତି ଅନୁପ ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି। ଉତ୍ତର କଣ୍ଠିର ୧୭୮ ନମ୍ବର ବୁଥ୍‌ ନିକଟରେ ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ହେବାରୁ ୪ ଜଣ ଆହତ ହୋଇଛନ୍ତି। ପଶ୍ଚିମ ମେଦିନିପୁରର ୧୬୭ ନମ୍ବର ବୁଥ୍‌ରେ ଭାଜପା ସମର୍ଥକମାନେ ପଶି ଲୋକଙ୍କୁ ଭୋଟ ଦେବାକୁ ଦେଇ ନ ଥିଲେ ବୋଲି ଟିଏମ୍‌ସି କହିଛି।

ପଶ୍ଚିମବଙ୍ଗରେ ୭୯.୮, ଆସାମରେ ୭୨.୧% ମତଦାନ

ପଶ୍ଚିମବଙ୍ଗ ଓ ଆସାମରେ ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ପଶ୍ଚିମବଙ୍ଗର କେତେକ ସ୍ଥାନରେ କାଁଭାଁ ହିଂସାକାଣ୍ଡ ଖବର ମିଳିଥିବାବେଳେ ମୋଟାମୋଟି ଭାବେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଥିଲା। ଅପରାହ୍ନ ୫ଟା ସୁଦ୍ଧା ସେଠାରେ ୭୯.୮ ପ୍ରତିଶତ ମତଦାନ ହୋଇଛି। ପୂର୍ବ ମେଦିନିପୁର ଜିଲା କୋଣ୍ଟାଇ ସହରରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ସାନଭାଇଙ୍କ କାର ଉପରେ ଆକ୍ରମଣ ଅଭିଯୋଗ ହୋଇଛି।
ନିର୍ବାଚନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଭାଜପା ସେଠାରେ ଦ୍ୱିତୀୟ ଥର କ୍ଷମତା ହାସଲ କରିବା ଲାଗି ଆଶାବାଦୀ ରହିଛି। ଅପରାହ୍ନ ୫ଟା ସୁଦ୍ଧା ଆସାମରେ ୭୨.୧ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରେ ୮ ଓ ଆସାମରେ ୩ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବାବେଳେ ଶନିବାର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ ଏବଂ ଆସାମର ୪୭ ଆସନରେ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୨୩ ମହିଳାଙ୍କ ସମେତ ୨୬୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri