ଟାଇଟାନ୍‌: ୯୬ ଘଣ୍ଟାର ଅମ୍ଳଜାନ ଶେଷ

ଦୁବାଇ,୨୩।୬: ସମୟ ଯେତେ ବଢ଼ୁଛି ଟାଇଟାନିକ୍‌ ଜାହାଜ ଦେଖିବା ପାଇଁ ବୁଡ଼ା ଜାହାଜରେ ସମୁଦ୍ର ମଧ୍ୟକୁ ଯାଇଥିବା ୫ ଜଣଙ୍କ ଜୀବିତ ରହିବା ସମ୍ଭାବନା ସେତେ କମୁଛି। ବୁଡ଼ାଜାହାଜ ଟାଇଟାନରେ ୯୬ ଘଣ୍ଟାର ଅମ୍ଳଜାନ ରହିଥିବାବେଳେ ଗୁରୁବାର ଏହା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି। ଅନ୍ୟପକ୍ଷେ ଟାଇଟାନିକ୍‌ ଭଗ୍ନାବଶେଷ ନିକଟରେ ଡେବ୍ରିସ୍‌ ଫିଲ୍ଡ (ଆବର୍ଜନା କ୍ଷେତ୍ର) ରେସ୍କ୍ୟୁଟିମ୍‌ ଚିହ୍ନଟ କରିଛି। ରବିବାର ଠାରୁ ଓସେନ୍‌ଗେଟ୍‌ର ବୁଡ଼ାଜାହାଜ ଟାଇଟାନ ନିଖୋଜ ହେବା ପରେ ଉଦ୍ଧାର କାର୍ଯ୍ୟରେ ବହୁ ଦେଶର ଟିମ୍‌ ନିୟୋଜିତ ହୋଇଛନ୍ତି।
ଟାଇଟାନର ଉଦ୍ଧାର କାର୍ଯ୍ୟରେ ଏକାଧିକ ବୁଡ଼ାଜାହାଜ ବ୍ୟବହାର କରାଯାଉଥିବାବେଳେ କାନାଡାର ଏକ ଜାହାଜ ନିର୍ମାଣକାରୀ କମ୍ପାନୀ ଅଣ୍ଡରସି ରୋବୋକୁ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି। ଟାଇଟାନିକ୍‌ ଜାହାଜର ଭଗ୍ନାବଶେଷ ପଡ଼ି ରହିଥିବା ସମୁଦ୍ର ଜଳ ନିକଟରେ ରୋବୋ ପହଞ୍ଚତ୍ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଦେଇଥିବା ଆମେରିକା କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଗଭୀର ସମୁଦ୍ର ଜଳରୁ ଶୁଣାଯାଉଥିବା ଧ୍ୱନି ଟାଇଟାନକୁ ଠାବ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି। ରେସ୍କ୍ୟୁ ଅପରେଶନରେ ବ୍ୟବହାର କରାଯାଉଥିବା ଉପକରଣକୁ ସମୁଦ୍ର ଭିତରକୁ ନେଇ ଯିବାରେ ବହୁ ଅସୁବିଧା ହେଉଥିବାବେଳେ ଜଳରାଶିର ଅନ୍ଧକାର ବାତାବରଣ ମଧ୍ୟ ରେସ୍କ୍ୟୁ ଅପରେଶନ୍‌ ପାଇଁ ବାଧକ ସାଜିଛି। ଉତ୍ତର ଆଟ୍‌ଲାଣ୍ଟିକର ଯେଉଁ ସ୍ଥାନରେ ଟାଇଟାନ ନିଖୋଜ ହୋଇଛି, ସେ ସ୍ଥାନଟି ଝଡ଼ ଓ କୁହୁଡ଼ା ପ୍ରବଣ ଅଞ୍ଚଳ ବୋଲି କୋଷ୍ଟାଲ ଗାର୍ଡସ୍‌ ଇଣ୍ଟରନ୍ୟାଶନାଲ ଆଇସ୍‌ ପାଟ୍ରୋଲର ବରିଷ୍ଠ ବୈଜ୍ଞାନିକ ଡୋନାଲ୍ଡ ମର୍ଫି କହିଛନ୍ତି। ରବିବାର ବ୍ରିଟେନ ବିଜନେଶମ୍ୟାନ୍‌ ହାମିସ୍‌ ହାର୍ଡିଙ୍ଗ, ପାକିସ୍ତାନ ବ୍ୟବସାୟୀ ଶେହଜାଦା ଦାଉଦ୍‌, ପୁଅ ସୁଲେମାନଙ୍କୁ ନେଇ ଓସେନ୍‌ଗେଟ୍‌ ଏକ୍ସପେଡିଶନ୍‌ସ ସିଇଓ ଷ୍ଟକଟୋନ ରଶ ଏବଂ ଫ୍ରାନ୍ସ ସବ୍‌ମେରାଇନ୍‌ ଅପରେଟର ପଲ୍‌-ହେନରି ନାର୍ଜିଓଲେଟ ଟାଇଟାନ ବୁଡ଼ାଜାହାଜରେ ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri