ଟାଇଟାନ୍‌: ୯୬ ଘଣ୍ଟାର ଅମ୍ଳଜାନ ଶେଷ

ଦୁବାଇ,୨୩।୬: ସମୟ ଯେତେ ବଢ଼ୁଛି ଟାଇଟାନିକ୍‌ ଜାହାଜ ଦେଖିବା ପାଇଁ ବୁଡ଼ା ଜାହାଜରେ ସମୁଦ୍ର ମଧ୍ୟକୁ ଯାଇଥିବା ୫ ଜଣଙ୍କ ଜୀବିତ ରହିବା ସମ୍ଭାବନା ସେତେ କମୁଛି। ବୁଡ଼ାଜାହାଜ ଟାଇଟାନରେ ୯୬ ଘଣ୍ଟାର ଅମ୍ଳଜାନ ରହିଥିବାବେଳେ ଗୁରୁବାର ଏହା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି। ଅନ୍ୟପକ୍ଷେ ଟାଇଟାନିକ୍‌ ଭଗ୍ନାବଶେଷ ନିକଟରେ ଡେବ୍ରିସ୍‌ ଫିଲ୍ଡ (ଆବର୍ଜନା କ୍ଷେତ୍ର) ରେସ୍କ୍ୟୁଟିମ୍‌ ଚିହ୍ନଟ କରିଛି। ରବିବାର ଠାରୁ ଓସେନ୍‌ଗେଟ୍‌ର ବୁଡ଼ାଜାହାଜ ଟାଇଟାନ ନିଖୋଜ ହେବା ପରେ ଉଦ୍ଧାର କାର୍ଯ୍ୟରେ ବହୁ ଦେଶର ଟିମ୍‌ ନିୟୋଜିତ ହୋଇଛନ୍ତି।
ଟାଇଟାନର ଉଦ୍ଧାର କାର୍ଯ୍ୟରେ ଏକାଧିକ ବୁଡ଼ାଜାହାଜ ବ୍ୟବହାର କରାଯାଉଥିବାବେଳେ କାନାଡାର ଏକ ଜାହାଜ ନିର୍ମାଣକାରୀ କମ୍ପାନୀ ଅଣ୍ଡରସି ରୋବୋକୁ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି। ଟାଇଟାନିକ୍‌ ଜାହାଜର ଭଗ୍ନାବଶେଷ ପଡ଼ି ରହିଥିବା ସମୁଦ୍ର ଜଳ ନିକଟରେ ରୋବୋ ପହଞ୍ଚତ୍ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଦେଇଥିବା ଆମେରିକା କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଗଭୀର ସମୁଦ୍ର ଜଳରୁ ଶୁଣାଯାଉଥିବା ଧ୍ୱନି ଟାଇଟାନକୁ ଠାବ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି। ରେସ୍କ୍ୟୁ ଅପରେଶନରେ ବ୍ୟବହାର କରାଯାଉଥିବା ଉପକରଣକୁ ସମୁଦ୍ର ଭିତରକୁ ନେଇ ଯିବାରେ ବହୁ ଅସୁବିଧା ହେଉଥିବାବେଳେ ଜଳରାଶିର ଅନ୍ଧକାର ବାତାବରଣ ମଧ୍ୟ ରେସ୍କ୍ୟୁ ଅପରେଶନ୍‌ ପାଇଁ ବାଧକ ସାଜିଛି। ଉତ୍ତର ଆଟ୍‌ଲାଣ୍ଟିକର ଯେଉଁ ସ୍ଥାନରେ ଟାଇଟାନ ନିଖୋଜ ହୋଇଛି, ସେ ସ୍ଥାନଟି ଝଡ଼ ଓ କୁହୁଡ଼ା ପ୍ରବଣ ଅଞ୍ଚଳ ବୋଲି କୋଷ୍ଟାଲ ଗାର୍ଡସ୍‌ ଇଣ୍ଟରନ୍ୟାଶନାଲ ଆଇସ୍‌ ପାଟ୍ରୋଲର ବରିଷ୍ଠ ବୈଜ୍ଞାନିକ ଡୋନାଲ୍ଡ ମର୍ଫି କହିଛନ୍ତି। ରବିବାର ବ୍ରିଟେନ ବିଜନେଶମ୍ୟାନ୍‌ ହାମିସ୍‌ ହାର୍ଡିଙ୍ଗ, ପାକିସ୍ତାନ ବ୍ୟବସାୟୀ ଶେହଜାଦା ଦାଉଦ୍‌, ପୁଅ ସୁଲେମାନଙ୍କୁ ନେଇ ଓସେନ୍‌ଗେଟ୍‌ ଏକ୍ସପେଡିଶନ୍‌ସ ସିଇଓ ଷ୍ଟକଟୋନ ରଶ ଏବଂ ଫ୍ରାନ୍ସ ସବ୍‌ମେରାଇନ୍‌ ଅପରେଟର ପଲ୍‌-ହେନରି ନାର୍ଜିଓଲେଟ ଟାଇଟାନ ବୁଡ଼ାଜାହାଜରେ ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?