ହେଲ୍‌ମେଟ୍‌ ଜଗି ହାଲିଆ

କାମାକ୍ଷାନଗର, ୧୦।୨(ଡି.ଏନ୍‌.ଏ.) – ଆଗରେ ଅମାନିଆ ବାଇକ୍‌ଚାଳକ। ପଛରେ ପୋଲିସ। ଚାଲିଛି ଛକାପଞ୍ଝା। ବିନା ହେଲ୍‌ମେଟରେ ସହରରେ ସ୍ପିଡ୍‌ ବାଇକ୍‌ ଧରି ଚକ୍କର କାଟୁଛନ୍ତି ଅନେକେ। ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ଟ୍ରାଫିକ୍‌ ନିୟମ। ଧରାପଡ଼ିଲେ ନାଲି ଆଖି ଦେଖାଉଛନ୍ତି। ଚାପ ପକାଇ ସହଜରେ ମୁକୁଳି ଯାଉଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ବନ୍ଧା ହୋଇଥିବା ପୋଲିସ ହେଲ୍‌ମେଟ ଧରିବାକୁ ଯାଇ ନୟାନ୍ତ ହେଉଥିବାବେଳେ ଯେଉଁ ଉଦ୍ଦେଶ୍ୟ ରଖି ନୂତନ ମୋଟର ଯାନ ନିୟମ ଅଣାଯାଇଛି, ତାହା ଫସର ଫାଟିବ ବୋଲି ଆଶଙ୍କା ବ୍ୟକ୍ତ କଲେଣି ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ସଚେତନ ନାଗରିକ।
ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ଲାଗି କଡ଼ାକଡ଼ି କରାଯାଇଛି ନୂତନ ମୋଟର ଯାନ ନିୟମ। ବାଇକ୍‌ ଆରୋହୀଙ୍କୁ ହେଲ୍‌ମେଟ୍‌ ପରିଧାନ ବାଧ୍ୟତାମୂଳକ କରାଯାଇଛି। ସେହିପରି ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ବାନ୍ଧିବା, ଆବଶ୍ୟକ କାଗଜପତ୍ର ସାଙ୍ଗରେ ରଖିବାକୁ କୁହାଯାଉଛି। ଜାନୁୟାରୀ ପହିଲାରୁ ସାରା ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏହାସତ୍ତ୍ୱେ ଯୁବଗୋଷ୍ଠୀ, କ୍ଷମତାଶାଳୀ ଗୋଷ୍ଠୀ ନିୟମ ମାନୁନାହାନ୍ତି। ହେଲମେଟ୍‌ ପିନ୍ଧିବା ଅପେକ୍ଷା ଫାଇନ ଦେବାକୁ ଶ୍ରେୟ ମଣୁଛନ୍ତି। ବିନା ଲାଇସେନ୍ସରେ ବାଇକ୍‌ ଚଳାଇଲେ ୨ହଜାର ଟଙ୍କା, ୨ଜଣରୁ ଅଧିକ ବସିଲେ ୧ ହଜାର ଟଙ୍କା ଫାଇନ ବ୍ୟବସ୍ଥା ରହିଛି; ହେଲେ ଏହାକୁ ଅନେକେ ଖାତିର କରୁନାହାନ୍ତି। ଗୋଟିଏ ଛକରେ ଯାଞ୍ଚ ବେଳେ ଅନ୍ୟ ରାସ୍ତାଦେଇ ଖସି ପଳାଉଛନ୍ତି। କାମାକ୍ଷାନଗର ସହର ଏବଂ ଏହାର ଆଖପାଖରେ ହାତଗଣତି ବାଇକ୍‌ ଆରୋହୀ ହେଲ୍‌ମେଟ୍‌ ପରିଧାନ କରୁଥିବା ଦେଖିବାକୁ ମିଳୁଛି। ଗାଡ଼ି ଚଳାଇବା ସମୟରେ ଚାଳକ ମୋବାଇଲ ବ୍ୟବହାର କଲେ ୫ହଜାର ଟଙ୍କା ଜରିମାନା ନିୟମ ଥିବାବେଳେ ଯୁବଗୋଷ୍ଠୀ ଏହାକୁ ଅଣଦେଖା କରୁଛନ୍ତି। ପୋଲିସ ପକ୍ଷରୁ ସେଭଳି ଧରପଗଡ଼ ହେଉନାହିଁ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ କର୍ମଚାରୀ ଅଭାବ କାରଣ ଦର୍ଶାଇ ବିଭାଗ ଏହାକୁ ସେତେଟା ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଅମାନିଆମାନେ ସାବାଡ଼ ହେବେ ବୋଲି ସେମାନେ କହିଛନ୍ତି।

ସାର୍‌ମାନେ ପିନ୍ଧୁନାହାନ୍ତି, ଆମେ କାହିଁକି…

ହେଲ୍‌ମେଟ ନିୟମକୁ ନେଇ ଛାତ୍ରୀଛାତ୍ର କେତେ ସଚେତନ, ତାହା ଜାଣିବା ଲାଗି ‘ଧରିତ୍ରୀ’ ପହଞ୍ଚତ୍ଥିଲା କାମାକ୍ଷାନଗର ଏବଂ ମଠକରଗୋଳା କଲେଜରେ। ଏ ସମ୍ପର୍କରେ ପଚାରିବାରେ କେତେଜଣ ପିଲା ନିଜର ନାମ ଗୋପନ ରଖି କହିଲେ, ସାର୍‌ମାନେ ତ ପିନ୍ଧୁନାହାନ୍ତି, ଆମେ କାହିଁକି ପିନ୍ଧିବୁ। ସେହିପରି ହେଲମେଟ୍‌ ପିନ୍ଧିଲେ କେଶ ବିନ୍ୟାସ ନଷ୍ଟ ହୋଇଯିବ ବୋଲି କେତେଜଣ ଛାତ୍ରୀ ମନ୍ତବ୍ୟ ରଖିଥିଲେ। ସେହିପରି ଯୁକ୍ତ ୨ ଶ୍ରେଣୀର ଅଧିକାଂଶ ଛାତ୍ରୀଛାତ୍ର ବିନା ଲାଇସେନ୍ସରେ ଗାଡ଼ି ଧରି ଆସୁଥିବା ପଚରାଉଚୁରାରୁ ଜଣାପଡ଼ିଛି।

 

ସବୁବେଳେ ଯାଞ୍ଚ କରିବା ସମ୍ଭବ ହେଉନାହିଁ
ସାଧାରଣ ଲୋକଙ୍କ ହିତରେ ଆଇନ ପ୍ରଣୟନ କରାଯାଇଛି। ସଚେତନ ନାଗରିକ, ଛାତ୍ରୀଛାତ୍ର ଭାବେ ଏହାର ଅନୁପାଳନ କରିବା ଆବଶ୍ୟକ। ପୋଲିସ ବିଭାଗର ଦାୟିତ୍ୱ ଏତେ ବଢ଼ିଗଲାଣି ଯେ, ସବୁବେଳେ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ତଥାପି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଜାନୁୟାରୀରୁ ଅଦ୍ୟାବଧି ୩୭୬ରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରାଯାଇଛି।
-ଅଭିନବ ଡାଳୁଆ, କାମାକ୍ଷାନଗର ଥାନାଧିକାରୀ

କଲେଜ ଛାତ୍ରୀଛାତ୍ରଙ୍କୁ ବାଧ୍ୟତାମୂଳକ କରାଯିବ
କରୋନା ପରେ ମହାବିଦ୍ୟାଳୟ ଖୋଲିଛି। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଟିକେ ଢିଲା ହୋଇଯାଇଛି। କଲେଜକୁ ଆସୁଥିବା ଛାତ୍ରୀଛାତ୍ର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା ଶୁଭଙ୍କର ନୁହେଁ। ବାଇକ୍‌ରେ କଲେଜ ଆସୁଥିବା ପିଲାଙ୍କୁ ବାଧ୍ୟତାମୂଳକ ହେଲ୍‌ମେଟ୍‌ ପିନ୍ଧିବାକୁ କୁହାଯିବ। ଯେଉଁମାନେ ନ ମାନିବେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବନି।
-ଡ. ରାମଚନ୍ଦ୍ର ସାହୁ, କାମାକ୍ଷାନଗର କଲେଜ ଅଧ୍ୟକ୍ଷ

ନୂଆ ନିୟମ କଡ଼ାକଡ଼ି କରାଯାଇଛି
ମଠକରଗୋଳା କଲେଜରେ ହେଲ୍‌ମେଟ୍‌ ପିନ୍ଧିବା ନିୟମ କଡ଼ାକଡ଼ି କରାଯାଇଛି। ବିନା ହେଲ୍‌ମେଟ୍‌ରେ କଲେଜ ଆସୁଥିବା ଛାତ୍ରୀଛାତ୍ରଙ୍କ ଯାନ କ୍ୟାମ୍ପସରେ ପ୍ରବେଶ ପାଇଁ ମନା କରାଯାଇଛି। ଏଥିଲାଗି ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଅମାନିଆ ଛାତ୍ରୀଛାତ୍ର ଆସି ପାଟିତୁଣ୍ଡ କରୁଛନ୍ତି। ତଥାପି ନିୟମ ମାନିବାକୁ ସଚେତନ କରାଯାଉଛି ।
-ଡ. ଚିତ୍ତରଞ୍ଜନ ଦାସ, ମଠକରଗୋଳା କଲେଜ ଅଧ୍ୟକ୍ଷ

ଅଭିଭାବକ ଯତ୍ନବାନ୍‌ ହୁଅନ୍ତୁ
ଆଇନ କାର୍ଯ୍ୟକାରୀ କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର । କେବଳ ଛାତ୍ର ନୁହେଁ, ଏ ଦିଗରେ ଅଭିଭାବକମାନେ ମଧ୍ୟ ଯତ୍ନବାନ୍‌ ହେବା ଉଚିତ। ପିଲାଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେବା ପୂର୍ବରୁ ହେଲ୍‌ମେଟ୍‌, ଲାଇସେନ୍ସ ଅଛି କି ନାହିଁ ଜାଣିବା ଦରକାର। ପ୍ରଭାବଶାଳୀ ପରିଚୟ ଦେଇ ଅନେକ ଆଇନ ଉଲ୍ଲଂଘନ କରୁଛନ୍ତି। ପୋଲିସ ଚାପମୁକ୍ତ ହୋଇ ଚଢ଼ାଉ କଲେ ଆଇନର ସୁଫଳ ମିଳିପାରନ୍ତା ।
-ମଙ୍ଗୁତ୍‌ଲାଲ କଟରୁକା, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri