ତିନିମୁହାଣି ଶିଳ୍ପାଞ୍ଚଳ ଜମି ଜବରଦଖଲ

କେନ୍ଦ୍ରାପଡ଼ା, ୨୭ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବୃହତ୍‌ ଓ ମଧ୍ୟମ ଧରଣର ଶିଳ୍ପ ନାହିଁ। କ୍ଷୁଦ୍ରଶିଳ୍ପ ପାଇଁ ପ୍ରୋତ୍ସାହନ ମିଳିଲେ ଯୁବୋଦ୍ୟୋଗୀଙ୍କ ମାଧ୍ୟମରେ ଜିଲାର ଆର୍ଥିକ ପ୍ରଗତି ଘଟିବ। ମାତ୍ର ଏହି ଯୁବୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିପାରୁ ନ ଥିବାରୁ ହତୋତ୍ସାହିତ ହୋଇ ଜିଲା ବାହାରକୁ କର୍ମ ଅନ୍ବେଷଣରେ ଯାଉଛନ୍ତି। ଜିଲାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ (ଇଡ୍‌କୋ) ପକ୍ଷରୁ ତିନିମୁହାଣୀଠାରେ ଜମି ଅଧିଗ୍ରହଣ କରାଯାଇଥିଲା। ସେଠାରେ ଏବେ ଜବରଦଖଲକାରୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ଶିଳ୍ପ ସମୃଦ୍ଧି ପାଇଁ ପ୍ରସ୍ତୁତି ହୋଇଥିବା ଯୋଜନା ଅଦ୍ୟାବଧି କରତକଳରେ ସୀମିତ ରହିଛି। ପ୍ରାଥମିକ ଅବସ୍ଥାରେ ଶିଳ୍ପାଞ୍ଚଳ ପାଇଁ ସହରର ତିନିମୁହାଣୀ ଓ ଡେରାବିଶର ଛତାଠାରେ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ ହୋଇଥିଲା। ଛତାଠାରେ ପଲିଟେକ୍‌ନିକ୍‌ କଲେଜ ସ୍ଥାପନ ପରେ ଏହି ବ୍ଲକର ବଳଭଦ୍ରପୁରଠାରେ ୭.୭୬୦ ଏକର ପରିମିତ ସ୍ଥାନକୁ ଶିଳ୍ପାଞ୍ଚଳ ଉପଯୋଗୀ କରାଯାଇଥିଲା। ଏହି ସ୍ଥାନର ୪.୮୧୦ ଏକର ଅଞ୍ଚଳରେ ଶିଳ୍ପ ନାମରେ ୧୪ଟି କରତକଳ ଚାଲୁଛି। ଅପରପକ୍ଷରେ ତିନିମୁହାଣୀ ଶିଳ୍ପାଞ୍ଚଳର ବହୁ ଅଂଶ ଜବରଦଖଲକାରୀଙ୍କ କବ୍‌ଜାକୁ ଯାଇଛି। ଅବଶିଷ୍ଟ ଜମି ଜଙ୍ଗଲିଆ ହୋଇ ପଡ଼ିଛି। ଏହି ଶିଳ୍ପାଞ୍ଚଳର ଜମି ଉଦ୍ଧାର ନେଇ ଇଡ୍‌କୋ ଅଥବା ଜିଲା ପ୍ରଶାସନ ବ୍ୟଗ୍ରତା ପ୍ରକାଶ କରୁନାହାନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଅମରବର ବିଶ୍ୱାଳ କୁହନ୍ତି, ତିନିମୁହାଣୀ ଶିଳ୍ପାଞ୍ଚଳରେ ବଳଦେବଜୀଉ ସର୍ଭିସ୍‌ ଷ୍ଟେଶନ, କଳିଙ୍ଗ ଉଡ୍‌ ପ୍ରଡକ୍ଟସ, ବରଦା ଟେକ୍ସଟାଇଲ, ଏସ୍‌.ଏନ୍‌. ସାହୁ ଏଣ୍ଡ କୋ, ବଳଦେବଜୀଉ ଅଏଲ ମିଲ୍‌, ଆଗ୍ରୋ ସର୍ଭିସ୍‌ ଷ୍ଟେଶନ ଓ ବଳଦେବଜୀଉ ପାୱାରଲୁମ୍‌ ୱେଭର୍ସ କୋ ଅପରେଟିଭ ସୋସାଇଟି ଆଦି ଥିଲା। ଏଥିରେ ଜିଲାର ବହୁ ବ୍ୟକ୍ତିଙ୍କୁ କର୍ମନିଯୁକ୍ତି ମିଳିବା ସହ ଜିଲାର ଆର୍ଥିକ ପ୍ରଗତିରେ ଶିଳ୍ପଗୁଡ଼ିକ ସହାୟକ ହୋଇଥିଲା। ମାତ୍ର ଏହି ଶିଳ୍ପ ଦୀର୍ଘଦିନ ଧରି ବନ୍ଦ ହୋଇଯାଇଛି। ଶିଳ୍ପାଞ୍ଚଳ ଜମିକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲକୁ ନେଇଛନ୍ତି। ଏହାର ଉଦ୍ଧାର ସହ ଯୁବୋଦ୍ୟୋଗୀଙ୍କୁ ଏହି ଜମି ଆବଣ୍ଟନ ହେବା କଥା। ଏ ନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନୀରବ ରହିଛନ୍ତି। କରତକଳରେ ସୀମିତ ଶିଳ୍ପ ଜିଲାର ଆର୍ଥିକ ବିକାଶକୁ ଆଗେଇନେବା ପାଇଁ ସହାୟକ ନୁହେଁ ବୋଲି ସେ କହିଛନ୍ତି। ଯୁବୋଦ୍ୟୋଗୀ ସୂର୍ଯ୍ୟକାନ୍ତ ମହାନ୍ତି କହିଛନ୍ତି, ଜିଲାରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ଅଛି। ଅଳ୍ପ ମୂଲ୍ୟରେ ବୁଲା ବେପାର ମାଧ୍ୟମରେ ସହଜରେ ବ୍ୟବସାୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ ପାଇଁ ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲା। କାଗଜପତ୍ରର ଅଡୁଆ ଖିଅକୁ ୨ବର୍ଷ ମଧ୍ୟରେ ସଜଡ଼ା ଯାଇପାରିନାହିଁ। ଏପରିକି କେତେକ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟବସାୟ ବୁଡ଼ିଯିବା ଆଶଙ୍କାକରି ଋଣ ଦେବାକୁ ମନା କରିଛନ୍ତି। ଏ ପରିସ୍ଥିତିରେ ଯୁବବର୍ଗଙ୍କ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନରେ ରହିଯାଉଛି। ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ପ୍ରତିଷ୍ଠା ହେଲେ ଆର୍ଥିକ ବିକାଶ ସାଙ୍ଗକୁ ପ୍ରଗତି ହୋଇପାରିବ। ଜିଲାରେ ଖଣିଜ ପଦାର୍ଥ ବା ଆବଶ୍ୟକ ମୂଳ ସାମଗ୍ରୀ ନ ଥିଲେ ମଧ୍ୟ ବହୁ ଯୁବକ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ। ଏଠାରେ ଘରୋଇ ଶୀତଳଭଣ୍ଡାରଠାରୁ ଆରମ୍ଭକରି ପେପର ପ୍ଲେଟ୍‌ ଶିଳ୍ପ ପାଇଁ ଭିତ୍ତିଭୂମି ଅଛି। ଏଥିରେ ବ୍ୟାଙ୍କ ଋଣ ସହ ଇଡ୍‌କୋ ପକ୍ଷରୁ ଶସ୍ତାରେ ଜମି ଯୋଗାଣ ଆବଶ୍ୟକ। ଶିଳ୍ପାଞ୍ଚଳ ଜମି ଜବରଦଖଲ ଆଡ଼କୁ ଗତି କରୁଥିବା ବେଳେ ଏହାର ପୁନରୁଦ୍ଧାର ହେଉନାହିଁ। ଫଳରେ ଆଶାୟୀ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ ଜିଲା ବାହାରେ ନିଜର କର୍ମସଂସ୍ଥାନ ଯୋଗାଡ଼ କରୁଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବ୍ୟାଙ୍କର୍ସ ଓ ଜିଲା ଶିଳ୍ପ କେନ୍ଦ୍ରର ଏକ ସମନ୍ବୟ ବୈଠକ ହୋଇଛି। ଏଥିରେ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri