Posted inଫୁରସତ

ଅମ୍ବାନୀ ପରିବାରର ଚର୍ଚ୍ଚିତ ଲଭ୍‌ଷ୍ଟୋରୀ: ଅନିଲଙ୍କୁ ବିବାହ କରିବା ଲାଗି ଏଭଳି ତ୍ୟାଗ କରିଥିଲେ ଟିନା

ଅମ୍ବାନୀ ପରିବାରର ବୋହୂ ହୋଇଥିବା ସତ୍ତ୍ୱେ ସେତେଟା ଚର୍ଚ୍ଚାରେ ନ ଥାନ୍ତି ଟିନା ଅମ୍ବାନୀ। ହେଲେ ଏକ ସମୟରେ ଟିନା ଫିଲ୍ମଜଗତର ଚର୍ଚ୍ଚିତ ନାମ ମଧ୍ୟରୁ ଗୋଟିଏ ଥିଲେ। ଏହା ପଛରେ କାରଣ ରହିଛି। ସେଇଟି ହେଲା ଅନିଲ ଅମ୍ବାନୀଙ୍କ ସହ ବିବାହ ପ୍ରସ୍ତାବ ସ୍ବିକାର କରିବା ପରେ ଟିନା ମୁନିମ୍‌ ନିଜର ଫିଲ୍ମ କ୍ୟାରିୟର ପରିତ୍ୟାଗ କରିଦେଇଥିଲେ।

ଟିନା ଦଶରୁ ଅଧିକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ‘ଦେଶ ପରଦେଶ’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ସେ। ଦୀର୍ଘ ବାର ବର୍ଷ ଧରି ସେ ଫିଲ୍ମରେ ଦବଦବା ବଜାୟ ରଖିଥିଲେ। ହେଲେ ଅନିଲଙ୍କୁ ବିବାହ କରିବାକୁ ନେଇ ସେ ଫିଲ୍ମଜଗତକୁ ଛାଡ଼ି ଦେଇଥିଲେ। କୁହାଯାଏ ଅନିଲଙ୍କ ବାପା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ସଂସ୍ଥାପକ ଧୀରୁ ଭାଇ ଅମ୍ବାନୀ ବୋହୂ ଫିଲ୍ମରେ କାମ କରୁ ବୋଲି ଚାହୁଁ ନ ଥିଲେ।

ପ୍ରଥମ ଦେଖାରେ ଅନିଲ ଟିନାଙ୍କୁ ଭଲପାଇ ବସିଥିଲେ। ହେଲେ ବିବାହ ପାଇଁ ତାଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ଧୀରୁ ଭାଇ ତାହା ଚାହୁଁ ନ ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ବିବାହ ପାଇଁ ହଁ କରିଥିଲେ।

କଳା ଓ ସଂସ୍କୃତିରେ ଟିନାଙ୍କ ଋଚି ରହିଛି। ସେ ନ୍ୟାଶନାଲ ଗ୍ୟାଲେରୀ ଅଫ୍‌ ମର୍ଡନ ଆର୍ଟର ଆଡଭାଇଜରି ବୋର୍ଡର ସଦସ୍ୟ ରହିଛନ୍ତି। ଏହାଛଡ଼ା ଇଲିଫାଣ୍ଟା ଦ୍ୱୀପର ସଂରକ୍ଷଣକୁ ନେଇ ସେ ୟୁନେସ୍କୋ ଏବଂ ଅର୍କୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ସହ ମିଶି କାମ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ର ମନ୍ଦିର: ଭୂମି ଉପରେ ବଙ୍କା ହୋଇ ଠିଆ ହୋଇଛି…

ସପ୍ତ ଆଶ୍ଚର୍ଯ୍ୟ ବିଷୟରେ ତ ସମସ୍ତେ ଜାଣନ୍ତି। ହେଲେ ଏମିତି ବି କିଛି ସ୍ଥାପତ୍ୟ ଅଛି ଯାହା ସପ୍ତାଶ୍ଚର୍ଯ୍ୟ ତାଲିକାରେ ନାହିଁ ସତ, ହେଲେ ସେଗୁଡିକ...

ଯାଆଁଳା ଝିଅଙ୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କଲେ ମା’

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି...

କରୋନା ଭୂତାଣୁ ଡିପ୍‌ ଫ୍ରିଜରରେ ବି ବଞ୍ଚିରୁହେ ୨୮ ଦିନ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ, ପନିପରିବା ଆଦିକୁ ସତେଜ ରଖିବା ପାଇଁ ଘରେ ସଭିଏଁ ଫ୍ରିଜର ବ୍ୟବହାର...

ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍‌ ମାର୍କ

ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ...

ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା...

ମାଟିତଳୁ ଆସୁଥିଲା କାନ୍ଦ ଶବ୍ଦ, ପରେ ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

କୁହାଯାଏ, ରଖେ ହରି ତ ମାରେ କିଏ? କେବେ କେବେ ଏହି କଥାର ପ୍ରକୃତ ଅର୍ଥ ଅସଲ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଏମିତି ଏକ...

ଜଳାଶୟରେ କାଗଜ ପକାଇ ଏମିତି ମାଛ ଧରୁଛି ପକ୍ଷୀ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ବର୍ଷାରେ ଭିଜୁଥିବା ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଟାଣିଲା ଶିଶୁ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ପ୍ରଶଂସକଙ୍କ ସହ ମଜାଳିଆ ଓ ଆକର୍ଷଣୀୟ ଫଟୋ ଏବଂ ଭିଡିଓମାନ...

Advertisement
Archives

Model This Week