ସମୟାନୁବର୍ତ୍ତୀ କର୍ମଜୀବୀ

 

ପରିବାର ଏବଂ ଅଫିସ୍‌ ଉଭୟ କାର୍ଯ୍ୟଭାର ସମ୍ଭାଳିବାକୁ ହୋଇଥାଏ ଜଣେ କର୍ମଜୀବୀ ମହିଳାଙ୍କୁ। ଏମିତିରେ କେବେ କେବେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ କର୍ମକ୍ଷେତ୍ରରେ ପହଞ୍ଚତ୍ବାରେ ହୋଇଯାଏ ବିଳମ୍ବ; ଯାହାର ନକାରାତ୍ମକ ପ୍ରଭାବ ପଡ଼େ ବ୍ୟକ୍ତିତ୍ୱ ଉପରେ। ହେଲେ ଏହାକୁ ଯଥା ସମୟରେ ସୁଧାରି ନେଇ ନିଜକୁ ଏକ ସମୟାନୁବର୍ତ୍ତୀ କର୍ମଜୀବୀର ପରିଚୟ ଦେବାରେ ସାହାଯ୍ୟ କରିଥାଏ ଠିକ୍‌ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ…
ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ଘରର ସମସ୍ତ ଦାୟିତ୍ୱ ସହ ଅଫିସ୍‌ କାର୍ଯ୍ୟ ମଧ୍ୟ ତୁଲାଇବାକୁ ହୋଇଥାଏ। ଏମିତିରେ ସକାଳୁ ଘରର ସମସ୍ତ କାର୍ଯ୍ୟ ଶେଷକରି ଅଫିସ୍‌ରେ ନିର୍ଦ୍ଧାରିତ ସମୟରେ ପହଞ୍ଚତ୍ବାରେ ବେଳେବେଳେ ବିଳମ୍ବ ହୋଇଯାଏ। ହେଲେ ବାରମ୍ବାର ଏପରି ହେଲେ ଏହା ନା କେବଳ ବ୍ୟକ୍ତିତ୍ୱରେ ଆଞ୍ଚ ଆଣିଥାଏ ବରଂ ଚାକିରି ଉପରେ ମଧ୍ୟ ବିପଦ ସୃଷ୍ଟି କରିଥାଏ। ତେଣୁ ଏମିତିରେ ନିଜକୁ ସମୟାନୁବର୍ତ୍ତୀ କରିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ…
ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ଗୁରୁତ୍ୱପୂର୍ଣ୍ଣ: ଟାଇମ୍‌ ମ୍ୟାନେଜ୍‌ମେଣ୍ଟର ଅଭାବ ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜାଇଥାଏ। ଆଉ ଏହା ହିଁ କାର୍ଯ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ହେବାର ମୁଖ୍ୟ କାରଣ। ତେଣୁ ଆପଣ କେଉଁ କାର୍ଯ୍ୟ କେତେବେଳେ, କେତେ ସମୟ ଭିତରେ କଲେ ଠିକ୍‌ ସମୟରେ କାର୍ଯ୍ୟସ୍ଥଳରେ ପହଞ୍ଚିପାରିବେ ସେଥିନେଇ ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରନ୍ତୁ।
ରାତିରୁ କରନ୍ତୁ ପ୍ଲାନିଂ: ଉଭୟ ଘର ଏବଂ ଅଫିସ୍‌ରେ ପରବର୍ତ୍ତୀ ଦିନ କେଉଁକେଉଁ କାର୍ଯ୍ୟ କରିବେ ତାହାକୁ ପୂର୍ବ ରାତିରୁ ପ୍ଲାନ୍‌ କରି ରଖନ୍ତୁ। ଯେପରି କି ଅଫିସ୍‌ର କୌଣସି ଦରକାରୀ କାଗଜପତ୍ର ଆଦି ପୂର୍ବ ରାତିରୁ ହିଁ ପ୍ୟାକ୍‌ କରିଦିଅନ୍ତୁ। ଅନେକ ମହିଳା କ’ଣ ରାନ୍ଧିବି, କ’ଣ ପିନ୍ଧି ଅଫିସ୍‌ ଯିବେ ବାଛିବାରେ ଅଯଥା ସମୟ ନଷ୍ଟ କରୁଥିବାର ଦେଖିବାକୁ ମିଳେ। ତେଣୁ ଏଥିପାଇଁ ପୂର୍ବ ରାତିରୁ ହିଁ ରୋଷେଇର ମେନୁ ଏବଂ ଗେଟ୍‌ଅପ୍‌ର ସବୁ ଜିନିଷ ଠିକ୍‌ ଭାବେ ସଜାଡ଼ି ରଖି ଦିଅନ୍ତୁ, ଯେପରି ରୋଷେଇ ସହ ଘର କାମ ସରିବା ମାତ୍ରେ ସଙ୍ଗେ ସଙ୍ଗେ ଅଫିସ୍‌ ପାଇଁ ପ୍ରସ୍ତୁତ ହୋଇ ବାହାରି ପାରିବେ।
ହୁଅନ୍ତୁ ମଲ୍ଟି ଟାକ୍ସିଂ: ଯଦି ଆପଣ ଗୋଟିଏ କାମ ସରିଲେ ଅନ୍ୟ କାମ କରିବେ ଭାବିବେ ତେବେ ସମୟ ଅଣ୍ଟିବା କଷ୍ଟ ହେବ। ତେଣୁ ନିର୍ଦ୍ଧାରିତ ସମୟରେ କେଉଁ ସବୁ କାର୍ଯ୍ୟ ଏକ ସଙ୍ଗେ କରି ହେବ ଦେଖନ୍ତୁ। ଅଳ୍ପ ସମୟରେ ଏକାଧିକ କାର୍ଯ୍ୟ କରିବା ଦ୍ୱାରା ସମୟ ବଞ୍ଚାଇପାରିବେ ଏବଂ ଯଥା ସମୟରେ ଅଫିସ୍‌ରେ ମଧ୍ୟ ପହଞ୍ଚତ୍ ପାରିବେ। ବିଶେଷକରି ଘରେ ଛୋଟ ପିଲା ଥିଲେ ସେମାନଙ୍କ କାମରେ ଅଧିକ ସମୟ ଲାଗୁଥାଏ। ତେଣୁ ଏପରି ସ୍ଥିତିରେ ମଲ୍ଟି ଟାକ୍ସିଂ ହେବା ହିଁ ଏକ ମାତ୍ର ବିକଳ୍ପ।
ନିର୍ଦ୍ଦିଷ୍ଟ ଶୋଇବା ସମୟ ରଖନ୍ତୁ: ଦୈନିକ ଶୋଇବା ଏବଂ ଉଠିବାର ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ପରିବାର ସମସ୍ତ ସଦସ୍ୟଙ୍କ ସହ ଘର କାମ ସାରିବା ପରେ ଅଧିକ ରାତିଯାଏ ଟିଭି, ଲ୍ୟାପ୍‌ଟପ୍‌, ମୋବାଇଲରେ ବ୍ୟସ୍ତ ନ ରହି ଶୀଘ୍ର ଶୁଅନ୍ତୁ। ଏହାଦ୍ୱାରା ଆପଣ ଶୀଘ୍ର ଉଠି ଯଥା ସମୟରେ ସମସ୍ତ କାର୍ଯ୍ୟ ସମାପ୍ତ କରି ଅଫିସ୍‌ ଯିବାରେ କୌଣସି ଅସୁବିଧା ହେବ ନାହିଁ। ତା’ଛଡ଼ା ପର୍ଯ୍ୟାପ୍ତ ନିଦ୍ରା ଆପଣଙ୍କୁ ଦିନଯାକର କାର୍ଯ୍ୟ କରିବା ଲାଗି ଫୂର୍ତ୍ତି ଯୋଗାଇବ।
ହାତରେ ସମୟ ରଖନ୍ତୁ: ଘରୁ ବାହାରିବା ପୂର୍ବରୁ ସବୁବେଳେ ହାତରେ କିଛି ସମୟ ରଖିଥାନ୍ତୁ। ଫଳରେ ବାଟରେ ଟ୍ରାଫିକ ଜାମ୍‌ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁ କାର୍ଯ୍ୟସ୍ଥଳୀରେ ପହଞ୍ଚିବା ଯେପରି ଡେରି ନ ହୁଏ। ତା’ଛଡ଼ା ବିଳମ୍ବରେ ତରତର ହୋଇ ଯିବା ଦ୍ୱାରା ଦୁର୍ଘଟଣାର ଆଶଙ୍କା ବି ରହିଥାଏ।
କର୍ମ ତତ୍ପର ହୁଅନ୍ତୁ: ବ୍ୟକ୍ତିଗତ ତଥା ପାରିବାରିକ ଜୀବନ ଭଳି କର୍ମମୟ ଜୀବନକୁ ବି ସମାନ ଗୁରୁତ୍ୱ ଦିଅନ୍ତୁ ଏବଂ ଉଭୟ କ୍ଷେତ୍ରରେ ତତ୍ପରତାର ସହ କାର୍ଯ୍ୟ କରନ୍ତୁ। ଘର ଭଳି କାର୍ଯ୍ୟକ୍ଷେତ୍ରରେ ଛୋଟ ହେଉ କି ବଡ଼ ସମସ୍ତ କାର୍ଯ୍ୟକୁ ଯଥା ସମୟରେ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କୁ ଏକ ଦକ୍ଷ ତଥା ସମୟାନୁବର୍ତ୍ତୀ କର୍ମଚାରୀର ପରିଚୟ ଦେବ।

 

କ’ଣ କରନ୍ତି ଏମାନେ…
ଲକ୍ଷ୍ମୀପ୍ରିୟା ନାୟକ (କଷ୍ଟମର ରିଲେଶନ୍‌ଶିପ୍‌ ଅଫିସର, ବାଲିପାଟଣା, ଖୋର୍ଦ୍ଧା)- ପ୍ରତ୍ୟେକ ମହିଳା ବିଶେଷକରି କର୍ମଜୀବୀ ମହିଳାଙ୍କ ହାତରୁ କେବେ କାମ କମେନି। ଗୋଟିଏ କାମ ନ ସରୁଣୁ ଆଉ ଗୋଟିଏ ଆସି ପହଞ୍ଚତ୍ୟାଏ। ଏମିତିରେ ପ୍ରତ୍ୟେକ କାର୍ଯ୍ୟକୁ ଯଥା ସମୟରେ କରିବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ। ନିଜସ୍ବ ଅନୁଭବରୁ କହିବି, ଘରର ବିଭିନ୍ନ କାମ ସହ ଛୋଟ ଝିଅର କାମ ନିର୍ଦ୍ଧାରିତ ସମୟରେ ସାରି ଅଫିସ୍‌ ଯିବା ଟିକେ କଷ୍ଟ ହେଉଛି। ତଥାପି ସବୁ କାର୍ଯ୍ୟ ଲାଗି ଏକ ଟାଇମ୍‌ ଟେବୁଲ୍‌ ପୂର୍ବ ରାତିରୁ ହିଁ ପ୍ରସ୍ତୁତ କରିଦିଏ ଏବଂ ଅଳ୍ପ ସମୟରେ ଏକାଧିକ କାମ କରିବାକୁ ଚେଷ୍ଟା କରେ।
ସାଗରିକା ମହାନ୍ତି (ମ୍ୟାନେଜର, କଲ୍ୟାଣ ଜୁଏଲର୍ସ, ଭୁବନେଶ୍ସର)- ସମୟାନୁବର୍ତ୍ତୀ ହେବା ଜଣେ କର୍ମଜୀବୀଙ୍କ ବ୍ୟକ୍ତିତ୍ୱର ପ୍ରଥମ ପରିଚୟ; ଯାହାକୁ ମୁଁ ସର୍ବଦା ଗୁରୁତ୍ୱ ଦେଇଥାଏ। ତେଣୁ କାର୍ଯ୍ୟକ୍ଷେତ୍ରରେ ଯଥା ସମୟରେ ପହଞ୍ଚତ୍ବାଠାରୁ ପ୍ରତିଦିନର କାମ ଯଥା ସମୟରେ ସମାପ୍ତ କରିବାକୁ ଚେଷ୍ଟା କରିଥାଏ। ବାଟରେ କୌଣସି କାମରେ ବିଳମ୍ବ ହେଲେ ଯେପରି ଯଥା ସମୟରେ ପହଞ୍ଚତ୍ବାରେ ଅସୁବିଧା ନ ହୁଏ ସେଥିପାଇଁ ହାତରେ କିଛି ସମୟ ରଖି ବାହାରିଥାଏ। ଆଳସ୍ୟ ନ ରଖି ସକାଳୁ ଉଠି ଘରର ସମସ୍ତ କାମ ସହ ଦୁଇ ପିଲାଙ୍କ କାମ ସାରିଥାଏ। ମୋ ମତରେ ଦୃଢ଼ ମନୋବଳ ରଖି ଠିକ୍‌ ପ୍ଲାନିଂ କରିବା ସହ ମଲ୍ଟି ଟାକ୍ସିଂ ହେଲେ କୌଣସି କାର୍ଯ୍ୟ କଷ୍ଟସାଧ୍ୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri