ସମୟ ଗଡୁଛି, କାମ ସରୁନି

ଦେବଗଡ଼,୧୭ା୩(ଡି.ଏନ.ଏ): କଳା ସଂସ୍କୃତିର ସହର ଦେବଗଡ଼। ବାମଣ୍ଡା ରାଜା ବାସୁଦେବଙ୍କ ଅମଳରୁ ରାଜା ଭାନୁଗଙ୍ଗ ଦେବଙ୍କ ପର୍ଯ୍ୟନ୍ତ ଦେବଗଡରେ ବିଭିନ୍ନ ସମୟରେ ବାମଣ୍ଡା ଥିଏଟର ପାର୍ଟି, ଗାଙ୍ଗେୟ ରଙ୍ଗମଞ୍ଚ, ଡ୍ରାମାଟିକ ଆସୋସିଏଶନ ଗଢାଯାଇ ନାଟକ ପରିବେଷଣ କରାଯାଉଥିଲା। ଦେଶ ସ୍ବାଧୀନ ହେବା ପରେ ମଧ୍ୟ ଦେବଗଡରେ ସେହି ନାଟ୍ୟ ପରମ୍ପରା ଲାଗି ରହିଥିଲା। ୧୯୫୯ ମସିହାରେ ଦେବଗଡ ପୌରପାଳିକା ଚେୟାରମ୍ୟାନ ବୈରାଗୀ ଚରଣ ଦ୍ୱିବେଦୀ, ଓକିଲ ଅତୁଲ୍ୟ ଚରଣ ଦାଶ, ପ୍ରଫୁଲ୍ଲ ପ୍ରଧାନ, ସୁଦାମ ପ୍ରଧାନଙ୍କ ସମବେତ ଚେଷ୍ଟା ଓ କେତେକ ଯୁବ କଳାକାରଙ୍କ ସହଯୋଗରେ ଦେବଗଡ଼ରେ ଗଢିଉଠିଥିଲା କଳା ପରିଷଦ ହଲ। ଏଥିପାଇଁ ସରକାରଙ୍କ ତରଫରୁ ୨ହଜାର ଟଙ୍କା ଅନୁଦାନ ମିଳିଥିଲା। ଏଥିସହ ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ଟଙ୍କା ସହ ଶ୍ରମଦାନ କରିଥିଲେ। କିଛି ଦିନ ପର୍ଯ୍ୟନ୍ତ ସେହି କଳା ପରିଷଦ ହଲରେ ଅନେକ ନାଟକ ମଞ୍ଚସ୍ଥ କରାଯାଉଥିଲା। ଏପରିକି କଳା ପରିଷଦ ହଲକୁ ପୌରସଂସ୍ଥା ସିନେମା କରିବା ପାଇଁ ଭଡା ସୂତ୍ରରେ ଦେଉଥିଲା। ହେଲେ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ କଳା ପରିଷଦ ହଲ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଯାଇଥିଲା। ନାଟକ ମଞ୍ଚସ୍ଥ ପାଇଁ କଳାକାରମାନେ ଟାଉନ୍‌ ହଲକୁ ବ୍ୟବହାର କରୁଥିଲେ। ହେଲେ ସେହି ହଲ ନାଟକ ମଞ୍ଚସ୍ଥ ପାଇଁ ଉପଯୁକ୍ତ ସ୍ଥାନ ନ ଥିଲା। ସେଥିପାଇଁ କଳା ପରିଷଦର ପୁନରୁଦ୍ଧାର ପାଇଁ ବରିଷ୍ଠ କଳାକାରମାନେ ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧ ରକ୍ଷା କରି ସରକାର ୨୦୧୫ମସିହାରେ କଳା ପରିଷଦ ହଲର ନବୀକରଣ ପାଇଁ ପୌରସଂସ୍ଥାକୁ ୫୦ଲଷ ଟଙ୍କାର ଅନୁଦାନ ରାଶି ଦେଇଥିଲେ। ମଞ୍ଜୁର ଅର୍ଥରାଶିରେ ଯଥାରୀତି ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ପରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ହେଲେ ଇତିମଧ୍ୟରେ ଆଠବର୍ଷ ବିତିଗଲାଣି। ଠିକାଦାର ପରେ ଠିକାଦାର ବଦଳିଛନ୍ତି ସିନା, ହଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏଥିଯୋଗୁ କଳାକାରମାନେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଳାକାରମାନେ ମଞ୍ଚରେ କଳା ପ୍ରଦର୍ଶନ ପୂର୍ବରୁ ଅଭ୍ୟାସ କରନ୍ତି। ଏହି ଅଭ୍ୟାସ ବା ରିୟଲସିଏଲ କୌଣସି ମନ୍ଦିର ପ୍ରାଙ୍ଗଣ ବା ବ୍ୟକ୍ତିଗତ ଜାଗାରେ କରୁଥିବା ଦେଖିବାକୁ ମିଳୁଛି। ତେଣୁ ତୁରନ୍ତ କଳା ପରିଷଦ ହଲ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ବୋଲି ମତ ପ୍ରକାଶ ପାଇଛି।

ନିର୍ମାଣାଧୀନ କଳା ପରିଷଦ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବାରୁ କଳାକାରମାନେ ନିଜର ପରାକାଷ୍ଠା ଦେଖାଇବାରୁ ବଞ୍ଚତ୍ତ ହେଉଛନ୍ତି। ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରି କଳାକାରମାନଙ୍କ ନିମନ୍ତେ ପ୍ରଦାନ କଲେ କଳାକାରମାନେ ନିଜର ଅଭିଳାଷ ପୂରଣ କରିବା ସହିତ ଦର୍ଶକମାନେ ମନୋରଞ୍ଜନର ଖୋରାକ୍‌ ପାଇବେ।
-ପ୍ରଦୀପ କୁମାର ଅମାନ୍ତ, ବରିଷ୍ଠ କଳାକାର, ଦେବଗଡ଼
ଦେବଗଡ଼ର କଳାକାରମାନେ ମାଟି, ଇଟା ବୋହି ଶ୍ରମଦାନ କରି କଳା ପରିଷଦ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଃଖ ଓ ପରିତାପର ବିଷୟ ଉକ୍ତ ପରିଷଦକୁ ପୌର ପରିଷଦ ଜରାଜୀର୍ଣ୍ଣ ଅବସ୍ଥାରେ ପକାଇ ରଖିଛି। ତୁରନ୍ତ ପଦକ୍ଷେପ ନ ନେଲେ କଳାକାରମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।
-ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ କଳାକାର, ଦେବଗଡ଼
ଉକ୍ତ ପରିଷଦ ପାଇଁ ଆମେ କଳାକାରମାନେ କିଛି ମାସ ପୂର୍ବରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଉକ୍ତ ହଲଟିକୁ ସମ୍ପୂର୍ଣ୍ଣ କରିବା ଆବଶ୍ୟକ ଅଛି। ଜିଲାର କଳା ସଂସ୍କୃତି ଲୋପ ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଦରକାର।
-ହେମନ୍ତ କୁମାର ମହାପାତ୍ର, ବରିଷ୍ଠ କଳାକାର,ଦେବଗଡ଼
କଳା ପରିଷଦ ଅଭାବରୁ ଅନେକ କଳାକାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଳାକାର ସେମାନଙ୍କ ଶୋ କରିବା ପାଇଁ ପର୍ଯ୍ୟାପ୍ତ ପରିସର ପ୍ରାପ୍ତ କରୁନାହାନ୍ତି। ଅନ୍ୟପକ୍ଷରେ ହଲ ନିର୍ମାଣ ପାଇଁ ଲୋକଙ୍କ ଅର୍ଥ ବିନିଯୋଗ ହୋଇ ନ ପାରି ରହିଯାଇଛି। ସ୍ବର ଉତ୍ତୋଳନ କରିବା ପାଇଁ ବର୍ତ୍ତମାନ ହିଁ ପ୍ରକୃତ ସମୟ।
-ଅତୁଲ୍ୟ ପୂଝାରୀ, ବରିଷ୍ଠ କଳାକାର, ଦେବଗଡ଼
ଦେବଗଡରେ ବର୍ତ୍ତମାନ କୌଣସି କଳା ପରିଷଦ ହଲ ନ ଥିବାରୁ ସଙ୍ଗୀତ, ନାଟକ, ନାଚ, ଏମିତି କି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କଳାକାରମାନେ ବହୁତ ଅସୁବିଧା ଓ ହଇରାଣ ହେଉଛନ୍ତି। ଏପଟେ ପୌର ପରିଷଦ, ପ୍ରଶାସନକୁ ବାରମ୍ବାର ଦାବିକରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି।
-ମାର୍କଣ୍ଡେଶ୍ବର ଶତପଥୀ, ବରିଷ୍ଠ କଳାକାର, ଦେବଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ -ବାଇକ ମୁହାଁମୁହିଁ ଧକ୍କା: ଜଳିଗଲା ଟ୍ରକ୍‌,ବାଇକ

ବୋରିଗୁମ୍ମା,୧୧।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା- କୋଟପାଡ଼ ୬୩ ନଂ. ଜାତୀୟ ରାଜପଥ ଶଶାହାଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଟ୍ରକ୍‌ -ବାଇକ ଧକ୍କା ହୋଇ ଟ୍ରକ୍‌,ବାଇକ...

ବିକାଶ ପ୍ରକଳ୍ପରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ

ବଲାଙ୍ଗୀର ଅଫିସ, ୨୦।୪ – କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢବର୍ଷ ପରେ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ବସିଛି। ଦୁଃଖର...

ସାଧାରଣ ବଚ୍‌ସାରୁ ହତ୍ୟା

ଝାରସୁଗୁଡା ଅଫିସ୍‌,୨୬।୬: ଝାରସୁଗୁଡ଼ା ଜିଲା ସଦର ଥାନା ଅଧୀନ ଲହଣ୍ଡାବୁଡ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଫୁଟବଲ ପଡିଆରେ ସାଧାରଣ କଥାକୁ ନେଇ...

ଲକ୍‌ଡାଉନ: ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କ ବାଇକ୍‌ ଜବତ କଲା ପୋଲିସ

ବ୍ରହ୍ମପୁର ଅଫିସ, ୨୮।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଜାରି ରହିଛି। ତେବେ ଲକ୍‌ ଡାଉନର ୬ ଦିନ...

ବିରୋଧ ସତ୍ତ୍ୱେ ଆନ୍ଧ୍ରର ଭ୍ରୂକ୍ଷେପ ନାହିଁ

ମାଲକାନଗିରି/କାଲିମେଳା,୨୪।୭(ଡି.ଏନ୍‌.ଏ.): ଆନ୍ଧ୍ର ସରକାର ସବୁବେଳେ ଓଡ଼ିଶା ବିରୋଧୀ ମନୋଭାବ ପ୍ରଦର୍ଶନ କରିଆସୁଛି। କୋଟିଆ ଅଧିବାସୀଙ୍କୁ ପ୍ରଭାବିତ କରି ନିର୍ବାଚନ କରିବା ହେଉ ଅବା ନିଜ କର୍ମଚାରୀ...

ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର

ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମ ନିକଟ ଜଙ୍ଗଲରୁ ସୋମବାର ବନ ବିଭାଗ ଏକ ଚୋରା ଶାଳ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି।...

ଗର୍ଭବତୀ ମହିଳା, ଶିଶୁଙ୍କୁ ମିଳୁଛି ପୋକରା ଛତୁଆ

ବେଗୁନିଆପଡ଼ା,୨୨ା୨(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡୁ ବଣ୍ଟା ହେଉଛି। ହେଲେ ସେହି ପୁଷ୍ଟିକର ଖାଦ୍ୟ...

ପୋଲିସ ଉପସ୍ଥିତି ସତ୍ତ୍ୱେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ୨୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ପୋଲିସ ଉପସ୍ଥିତି ସତ୍ତ୍ୱେ ସାମାଜିକ ଦୂରତା ନିୟମ...

Advertisement
Archives

Model This Week