ସମୟ ଗଡୁଛି, କାମ ସରୁନି

ଦେବଗଡ଼,୧୭ା୩(ଡି.ଏନ.ଏ): କଳା ସଂସ୍କୃତିର ସହର ଦେବଗଡ଼। ବାମଣ୍ଡା ରାଜା ବାସୁଦେବଙ୍କ ଅମଳରୁ ରାଜା ଭାନୁଗଙ୍ଗ ଦେବଙ୍କ ପର୍ଯ୍ୟନ୍ତ ଦେବଗଡରେ ବିଭିନ୍ନ ସମୟରେ ବାମଣ୍ଡା ଥିଏଟର ପାର୍ଟି, ଗାଙ୍ଗେୟ ରଙ୍ଗମଞ୍ଚ, ଡ୍ରାମାଟିକ ଆସୋସିଏଶନ ଗଢାଯାଇ ନାଟକ ପରିବେଷଣ କରାଯାଉଥିଲା। ଦେଶ ସ୍ବାଧୀନ ହେବା ପରେ ମଧ୍ୟ ଦେବଗଡରେ ସେହି ନାଟ୍ୟ ପରମ୍ପରା ଲାଗି ରହିଥିଲା। ୧୯୫୯ ମସିହାରେ ଦେବଗଡ ପୌରପାଳିକା ଚେୟାରମ୍ୟାନ ବୈରାଗୀ ଚରଣ ଦ୍ୱିବେଦୀ, ଓକିଲ ଅତୁଲ୍ୟ ଚରଣ ଦାଶ, ପ୍ରଫୁଲ୍ଲ ପ୍ରଧାନ, ସୁଦାମ ପ୍ରଧାନଙ୍କ ସମବେତ ଚେଷ୍ଟା ଓ କେତେକ ଯୁବ କଳାକାରଙ୍କ ସହଯୋଗରେ ଦେବଗଡ଼ରେ ଗଢିଉଠିଥିଲା କଳା ପରିଷଦ ହଲ। ଏଥିପାଇଁ ସରକାରଙ୍କ ତରଫରୁ ୨ହଜାର ଟଙ୍କା ଅନୁଦାନ ମିଳିଥିଲା। ଏଥିସହ ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ଟଙ୍କା ସହ ଶ୍ରମଦାନ କରିଥିଲେ। କିଛି ଦିନ ପର୍ଯ୍ୟନ୍ତ ସେହି କଳା ପରିଷଦ ହଲରେ ଅନେକ ନାଟକ ମଞ୍ଚସ୍ଥ କରାଯାଉଥିଲା। ଏପରିକି କଳା ପରିଷଦ ହଲକୁ ପୌରସଂସ୍ଥା ସିନେମା କରିବା ପାଇଁ ଭଡା ସୂତ୍ରରେ ଦେଉଥିଲା। ହେଲେ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ କଳା ପରିଷଦ ହଲ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଯାଇଥିଲା। ନାଟକ ମଞ୍ଚସ୍ଥ ପାଇଁ କଳାକାରମାନେ ଟାଉନ୍‌ ହଲକୁ ବ୍ୟବହାର କରୁଥିଲେ। ହେଲେ ସେହି ହଲ ନାଟକ ମଞ୍ଚସ୍ଥ ପାଇଁ ଉପଯୁକ୍ତ ସ୍ଥାନ ନ ଥିଲା। ସେଥିପାଇଁ କଳା ପରିଷଦର ପୁନରୁଦ୍ଧାର ପାଇଁ ବରିଷ୍ଠ କଳାକାରମାନେ ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧ ରକ୍ଷା କରି ସରକାର ୨୦୧୫ମସିହାରେ କଳା ପରିଷଦ ହଲର ନବୀକରଣ ପାଇଁ ପୌରସଂସ୍ଥାକୁ ୫୦ଲଷ ଟଙ୍କାର ଅନୁଦାନ ରାଶି ଦେଇଥିଲେ। ମଞ୍ଜୁର ଅର୍ଥରାଶିରେ ଯଥାରୀତି ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ପରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ହେଲେ ଇତିମଧ୍ୟରେ ଆଠବର୍ଷ ବିତିଗଲାଣି। ଠିକାଦାର ପରେ ଠିକାଦାର ବଦଳିଛନ୍ତି ସିନା, ହଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏଥିଯୋଗୁ କଳାକାରମାନେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଳାକାରମାନେ ମଞ୍ଚରେ କଳା ପ୍ରଦର୍ଶନ ପୂର୍ବରୁ ଅଭ୍ୟାସ କରନ୍ତି। ଏହି ଅଭ୍ୟାସ ବା ରିୟଲସିଏଲ କୌଣସି ମନ୍ଦିର ପ୍ରାଙ୍ଗଣ ବା ବ୍ୟକ୍ତିଗତ ଜାଗାରେ କରୁଥିବା ଦେଖିବାକୁ ମିଳୁଛି। ତେଣୁ ତୁରନ୍ତ କଳା ପରିଷଦ ହଲ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ବୋଲି ମତ ପ୍ରକାଶ ପାଇଛି।

ନିର୍ମାଣାଧୀନ କଳା ପରିଷଦ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବାରୁ କଳାକାରମାନେ ନିଜର ପରାକାଷ୍ଠା ଦେଖାଇବାରୁ ବଞ୍ଚତ୍ତ ହେଉଛନ୍ତି। ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରି କଳାକାରମାନଙ୍କ ନିମନ୍ତେ ପ୍ରଦାନ କଲେ କଳାକାରମାନେ ନିଜର ଅଭିଳାଷ ପୂରଣ କରିବା ସହିତ ଦର୍ଶକମାନେ ମନୋରଞ୍ଜନର ଖୋରାକ୍‌ ପାଇବେ।
-ପ୍ରଦୀପ କୁମାର ଅମାନ୍ତ, ବରିଷ୍ଠ କଳାକାର, ଦେବଗଡ଼
ଦେବଗଡ଼ର କଳାକାରମାନେ ମାଟି, ଇଟା ବୋହି ଶ୍ରମଦାନ କରି କଳା ପରିଷଦ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଃଖ ଓ ପରିତାପର ବିଷୟ ଉକ୍ତ ପରିଷଦକୁ ପୌର ପରିଷଦ ଜରାଜୀର୍ଣ୍ଣ ଅବସ୍ଥାରେ ପକାଇ ରଖିଛି। ତୁରନ୍ତ ପଦକ୍ଷେପ ନ ନେଲେ କଳାକାରମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।
-ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ କଳାକାର, ଦେବଗଡ଼
ଉକ୍ତ ପରିଷଦ ପାଇଁ ଆମେ କଳାକାରମାନେ କିଛି ମାସ ପୂର୍ବରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଉକ୍ତ ହଲଟିକୁ ସମ୍ପୂର୍ଣ୍ଣ କରିବା ଆବଶ୍ୟକ ଅଛି। ଜିଲାର କଳା ସଂସ୍କୃତି ଲୋପ ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଦରକାର।
-ହେମନ୍ତ କୁମାର ମହାପାତ୍ର, ବରିଷ୍ଠ କଳାକାର,ଦେବଗଡ଼
କଳା ପରିଷଦ ଅଭାବରୁ ଅନେକ କଳାକାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଳାକାର ସେମାନଙ୍କ ଶୋ କରିବା ପାଇଁ ପର୍ଯ୍ୟାପ୍ତ ପରିସର ପ୍ରାପ୍ତ କରୁନାହାନ୍ତି। ଅନ୍ୟପକ୍ଷରେ ହଲ ନିର୍ମାଣ ପାଇଁ ଲୋକଙ୍କ ଅର୍ଥ ବିନିଯୋଗ ହୋଇ ନ ପାରି ରହିଯାଇଛି। ସ୍ବର ଉତ୍ତୋଳନ କରିବା ପାଇଁ ବର୍ତ୍ତମାନ ହିଁ ପ୍ରକୃତ ସମୟ।
-ଅତୁଲ୍ୟ ପୂଝାରୀ, ବରିଷ୍ଠ କଳାକାର, ଦେବଗଡ଼
ଦେବଗଡରେ ବର୍ତ୍ତମାନ କୌଣସି କଳା ପରିଷଦ ହଲ ନ ଥିବାରୁ ସଙ୍ଗୀତ, ନାଟକ, ନାଚ, ଏମିତି କି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କଳାକାରମାନେ ବହୁତ ଅସୁବିଧା ଓ ହଇରାଣ ହେଉଛନ୍ତି। ଏପଟେ ପୌର ପରିଷଦ, ପ୍ରଶାସନକୁ ବାରମ୍ବାର ଦାବିକରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି।
-ମାର୍କଣ୍ଡେଶ୍ବର ଶତପଥୀ, ବରିଷ୍ଠ କଳାକାର, ଦେବଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri