କୋଲକାତା ନାଇଟ ରାଇଡର୍ସ: ଅଲି ଖାନଙ୍କ ସ୍ଥାନରେ ଟିମ୍‌ ସିଫର୍ଟ

ଓ୍ବେଲିଂଟନ,୧୯।୧୦(ପି.ଟି.): କୋଲକାତା ନାଇଟ ରାଇଡର୍ସ(କେକେଆର) ଦଳରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ସ୍ଥାନ ପାଇଛନ୍ତି। ଆମେରିକୀୟ ଦ୍ରୁତ ବୋଲ ଅଲି ଖାନ୍‌ ଆହତ ହୋଇ ଦଳକୁ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ ସିଫର୍ଟ ସ୍ଥାନ ପାଇଛନ୍ତି। କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ସେ ସାଇଡ୍‌ ଷ୍ଟ୍ରେନ୍‌ ଇଞ୍ଜୁରୀ ପାଇଁ ଖେଳିପାରି ନ ଥିଲେ। ଅଲି ଖାନ୍‌ ପ୍ରଥମ ଆମେରିକୀୟ ଖେଳାଳି ଭାବେ ଆଇପିଏଲ୍‌ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ଗତ ୭ ତାରିଖରେ ଅଲି ଟୁର୍ନାମେଣ୍ଟରୁ ବାଦ୍‌ ପଡିଥିଲେ। ଇଂଲଣ୍ଡ ବୋଲର ହାରୀ ଗୁର୍ନୀ ଆହତ ହେବା ଫଳରେ ଅଲିଙ୍କୁ କୋଲକାତା ଦଳରେ ସାମିଲ କରାଯାଇଥିଲା। ୨୯ ବର୍ଷୀୟ ସିଫର୍ଟ ସିପିଏଲ୍‌ ଦଳ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଦଳରେ ସାମିଲ ହୋଇଥିଲେ। ଏହି ଟୁର୍ନାମେଣ୍ଟ ଅଗଷ୍ଟ- ସେପ୍ଟେମ୍ବରରେ ଖେଳାଯାଇଥିଲା। ଅଲି ମଧ୍ୟ ଏହି ଟୁର୍ନାମେଣ୍ଟରେ ୮ ଉଇକେଟ ହାସଲ କରିଥିଲେ।

Share