Posted inଖେଳ

ପନ୍ତଙ୍କ ୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ତିଳକ

ମୁମ୍ବାଇ,୨୨।୫: ଆଇପିଏଲ୍‌ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିରାଶଜନକ ରହିଥିଲେ ହେଁ ଦଳର କିଛି ଖେଳାଳି ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେଥିରୁ ଜଣେ ହେଲେ ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା। ଚଳିତ ସିଜନରେ ତିଳକ ଦଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଚମତ୍କାର ବ୍ୟାଟିଂ କରି ସେ ରିଷଭ ପନ୍ତଙ୍କ ୫ ବର୍ଷର ପୁରୁଣା ରେକର୍ଡ ନିଜ ନାମରେ କରିଛନ୍ତି। ୨୦ ବର୍ଷ ବୟସର ହେବା ପୂର୍ବରୁ ସେ ଗୋଟିଏ ସିଜନରେ ସର୍ବାଧିକ ରନ୍‌ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି।

ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ତିଳକ ୧୭ ବଲରେ ୨୧ରନ୍‌ର ଇନିଂସ ଖେଳିଥିଲେ। ଏହାଦ୍ୱାରା ସେ ନିଜର ଡେବ୍ୟୁ ସିଜନରେ ମୋଟ ୩୯୭ ରନ୍‌ ସ୍କୋର କରିବାରେ ସଫଳ ହୋଇଛନ୍ତି। ଏଥିରେ ତାଙ୍କର ୨ ଅର୍ଦ୍ଧଶତକ ରହିଛି। ତିଳକଙ୍କ ପୂର୍ବରୁ ପନ୍ତ ୨୦୧୭ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ସିଜନ୍‌ରେ ୩୬୬ ରନ୍‌ କରିଥିଲେ। ଏବେ ପନ୍ତଙ୍କୁ ପଛରେ ପକାଇ ତିଳକ ୩୧ ରନ୍‌ ଅନ୍ତରରେ ନୂଆ ରେକର୍ଡ କରିଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ଦିଲ୍ଲୀର ପୃଥ୍ବୀ ଶ ଅଛନ୍ତି। ସେ ୨୦୧୯ ସିଜନରେ ୩୫୩ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଚ୍ଛସ୍ବିତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇଥିଲି: ନଟରାଜନ

ନୂଆଦିଲ୍ଲୀ,୩।୨ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରି ନିଜ ଘରୋଇ ସହର ଚିନ୍ନାପ୍ପମ୍ପପଟ୍ଟିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର ଥଙ୍ଗାରାସୁ...

ଏହି କ୍ରିକେଟର୍‌ଙ୍କ ପରଲୋକ

ଲଣ୍ଡନ,୨।୧୧: ଇଂଲଣ୍ଡ ଦଳ ଟି -୨୦ ବିଶ୍ୱକପ ୨୦୨୧ ର ସେମିଫାଇନାଲରେ ପ୍ରବେଶ କରିଛି। ତେବେ ଇଂଲଣ୍ଡ ଦଳ ସେମିଫାଇନାଲରେ ପହଞ୍ଚିବାର ଖୁସି ଫିକା ପଡିଯାଇଛି।...

ସିରିଜ୍‌ ଜିତିଲା ଭାରତ…

ବର୍ମିଂହାମ୍‌, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ୍‌ରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଏହା...

ରୋହିତ ଡ. ଟ୍ରଷ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର

ମୁମ୍ବାଇ,୨୯।୧୦(ପି.ଟି.): ଭାରତୀୟ ଅଭିଜ୍ଞ କ୍ରିକେଟର ରୋହିତ ଶର୍ମା ଜଣାଶୁଣା ହେଲ୍‌ଥ କେୟାର କମ୍ପାନୀ ଡ. ଟ୍ରଷ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଏହି କମ୍ପାନୀ ବ୍ଲଡ୍‌...

ଟସ୍‌ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା

ରାଜକୋଟ,୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା...

ସ୍ପେନ୍‌- ସ୍ବିଡେନ ମ୍ୟାଚ୍‌ ଗୋଲ ଶୂନ୍ୟ

ସେଭିଲେ,୧୬।୬: ୟୁରୋକପ୍‌ରେ ଗ୍ରୁପ୍‌ ଇ’ରେ ସୋମବାର ସ୍ପେନ୍‌ ଓ ସ୍ବିଡେନ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହେବା...

ଓସିଏ ନିର୍ବାଚନ :ସଭାପତି ପଦବୀରେ ପଙ୍କଜ-ପ୍ରଦୀପ ଲଢ଼େଇ

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ୩ ଦିନ ବାକି । ଗୁପ୍ତରେ ଚାଲିଛି ଅଙ୍କକଷା, ଭୋଟ ବ୍ୟାଙ୍କ ପ୍ରସ୍ତୁତି। ଦୁଇଟି ଗୋଷ୍ଠୀ...

ଏ ବର୍ଷ ହେବନି ଟି୨୦ ବିଶ୍ୱକପ୍‌

ଦୁବାଇ, ୨୦ା୭ (ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)...

Advertisement
Archives

Model This Week