ଆଖି ବୁଜିଲା ବାଘୁଣୀ ରେଣୁକା

ବାରଙ୍ଗ, ୨୨।୪ (ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷଣ ବାଘୁଣୀ ରେଣୁକାର ବୁଧବାର ମୃତ୍ୟୁ ଘଟିଛି। ରେଣୁକା ଦୀର୍ଘଦିନ ଧରି ଅସୁସ୍ଥ ଥିବା କାରଣରୁ ତା’ର ମୃତ୍ୟୁ ଘଟିଲା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ରୋହିତ ଓ ଶୈଳଜା ଔରସରୁ ୨୦୦୮ ଫେବୃୟାରୀ ୨୮ରେ ରେଣୁକା ଓ ମନିଷ ନାମକ ୨ ଶାବକ ଜନ୍ମ ଗ୍ରହଣ କରିଥିଲେ। ହେଲେ ମନିଷ ୨୦୧୮ ସେପ୍ଟେମ୍ବର ୧ରେ ମୃତ୍ୟୁବରଣ କରିବା ପରେ ରେଣୁକା ଏକା ଥିଲା। ପରେ ଧୀରେ ଧୀରେ ରେଣୁକା ଅସୁସ୍ଥ ହେବାରେ ଲାଗିଥିଲା। ଚିକିତ୍ସା ପରେ ସ୍ବାସ୍ଥ୍ୟରେ ଉନ୍ନତି ନ ହେବାରୁ ବୁଧବାର ତା’ର ମୃତ୍ୟୁ ଘଟିଥିଲା। ରେଣୁକାକୁ ମୃତ୍ୟୁବେଳକୁ ୧୩ବର୍ଷ ହୋଇଥିଲା। ତେବେ ରେଣୁକା ନନ୍ଦନକାନନ ପାଇଁ ନୂଆ ବାଘବଂଶର ଉଦ୍‌ଭାବକ ସାଜିଥିଲା। ରେଣୁକା ଓ ସମ୍ରାଟର ମିଳନରୁ ୨୦୧୬ ମେ ୧୫ରେ ଏକ କଳାଲୋମଯୁକ୍ତ ଛୁଆକୁ ଜନ୍ମ ଦେଇଥିଲେ ମଧ୍ୟ ପରେ ସେ ମୃତ୍ୟୁବରଣ କରିଥିଲା। ଦ୍ୱିତୀୟଥର ପାଇଁ ଏହି ଯୋଡ଼ିଙ୍କ ମିଳନରୁ ପୁଣି ୨ଟି କଳାଲୋମଯୁକ୍ତ ଛୁଆ ୨୦୧୮ ଡିସେମ୍ବର ୨୨ରେ ଜନ୍ମ ହୋଇଥିଲା। ରେଣୁକାର ମୃତ୍ୟୁପରେ ନନ୍ଦନକାନନରେ ବାଘ ସଂଖ୍ୟା ହ୍ରାସ ପାଇ ୨୭ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri