ପ୍ରବାସୀ ଶ୍ରମିକଙ୍କ ଫେରିବା ଚିନ୍ତା: ଖୋଲିବ କ୍ୱାରାଣ୍ଟାଇନ ସେଣ୍ଟର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ସମଗ୍ର ଦେଶରେ କୋଭିଡ୍‌-୧୯ କାୟାବିସ୍ତାର କରିଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ରରେ ଲକ୍‌ଡାଉନ ପରେ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଛନ୍ତି। ଅନ୍ୟ ରାଜ୍ୟରୁ ମଧ୍ୟ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନେ ଫେରୁଛନ୍ତି। ସେହି ଶ୍ରମିକମାନେ ଯେପରି ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ନ ବଢ଼ାଇବେ ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେମାନଙ୍କୁ ରଖିବା ପାଇଁ ରାଜ୍ୟବ୍ୟାପୀ କ୍ୱାରାଣ୍ଟାଇନ ସେଣ୍ଟରଗୁଡ଼ିକ ପୁଣି ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କ ରହଣି ନିମନ୍ତେ ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ବ୍ଲକର ଜିଲା ପରିଷଦ ଜୋନ୍‌ଗୁଡ଼ିକରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲାଯିବ। ଯଦି ବହୁ ସଂଖ୍ୟାରେ ଶ୍ରମିକ ଓଡ଼ିଶା ଫେରିବେ ତେବେ ପ୍ରତ୍ୟେକ ପଞ୍ଚାୟତରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲିବ। କ୍ୱାରାଣ୍ଟାଇନ ସେଣ୍ଟର ଖୋଲିବା ସହ ବେଡ୍‌ ସଂଖ୍ୟାକୁ ବଢ଼ାଇବାକୁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗତବର୍ଷ କରୋନା ମହାମାରୀ ସମୟରେ ପ୍ରାୟ ୧୦ ଲକ୍ଷ ପ୍ରବାସୀ ଓଡ଼ିଶାକୁ ଫେରିଥିଲେ। ଏବେ ସୁଦ୍ଧା ସେମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କ କର୍ମସ୍ଥଳକୁ ଫେରିନାହାନ୍ତି। ସେହି ଦୃଷ୍ଟିରୁ ରାଜ୍ୟକୁ ଏଥର କମ୍‌ ପ୍ରବାସୀ ଫେରିବାର ସମ୍ଭାବନର ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବାକୁ ଥିବାରୁ ସବୁପ୍ରକାର ପ୍ରସ୍ତୁତ ରହିବା ସକାଶେ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ ମ୍ୟୁନିସିପାଲିଟି, ଏନ୍‌ଏସି ଏବଂ ବ୍ଲକ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବାସୀମାନଙ୍କୁ ଚିହ୍ନଟ କରିବା ଓ ପରୀକ୍ଷା କରିବା ନେଇ ପରାମର୍ଶ ଦିଆଯାଇଛି। ପ୍ରବାସୀମାନେ ପ୍ରଥମେ କ୍ୱାରାଣ୍ଟାଇନ ସେଣ୍ଟରରେ ରହିବେ। ପରେ ସେମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ନାଟକ, କେରଳ ଭଳି ରାଜ୍ୟରେ କରୋନା ପ୍ରକୋପ ବଢ଼ିଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ରରେ ଲକ୍‌ଡାଉନ ଆରମ୍ଭ ହୋଇଛି। ସେଠାରେ ଥିବା ପ୍ରବାସୀମାନେ ଓଡ଼ିଶା ଫେରୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ଲକ୍‌ଡାଉନ ଲାଗିବା ଆଶଙ୍କା କରି ପ୍ରବାସୀ ଫେରିବା ସମ୍ଭାବନା ରହିଛି। ଗତବର୍ଷ ଲକ୍‌ଡାଉନ ଯୋଗୁ ଦେଶରେ କରୋନା ମହାମାରୀ ନିୟନ୍ତ୍ରଣରେ ରହିପାରିଥିଲା। ଚଳିତ ବର୍ଷ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। କେତେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଗତ ବର୍ଷ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପଞ୍ଜୀକୃତ ପ୍ରବାସୀ ଶ୍ରମିକମାନଙ୍କୁ ଅନ୍ତରୀଣ ରିଲିଫ୍‌ ବାବଦରେ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri