ବୃଦ୍ଧି ପାଉଛନ୍ତି ବାଘ

ଢେଙ୍କାନାଳ ଅଫିସ, ୨୫।୮ – ଢେଙ୍କାନାଳ ଜିଲାରେ କଲରାପତିରିଆ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି। ୧୦ ବର୍ଷ ତଳେ କାଁ ଭାଁ  ଠାବ କରାଯାଉଥିବା ଏହି ବାଘ ଏବେ ନିୟମିତ ଟ୍ରାପ୍‌ କ୍ୟାମେରା ଲେନ୍‌ସରେ ଧରାପଡୁଛନ୍ତି। ନିକଟରେ ଏହି ତାଲିକାରେ ସାମିଲ ହୋଇଛି ଏକ ଚିତାବାଘ। ଏହାକୁ ଜଙ୍ଗଲ ସଂରକ୍ଷଣ ଦିଗରେ ଶୁଭସଙ୍କେତ ବୋଲି କୁହାଯାଉଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ଏବଂ ଖାଦ୍ୟାଭାବ ସମସ୍ୟା ଦୂର କରିବା ଲାଗି ଆବଶ୍ୟକ ଯୋଜନା କରାଗଲେ ଜିଲାରେ ବାଘଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଜିଲାରେ ୧୦ବର୍ଷ ତଳେ ଗୋଟିଏ କିମ୍ବା ୨ କଲରାପତିରିଆ ବାଘ ବିଚରଣ କରୁଥିଲେ। ସେତେବେଳେ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଲାଗି ନ ଥିଲା। ଏହି ବାଘ ପଡ଼ୋଶୀ ଜିଲାରୁ ପ୍ରବେଶ କରୁଥିବା ଅନୁମାନ କରାଯାଉଥିଲା। ଗତ ଦଶନ୍ଧି ମଧ୍ୟରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନରେ ଶିକାରୀଙ୍କ ଉପଦ୍ରବ ଅପେକ୍ଷାକୃତ ହ୍ରାସ ପାଇଛି। ଗତ ୫ ବର୍ଷରେ ୪ ହଜାର ୨୬୧ ହେକ୍ଟର ଜଙ୍ଗଲ ବଢ଼ିଛି। ୨୦୧୫ରେ ଜିଲାରେ ୧ଲକ୍ଷ ୪୦ହଜାର ୩୦୦ ହେକ୍ଟର ଜଙ୍ଗଲ ଥିବା ସାଟେଲାଇଟ ସର୍ଭେରୁ ସ୍ପଷ୍ଟ ହୋଇଥିଲା। ୨୦୨୦-୨୧ରେ ଏହା ୧ଲକ୍ଷ ୪୪ହଜାର ୫୬୧ ହେକ୍ଟରରେ ପହଞ୍ଚତ୍ଛି। ଜଙ୍ଗଲ ବଢ଼ିବା ଦ୍ୱାରା ହରିଣ, ବାର୍‌ହା, କୁଟୁରାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ପ୍ରଜାତିର ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢ଼ିଲେ ସମାନ୍ତରାଳ ଭାବେ ବାଘଙ୍କ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି।
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ଅଧୀନ ଅନନ୍ତପୁର ସଂରକ୍ଷିତ ଜଙ୍ଗଲ, ହିନ୍ଦୋଳ ରେଞ୍ଜ୍‌ ଅନ୍ତର୍ଗତ କନ୍ଧରା ସଂରକ୍ଷିତ ଜଙ୍ଗଲରେ କଲରାପତିରିଆ ବାଘ ଅଛନ୍ତି। ନିକଟରେ ଜିଲାରେ ଏକ ସଂରକ୍ଷିତ ଜଙ୍ଗଲରେ ଚିତାବାଘ ବୁଲୁଥିବା ଟ୍ରାପ୍‌ କ୍ୟାମେରା ଫଟୋରୁ ସ୍ପଷ୍ଟ ହୋଇଛି। ଜିଲା ବନଖଣ୍ଡ ଅଧିକାରୀ ଟୁଇଟ୍‌ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଜିଲାରେ ବାଘ ଗଣନା ଲାଗି ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ବାଘ ବିଚରଣ କରୁଥିବା ଅଞ୍ଚଳ ଉପରେ କଡ଼ା ନଜର ରଖିବା, ଶିକାରୀଙ୍କ ଉପଦ୍ରବ ରୋକିବା ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ବାଘ ଶିକାର ପାଇଁ ଦୁର୍ନାମ ମୁଣ୍ଡାଇଛି ଢେଙ୍କାନାଳ ଜିଲା। ଗତ ଫେବୃୟାରୀ ୭ରେ ବାଘଛାଲ ଚାଲାଣ ପଛରେ ଥିବା ଏକ ର଼୍ୟାକେଟ୍‌ର ରହସ୍ୟ ଉନ୍ମୋଚନ କରିଥିଲେ କପିଳାସ ରେଞ୍ଜ୍‌ର କର୍ମଚାରୀ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକର ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ୨ କଲରାପତିରିଆ ବାଘ ଶିକାର କରାଯାଇଥିଲା। ଏହାର ଛାଲ ବାହାରକୁ ଚାଲାଣ କରାଯାଉଥିବାବେଳେ ବନ ବିଭାଗ ମାଡ଼ି ବସିଥିଲା। ଏହି ଘଟଣାରେ ଜଣେ ଶିକ୍ଷକଙ୍କ ସମେତ ୩ଜଣ ଗିରଫ ହୋଇଥିଲେ। ଏବେ ସଂରକ୍ଷିତ ଜଙ୍ଗଲରେ ବାଘଙ୍କୁ ସୁରକ୍ଷା ଦେବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ତୃଣଭୋଜୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ବାଘ ଭଳି ମାଂସାଶୀ ପ୍ରାଣୀଙ୍କ ବଂଶବୃଦ୍ଧିରେ ହରିଣ, କୁଟୁରା ଭଳି ତୃଣଭୋଜୀ ପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ସଂଖ୍ୟା ବଢ଼ିଲେ ବାଘ ସଂଖ୍ୟା ଆନୁପାତିକ ହାରରେ ବୃଦ୍ଧି ପାଇବ। ଶିକାରୀଙ୍କ ଉପରେ ବନ ବିଭାଗ ନଜର ରଖିଛି। ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ଆହୁରି କଡ଼ାକଡ଼ି ହେଲେ ଭଲ ଫଳ ମିଳିବ।
-ଅରବିନ୍ଦ ମାଝି, ବନ୍ୟପ୍ରାଣୀ ବିଶେଷଜ୍ଞ
ଜଙ୍ଗଲରେ ଅନଧିକାର ପ୍ରବେଶ କମିଛି
ଜିଲାର ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଅନଧିକାର ପ୍ରବେଶ ଅନେକାଂଶରେ ରୋକାଯାଇପାରିଛି। ଶିକାରୀଙ୍କ ଉପଦ୍ରବ ମଧ୍ୟପୂର୍ବାପେକ୍ଷା କମିଛି। ଜଙ୍ଗଲରେ ବାର୍‌ହା, ହରିଣଙ୍କ ସଂଖ୍ୟା ବଢୁଥିବାରୁ ବାଘ ସଂଖ୍ୟା ବୃଦ୍ଧି ପାଉଛି। ଜଙ୍ଗଲ ସୁରକ୍ଷା ପାଇଁ ଏହା ଶୁଭ ସଙ୍କେତ।
-ରାଜେନ୍ଦ୍ର ପାଣିଗ୍ରାହୀ, ଜୀବଜନ୍ତୁ କଲ୍ୟାଣ ଓ ଥଇଥାନ ସମିତି
ଶିକାରୀଙ୍କୁ ରୋକିବାକୁ ପଦକ୍ଷେପ ନିଆଯାଉଛି
ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରୁ ବାଘଙ୍କ ଗତିବିଧି ଜଣାପଡୁଛି। ଜିଲାର ବିଭିନ୍ନ ଜଙ୍ଗଲରେ ୭ ଚିତାବାଘ ଥିବା ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡ଼ିଛି। ଶିକାରୀଙ୍କ ଉପଦ୍ରବ ରୋକିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ବାଘ ଗଣନା ପାଇଁ ବିଭାଗ ପ୍ରସ୍ତୁତ ରହିଛି।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଜିଲା ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri