ନୂଆପଡ଼ାରେ ବାଘ ଆତଙ୍କ

ତରବୋଡ,୭।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ଅଧୀନ ଭରୁଆମୁଣ୍ଡା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି। ପ୍ରତିଦିନ ଗାଁରେ ଘୂରି ବୁଲୁଛି ବାଘ । ଗାଁର ଗାଈ, ବଳଦ, ଛେଳି, ମେଣ୍ଢା ସବୁ ଖାଇ ଦେଉଛି। ଭୟରେ ଲୋକେ ଦିନରାତି ତାଟି କବାଟ ବନ୍ଦ କରି ଠେଙ୍ଗା ବାଡି ଧରି ଜଗି ରହୁଛନ୍ତି। ପିଲାଙ୍କୁ ଘରୁ ବାହାରକୁ ଛାଡୁନାହାନ୍ତି । ବାହାରକୁ ଗଲେ ଦଳଦଳ ହୋଇ ଯାଉଥିବା ଗ୍ରାମବାସୀ କହିଛନ୍ତି।
ସୂଚନା ଯୋଗ୍ୟ, କୋମନା ବନାଞ୍ଚଳଠାରୁ ୫ କି.ମି. ଦୂର ଭରୁଆମୁଣ୍ଡା ଗ୍ରାମ। ଗତ ରବିବାର ଗ୍ରାମର ନବୀନ ମାଝି ଛେଳି, ମେଣ୍ଢା ଚରାଇବା ପାଇଁ ଚାନ୍ଦେଳ ପାହାଡ ଉପରକୁ ଯାଇଥିଲେ। ପୂର୍ବାହ୍ନ ୧୧ଟାରେ ହଠାତ୍‌ ଏକ ବାଘ ଆସି ଛେଳି, ମେଣ୍ଢା ଉପରେ ଝାମ୍ପ ମାରିଥିଲା। ଭୟଭୀତ ହୋଇ ନବୀନ ଗାଁକୁ ଆସି ଘଟଣା ସଂକ୍ରାନ୍ତରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଠେଙ୍ଗା, ବାଡି, ଟାଙ୍ଗିଆ, ଧନୁତୀର ଧରି ଚାନ୍ଦେଳ ପାହାଡ ଉପରକୁ ଯାଇଥିଲେ। ସେତିକିବେଳେ ବାଘଟି ଗୋଟିଏ ଛେଳି ଓ ମେଣ୍ଢାକୁ ମାରି ଦେଇଥିବା ଦେଖିବାକୁ ପାଇଥିଲେ। ଏପରି କି ଅନ୍ୟ ଏକ ମେଣ୍ଡାକୁ ଖାଇ ଅଧା ଛାଡି ଦେଇଥିବା ଦେଖିବାକୁ ପାଇଥିଲେ। ସେହିପରି ବୁଧବାର ରାତିରେ ବାଘଟି ଗାଁ ଭିତରକୁ ଚାଳିଆସି ବନବାସ ମାଝିଙ୍କ ଗୁହାଳରେ ଥିବା ବଳଦକୁ ଆକ୍ରମଣ କରିଥିଲା । ବଳଦ ବାଘ ସହ ଲଢ଼େଇ କରି ଗୁହାଳରୁ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲା। ହେଲେ ବାଘ ଆକ୍ରମଣରେ ବଳଦର ଶରୀରରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ବାଘଟି ମଙ୍ଗଳବାର ଡୋଳାମଣି ମାଝିଙ୍କ ଗୋଟିଏ ବଳଦକୁ ନେଇ ଖାଇ ଦେଇଥିବା ଅଭିଯୋଗ ହୋଇଛି। ବନ ବିଭାଗ ପକ୍ଷରୁ ତୁରନ୍ତ ବାଘକୁ ଧରି ଅନ୍ୟ ସ୍ଥାନକୁ ନେଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ଉଲ୍ଲେଖନୀୟ ଯେ, ୨୦୧୮ରେ ନୂଆପଡା ହଳଦି ଗ୍ରାମରେ ଏକ ବାଘ ମା’ କୋଳରୁ ଛୁଆକୁ ନେଇ ଯାଇଥିଲା । ବନ ବିଭାଗ ବହୁ କଷ୍ଟରେ ବାଘକୁ ଧରି ନନ୍ଦନକାନନରେ ଛାଡିଥିଲେ। ଏ ସଂକ୍ରାନ୍ତରେ କୋମନା ବନାଞ୍ଚଳ ରେଞ୍ଜର ଜଗଦିଶ ଦୁରିଆଙ୍କୁ ପଚାରିବାରୁ ପ୍ରକୃତରେ ବାଘ ଛେଳି, ମେଣ୍ଢା, ଗାଈ, ବଳଦକୁ ଖାଇଛି । ତାହାର କ୍ଷତି ପୂରଣ ଦିଆଯିବ ଓ ଗାଁର ସୁରକ୍ଷା ପାଇଁ କର୍ମଚାରୀମାନେ ଜଗି ରହିଛନ୍ତି ବୋଲି ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri