ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା,୧୯ା୯ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ମୋଟା ନୂଆପଡ଼ା ପଞ୍ଚାୟତ କୁକୁଡ଼ାତାଲ ଗାଁ ମୁଶରଙ୍ଗୀ ସଂରକ୍ଷିତ ଜଙ୍ଗଲରେ ପୁଣି କଲରାପତରିଆ ବାଘ ଦେଖାଯାଇଛି। ଜଙ୍ଗଲର ଏକ ପଥର ଉପରେ ବାଘ ବସିଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେଲା ପରେ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।

ଏହି ସଂରକ୍ଷିତ ଜଙ୍ଗଲରେ ଅନେକ ଗୁମ୍ଫା ରହିଥିବାରୁ ଅନେକ ସମୟରେ ବାଘ ଆସି ଏଠାରେ ଆଶ୍ରୟ ନିଅନ୍ତି। ପ୍ରକାଶଥାଉ କି ୨୦୧୯ ଅଗଷ୍ଟ ୮ରେ ଏହି ଜଙ୍ଗଲର ଏକ ପଥର ଉପରେ ୨ଟି କଲରାପତରିଆ ବାଘ ବସିଥିବା ଫଟୋ ଗ୍ରାମବାସୀ କ୍ୟାମେରାରେ କଏଦ କରିଥିଲେ। ପୁଣି ଗୁରୁବାର ସେହି ପଥର ଉପରେ ବାଘ ବସିଥିବା ଦେଖି ଗାଁ ଯୁବକମାନେ ମୋବାଇଲରେ ଫଟୋ ଉଠାଇଛନ୍ତି। ସୁନାବେଡ଼ା ଅଭୟାରଣ୍ୟକୁ ଲାଗି ମୁଶରଙ୍ଗୀ ଜଙ୍ଗଲ ରହିଥିବାରୁ ଶିକାର ଆଶାରେ ବାଘ ଚାଲିଆସୁଥିବା ଲୋକେ ଅନୁମାନ କରୁଛନ୍ତି ା

ଜଙ୍ଗଲ ଭିତରେ ରହିଥିବା ବାଘ କୌଣସି ଧନଜୀବନ କ୍ଷୟକ୍ଷତି କରି ନ ଥିବାବେଳେ ଗୋଟିଏ ପୋଷା କୁକୁରକୁ ମାରି ଖାଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା ନୂଆପଡ଼ା ବନ ବିଭାଗ କର୍ମଚାରୀ ଏହି ଜଙ୍ଗଲରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ଏହାସହ ପାଖ ଗାଁକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

ଖଣି ବିରୋଧରେ ଗର୍ଜିଲେ ଜନତା

ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍‌ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ…

ରନ୍ଧନ ଗ୍ୟାସ ସଂକଟ: ଆହାର କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ମିଳୁ ଅତିରିକ୍ତ ଖାଦ୍ୟ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି। ଏହା ସାଧାରଣ ଜୀବନ ଜୀବିକାକୁ ମଧ୍ୟ ପ୍ରଭାବିତ କରିଛି। ଏଥିରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର…

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ: ପରୀକ୍ଷା ଦେଲେ ୨୫ହଜାର ୫୨୮ ଶିକ୍ଷାର୍ଥୀ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦ୍ୱିତୀୟ ମୂଲ୍ୟାଙ୍କନ ପରୀକ୍ଷା (ଏଫଏଲଏନଏଟି-୨) ରବିବାର ବରଗଡ଼ ଜିଲାର ବିଭିନ୍ନ…

ଯୁଦ୍ଧ ମଧ୍ୟରେ ପରମାଣୁ ଅସ୍ତ୍ରକୁ ନେଇ ବଡ଼ ଚେତାବନୀ ଦେଲେଣି ଟ୍ରମ୍ପ, କହିଲେ ଯଦି ଇରାନକୁ ପରମାଣୁ ଅସ୍ତ୍ର ମିଳେ ତେବେ….

ଓ୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ବିରୁଦ୍ଧରେ ନିଆଯାଇଥିବା ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନକୁ ରକ୍ଷା କରିଛନ୍ତି। ସେ ଚେତାବନୀ…

୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri