ଦିଗପହଣ୍ଡିରେ ବୁଲୁଛି ମହାବଳ; ପାଦଚିହ୍ନ ଠାବ, ସନ୍ଧ୍ୟାରେ ଘରୁ ନ ବାହାରିବାକୁ ପରାମର୍ଶ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଗ୍ରାମ ପଦ୍ମପୁର ନିକଟସ୍ଥ ମକାବାଡରେ ମହାବଳ ବାଘର ପାଦ ଚିହ୍ନ କୁ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ବାଘ ବୁଲୁଥିବା ଖବର ବୁଧବାର ସକାଳେ ପ୍ରଚାରିତ ହେବାପରେ ସମ୍ପୃକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

ମଙ୍ଗଳବାର ରାତିରେ ଖମାରୀ ଗାଁ ଘୋଡାହାଡ ଡ୍ୟାମ ନିକଟସ୍ଥ ପଦ୍ମପୁର ଗ୍ରାମର ମଙ୍ଗଳା ମଣ୍ଡଳଙ୍କ ୪ ଟି ବଳଦ ନିକଟସ୍ଥ ମକା ବାଡରେ ବନ୍ଧା ହୋଇଥିଲା। ମଧ୍ୟ ରାତ୍ରୀରେ ବଳଦର ରଡ଼ି ଶୁଣି କିଛି ଗ୍ରାମବାସୀ ଦୈାଡି ଯାଇ ଦେଖିବା ବେଳକୁ ଗାଈକୁ ମାରି ବାଘ ଚାଲିଯାଇଥିଲା। ବୁଧବାର ସକାଳେ ଖବରପାଇ ଦିଗପହଣ୍ଡି ବନାଞ୍ଚଳ କର୍ମଚାରୀ ସେଠାରେ ପହଞ୍ଚି ମକାବାଡରେ ପଡିଥିବା ବାଘର ପାଦ ଚିହ୍ନ ଠାବ କରିଥିଲେ ।

ଏପରିକି ବନବିଭାଗ ପକ୍ଷରୁ ୩ ଟିମ୍ ଗଠନ କରାଯାଇ ବାଘର ଗତିପଥକୁ ଅନୁଧ୍ୟାନ ନିମନ୍ତେ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ କହିଛନ୍ତି। ବନବିଭାଗ ପକ୍ଷରୁ ସଂଗୃହିତ ପାଦ ଚିହ୍ନ ମହାବଳ ବାଘର । ତେଣୁ ବନବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କୁ ସନ୍ଧ୍ଯାରେ ଘରୁ ନ ବାହାରିବା ପାଇଁ ବ୍ୟାପକ ସଚେତନତା କରାଯାଇଥିବା ରେଞ୍ଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri