ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ

ସମ୍ବଲପୁର,୪।୧୨(ବ୍ୟୁରୋ):  ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଦେଖିବାକୁ ମିଳିଛି। ଗତ ୧ତାରିଖରେ ପର୍ଯ୍ୟଟକ ଓ ବନ ବିଭାଗ କର୍ମଚାରୀ କରିଥିବା ଭିଡିଓ ଏବେ ଭାଇରାଲ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ ଅଭୟାରଣ୍ୟରେ ମହାବଳ ବାଘ ଥିବା ନେଇ ସ୍ପଷ୍ଟ କରିଛନ୍ତି। ଦୀର୍ଘ ୫ ବର୍ଷ ପରେ ମହାବଳ ପୁଣି ଦେଖାଦେଇଛି। ଏହାକୁ ନେଇ ବନ ବିଭାଗ ଉତ୍ସାହିତ ଥିବା ବେଳେ ପରିବେଶବିତ୍‌ମାନେ ମଧ୍ୟ ଖୁସି ଜାହିର କରିଛନ୍ତି। ଏ ସମ୍ପର୍କରେ ଡିଏଫଓ ଦାଶ ସୂଚନା ଦେଇ କହିଛନ୍ତି ଯେ, ଡିସେମ୍ବର ୧ତାରିଖରେ କେତେଜଣ ପର୍ଯ୍ୟଟକଙ୍କୁ ନେଇ ବନବିଭାଗର ସଫାରି ଗାଡ଼ି ଅଭୟାରଣ୍ୟରେ ଯାଉଥିଲା। ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ମହାବଳ ବାଘ ରାସ୍ତା ଉପରକୁ ଚାଲି ଆସିଥିଲା। କିଛି ସମୟ ରାସ୍ତା ଉପରେ ଚାଲି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ପର୍ଯ୍ୟଟକମାନେ ଭିଡିଓରେ ମହାବଳର ଗତିବିଧିକୁ କଏଦ କରି ନେଇଥିଲେ।

ଘଟଣା ସମ୍ପର୍କରେ ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଯାଞ୍ଚ କରିବା ପରେ ଶନିବାର ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ମହାବଳର ପାଦଚିହ୍ନ ଓ ଖଞ୍ଜାଯାଇଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ବାଘର ବୟସ ଜଣାପଡି ନ ଥିବା ବେଳେ ପ୍ରାପ୍ତ ବୟସର ଓ ଏହା ଅଣ୍ଡିରା ବାଘ ବୋଲି ଜଣାପଡ଼ିଥିବା ଦାଶ କହିଛନ୍ତି। ଏହି ବାଘ ପୂର୍ବରୁ ଅଭୟାରଣ୍ୟରେ ନ ଥିଲା। ତେଣୁ ପଡ଼ୋଶୀ ରାଜ୍ୟ କିମ୍ବା ରାଜ୍ୟର କୌଣସି ଅଭୟାରଣ୍ୟରୁ ଆସିଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ସାତକୋଶିଆ, ଶିମିଳିପାଳ ଭଳି ସମ୍ବଲପୁରରେ ରହିଛି ଡେବ୍ରିଗଡ଼ ଅଭୟାରଣ୍ୟ। ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ରହିଛି ଘଞ୍ଚ ଜଙ୍ଗଲ। ଯାହାକି ବନ୍ୟ ପ୍ରାଣୀ ଓ ପକ୍ଷୀମାନଙ୍କ ରହିବା ପାଇଁ ଉପଯୁକ୍ତ ସ୍ଥାନ। ଏହାସହ ଡେବ୍ରିଗଡ଼ ଅଭୟାରଣ୍ୟ ପର୍ଯ୍ୟଟନସ୍ଥଳୀର ସ୍ବତନ୍ତ୍ର ମାନ୍ୟତା ପାଇଛି। ଓଟିଡିସି ପକ୍ଷରୁ ଏହା ପରିଚାଳନା କରାଯାଉଛି। ପର୍ଯ୍ୟଟକଙ୍କ ରହିବା ପାଇଁ ପ୍ରାକୃତିକ ପରିବେଶ ଭିତରେ କଟେଜଗୁଡିକ ନିର୍ମାଣ କରାଯାଇଛି। ଏହାସହ ସାଇକ୍ଲିଂ, ବୋଟିଂ, ଟ୍ରାକିଙ୍ଗ ଭଳି ସୁବିଧା ରହିଛି। ଏହି ପର୍ଯ୍ୟଟନସ୍ଥଳୀକୁ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସନ୍ତି। ଏପରି କି ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଶମ୍ବର, ହରିଣ, ମୟୂର, ଗଣ୍ଡା, ଗୟଳ, ବାର୍‌ହା, କୋକିଶିଆଳି, ହେଟାବାଘ, ହାତୀ ଭଳି ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ବନ୍ୟପ୍ରାଣୀ ଦେଖିବାକୁ ମିଳିଥାଏ। ୫ ବର୍ଷ ପୂର୍ବରୁ ଏଠାରେ ଏକ ମହାବଳ ବାଘ ଦେଖିବାକୁ ମିଳିଥିଲା। ବାର୍‌ହା ଶିକାର କରିବା ପାଇଁ ଶିକାରୀମାନେ ବିଛାଇଥିବା ବିସ୍ଫୋରକ ଦ୍ୱାରା ମୁହଁରେ ଆଘାତ ଲାଗି ମହାବଳର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଅଭୟାରଣ୍ୟ ମହାବଳ ବାଘଶୂନ୍ୟ ହୋଇଯାଇଥିଲା। ପୁଣି ମହାବଳ ବାଘ ଦେଖା ଦେବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଡେବ୍ରିଗଡ଼ ଅଭୟାରଣ୍ୟରେ ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସୁଯୋଗ ସୃଷ୍ଟି କରିଛି। ୪ଟି ଗ୍ରାମବାସୀଙ୍କୁ ନେଇ କମିଟି ଗଠନ କରାଯାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଫାରି ଗାଡ଼ି ଚଳାଇବା, ଟିକେଟ କାଉଣ୍ଟରରେ କାମ କରିବା ଓ ଗାଇଡ ଭାବେ ମଧ୍ୟ ନିଯୁକ୍ତି କରାଯାଇଛି। ସ୍ଥାନୀୟ ଏସ୍‌ଏଚ୍‌ଜି ମହିଳାମାନେ ହସ୍ତତନ୍ତ, ହସ୍ତଶିଳ୍ପ ତିଆରି ସାମଗ୍ରୀଗୁଡ଼ିକ ବିକ୍ରୀ କରୁଛନ୍ତି। ଯାହାକି ପର୍ଯ୍ୟଟକଙ୍କ ମନ ମୋହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri