Posted inଖେଳ

ଟିକେଟ ବିକ୍ରି ଆରମ୍ଭ, ବାରବାଟୀରେ ଫାଇନାଲ

କଟକ ଅଫିସ, ୨୪ା୯: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲଏଲସି) ଟୁର୍ନାମେଣ୍ଟର ମ୍ୟାଚ୍‌ ନିମନ୍ତେ ଅଫଲାଇନ୍‌ରେ ଟିକେଟ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମ ପରିସର ବାହାରେ ୪ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯାଉଛି। ପ୍ରଥମ ଦିନରେ ବିକ୍ରି ହୋଇଛି ୯୯ଟି ଟିକଟ। ୨୬ ତାରିଖରେ ଖେଳାଯିବାକୁ ଥିବା ମଣିପାଲ ଟାଇଗର୍ସ-ଭିଲୱାରା କିଙ୍ଗ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ ନିମନ୍ତେ ୩୪ଟି ଟିକଟ ବିକ୍ରି ହୋଇଛି। ୨୭ ତାରିଖରେ ଖେଳାଯିବାକୁ ଥିବା ଗୁଜ୍‌ରାଟ ଜାଏଣ୍ଟ୍ସ-ଭିଲୱାରା କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ନିମନ୍ତେ ୬୫ଟି ଟିକେଟ ବିକ୍ରି ହୋଇଛି ବୋଲି ଏଲଏଲସିର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର ଓ ରବିବାର ମଧ୍ୟ କାଉଣ୍ଟର ଖୋଲାରହିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯିବ ବୋଲି ସେ କହିଛନ୍ତି। ୨୫ ତାରିଖରେ ଉଭୟ ଦଳ ଆସି ଭୁବନେଶ୍ୱରରେ ପହଞ୍ଚିବେ। ଏଣୁ ଅଭ୍ୟାସ ସେସନ ରଖାଯାଇନାହିଁ। ସେହିପରି ୨୭ ତାରିଖରେ ଖେଳାଯିବାକୁ ଥିବା ଗୁଜୁରାଟ ଜଏଣ୍ଟ୍ସ-ଭିଲୱାରା କିଙ୍ଗସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମଧ୍ୟ କୌଣସି ଦଳ ଅଭ୍ୟାସ କରିବାକୁ ଆସିବେ ନାହିଁ। ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ-ମଣିପାଲ ଟାଇଗର୍ସ ବିପକ୍ଷ ମ୍ୟାଚ୍‌ ଖେଳାଯିବ। ଏହି ଦୁଇ ଦଳ ୨୮ ତାରିଖରେ ଅଭ୍ୟାସ କରିବେ। ପ୍ରତ୍ୟେକ ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ।
ଅକ୍ଟୋବର ୫ରେ ଲିଗ୍‌ର ଫାଇନାଲ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଟୁର୍ନାମେଣ୍ଟର ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍‌ ପ୍ରତି ଖେଳପ୍ରେମୀଙ୍କ ଆଗ୍ରହ ପରିଲକ୍ଷିତ ହେଉଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଷ୍ଟାଡିୟମରେ ହେଉ ଅବା ଟିଭି ରେଟିଂରେ ଗତ ସିଜନ ତୁଳନାରେ ଏଥର ଦର୍ଶକଙ୍କ ସଂଖ୍ୟା ୫ ଗୁଣା ଅଧିକ ଥିବା ଦେଖାଯାଇଛି ବୋଲି ଲିଜେଣ୍ଡ୍ସ ଲିଗ୍‌ର ସହପ୍ରତିଷ୍ଠାତା ତଥା ସିଇଓ ରମଣ ରାହେଜା ପ୍ରକାଶ କରିଛନ୍ତି। ଭାରତରେ ଆଇପିଏଲ୍‌ ପରେ ଏହି ଟି୨୦ ଲିଗ୍‌କୁ ଅଧିକ ଲୋକ ଦେଖୁଛନ୍ତି। ଆମ ଡିଜିଟାଲ ଫୁଟ୍‌ଫ୍ରିଣ୍ଟ୍‌ ୬ଶହ ନିୟୁତ ଅତିକ୍ରମ କରିସାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri