ଶୀତବସ୍ତ୍ର ପସରା ମେଲିଲେଣି ତିବ୍ବତୀୟାନ

ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ) କୁମାର ପୂର୍ଣ୍ଣିମାଠାରୁ ବ୍ରହ୍ମପୁର ମହାନଗରରେ ଶୀତ ଅନୁଭୂତ ହେବା ଆରମ୍ଭ କରିଛି। ରାତିର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ଆଗକୁ ଅଧିକ ଶୀତକୁ ଦୃଷ୍ଟିରେ ରଖି ଲୋକେ ଶୀତବସ୍ତ୍ର କିଣିବା ଆରମ୍ଭ କଲେଣି। ବ୍ରହ୍ମପୁରର ଏସ୍‌ଏସ୍‌ଭିଟି ପଡିଆରେ ଏବେଠୁ ଶୀତବସ୍ତ୍ର ବିକ୍ରି ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ଭଳି ଶୀତବସ୍ତ୍ର ବିକ୍ରି ପାଇଁ ଗଜପତି ଜିଲାର ଚନ୍ଦ୍ରଗିରି ଅଞ୍ଚଳରୁ ତିବ୍ବତୀୟାନମାନେ ଏଠାକୁ ଛୁଟି ଆସିଲେଣି। ସବୁଥର ଭଳି ଚଳିତଥର ମଧ୍ୟ ଏସଏସଭିଟି ପଡିଆରେ ତିବ୍ବତୀୟାନ ରିଫ୍ୟୁଜି ଉଲେନ ମାର୍କେଟ ଖୋଲିଛି। ଗତ ୨୦ତାରିଖରୁ ଏଠାରେ ଶୀତ ବସ୍ତ୍ର ବିକ୍ରି ଆରମ୍ଭ ହୋଇଛି। ଏସ୍‌ଏସ୍‌ଭିଟି ପଡ଼ିଆଟି ଚଳଚଞ୍ଚଳ ହୋଇ ଉଠିଛି। ଅପରାହ୍ନ ଓ ସନ୍ଧ୍ୟାରେ ସହରବାସୀଙ୍କ ଭିଡ ଜମୁଛି। ଚଳିତବର୍ଷ ଏହି ମାର୍କେଟରେ ୩୮ଟି ଷ୍ଟଲ ଖୋଲାଯାଇଛି। ବିଇଏମସି ପକ୍ଷରୁ ଅନୁମତି ମଧ୍ୟ ମିଳିଛି। ୬ଟି ପରିବାରର ଲୋକେ ଶୀତବସ୍ତ୍ର ବିକ୍ରି କରୁଛନ୍ତି। ଏହି ପରିବାରଗୁଡିକ ଏବେ ଗାନ୍ଧୀ ନଗରଠାରେ ଭଡାରେ ରହୁଛନ୍ତି। ଆସନ୍ତା ଜାନୁୟାରୀ ୨୪ ତାରିଖ ଯାଏ ଶୀତ ବସ୍ତ୍ର ବିକ୍ରି କରାଯିବ ବୋଲି ମାର୍କେଟର ସଭାପତି ସିରିଂ ୟାଙ୍ଗଜମ କହିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ବ୍ରହ୍ମପୁର ସହରରେ ଶୀତବସ୍ତ୍ର ବିକ୍ରି କରୁଛୁ। ଅମୃତସର, ନେପାଳ ଓ ବ୍ୟାଙ୍କକରୁ ଶୀତବସ୍ତ୍ର ଅଣାଯାଉଛି। ୨୦୧୯ କରୋନା ସମୟରୁ ବ୍ୟବସାୟ ମାନ୍ଦା ରହିଥିଲା। ଗତବର୍ଷ ମଧ୍ୟ ବ୍ୟବସାୟ ଆଶାନୁରୂପକ ହୋଇ ନ ଥିଲା। ଚଳିତବର୍ଷ ଶୀତ ଆରମ୍ଭରୁ ସହରବାସୀଙ୍କ ଭିଡକୁ ଦେଖିଲେ ବ୍ୟବସାୟ ଆଶାନୁରୂପକ ହେବ ବୋଲି ସଭାପତି କହିଛନ୍ତି। ମାର୍କେଟ ପ୍ରବେଶ ଦ୍ୱାର ସମେତ ପରିସରରେ ବୁଦ୍ଧଙ୍କ ବିଭିନ୍ନ ବାଣୀ ଲିଖିତ ପତାକା ବନ୍ଧା ଯାଇଛି। ଯାହାକି ଶାନ୍ତି ଓ ମୈତ୍ରୀର ଭାବନା ସୃଷ୍ଟିରେ ସହାୟକ ହୋଇଥାଏ ବୋଲି ତିବ୍ବତୀୟାନଙ୍କ ବିଶ୍ୱାସ ରହିଛି।
ଏହି ମାର୍କେଟରେ ବର୍ତ୍ତମାନ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ଯୁବତୀ ଓ ଯୁବକଙ୍କ ନିମନ୍ତେ ଭଳିକି ଭଳି ବିଭିନ୍ନ ପସନ୍ଦର ଶୀତ ବସ୍ତ୍ର ବିକ୍ରି ହେଉଛି। ଛୋଟ ଶିଶୁଙ୍କ ନିମନ୍ତେ ବାବା ସୁଟ, ସ୍ବେଟର, ଜ୍ୟାକେଟ, ପାରାସୁଟ ଜ୍ୟାକେଟ ଓ ସ୍କୁଲ ୟୁନିଫର୍ମ ସ୍ବିଟର ବିକ୍ରି ହେଉଛି। ଯାହାର ମୂଲ୍ୟ ୧୦୦ଟଙ୍କାରୁ ଆରମ୍ଭ ହୋଇ ୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ମହିଳାଙ୍କ ନିମନ୍ତେ ସ୍ବିଟର, ସ୍ବିଟ ସାର୍ଟ, ପାରାସୁଟ ଜ୍ୟାକେଟ, ଚାଦର, ଷ୍ଟଲ ବିକ୍ରି ହେଉଛି। ଯାହାର ମୂଲ୍ୟ ୮୦୦ରୁ ଆରମ୍ଭ ହୋଇ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ପୁରୁଷଙ୍କ ନିମନ୍ତେ ବିଭିନ୍ନ ଡିଜାଇନର ଜ୍ୟାକେଟ ବିକ୍ରି ହେଉଛି। ଏହାର ମୂଲ୍ୟ ମଧ୍ୟ ୮୦୦ରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ବିଇଏମ୍‌ସି ପକ୍ଷରୁ ବଜାରରେ ପାନୀୟ ଜଳ ଯୋଗାଣ ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ପାଇଁ ବ୍ୟବସାୟୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri