Posted inଖେଳ

ଭାରତର ରୋମାଞ୍ଚକ ବିଜୟ

ମୁମ୍ବାଇ, ୪।୧: ଦୀପକ ହୁଦା ଓ ଅକ୍ଷର ପଟେଲଙ୍କ ଦୃଢ଼ ବ୍ୟାଟିଂ ପରେ ପଦାର୍ପଣକାରୀ ଶିବମ୍‌ ମାଭିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ମଙ୍ଗଳବାର ଅନୁଷ୍ଠିତ ସିରିଜର ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ରୋମାଞ୍ଚକଭାବେ ୨ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୨ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୧୬୦ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା।
ପଦାର୍ପଣରେ ମାଭି ପ୍ରଭାବୀ
୧୬୩ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୪ ରନରେ ୨ଟି ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ୨ଟି ଯାକ ଉଇକେଟ ନେଇଥିଲେ ଭାରତ ପକ୍ଷରୁ ଟି୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଶିବମ୍‌ ମାଭି। ସେ ପଥୁମ ନିଶଙ୍କା (୧)ଙ୍କୁ କ୍ଲିନ୍‌ ବୋଲ୍ଡ କରିଥିବାବେଳେ ଧନଞ୍ଜୟ ଡି’ସିଲ୍‌ଭାଙ୍କୁ ମିଡ୍‌-ଅନ୍‌ରେ ସଞ୍ଜୁ ସାମସନଙ୍କ ହାତରେ କ୍ୟାଚ କରାଇ ପ୍ୟାଭିଲିୟନ ଫେରାଇଥିଲେ। ଚରିଥ ଆଶାଲଙ୍କାଙ୍କୁ ଉଇକେଟ କିପର ଇଶାନ କିଶନଙ୍କ ହାତରେ କ୍ୟାଚ କରାଇ ଉମ୍ରାନ ମଲିକ ବିଦାୟ ପଥ ଦେଖାଇଥିଲେ। ସେହିପରି କୁଶାଲ ମେଣ୍ଡିସ ଓ ପ୍ରତିଭା ସମ୍ପନ୍ନ ଭାନୁକା ରାଜପାକ୍ସାଙ୍କ ଉଇକେଟ ନେଇଥିଲେ ହର୍ଶଲ ପଟେଲ। ଓ୍ବାନିନ୍ଦୁ ହସରଙ୍ଗାଙ୍କୁ ମାଭି ତୃତୀୟ ଶିକାର ବନାଇଥିବାବେଳେ ବିପଜ୍ଜନକ ସାବ୍ୟସ୍ତ ହୋଇ ଆସୁଥିବା ଦସୁନ ସନକା (୪୫ ରନ, ୨୭ ବଲ, ୩ ଚୌକା, ୩ ଛକା)ଙ୍କୁ ଆଉଟ କରି ଉମ୍ରାନ ମ୍ୟାଚକୁ ଭାରତ ନିୟନ୍ତ୍ରଣକୁ ନେଇ ଆସିଥିଲେ। ଶେଷ ୨ ଓଭରରେ ନାଟକୀୟ ଘଟଣାକ୍ରମରେ ମ୍ୟାଚ ବିଭିନ୍ନ ଆଡ଼କୁ ମୋଡ଼ ନେଇଥିଲେ ହେଁ ଶେଷରେ ଭାରତ ବିଜୟୀ ହୋଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଶିବମ୍‌ ମାଭି ନିଜ ପ୍ରଥମ ମ୍ୟାଚରେ ୪ଟି ଉଇକେଟ ନେଇଥିବାବେଳେ ହର୍ଶଲ ପଟେଲ ଓ ଉମ୍ରାନ ମଲିକ ୨ଟି ଲେଖାଏ ଉଇକେଟ ନେଇଥିଲେ।
ଦୀପକ-ଅକ୍ଷର ସମ୍ମାନ ରଖିଲେ
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ବୋଲରମାନେ ଭଲ ଆରମ୍ଭ କରି ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ତୃତୀୟ ଓଭରରେ ପଦାର୍ପଣକାରୀ ଶୁବମନ ଗିଲ୍‌(୭)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟାୟ ସମ୍ମୁଖୀନ ହୋଇଥିବା ଭାରତ ପରେ ସୂର୍ଯ୍ୟକୁମାର ଯାଦବ (୭), ସଞ୍ଜୁ ସାମସନ (୫)ଙ୍କ ଉଇକେଟ ଶୀଘ୍ର ହରାଇବାରୁ ଦ୍ରୁତ ହାରରେ ରନ ସଂଗ୍ରହକରି ପାରି ନ ଥିଲା। ଇଶାନ କିଶନ (୩୭ ରନ, ୨୯ ବଲ, ୩ ଚୌକା, ୨ ଛକା) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୨୯ ରନ, ୨୭ ବଲ, ୪ ଚୌକା) ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଫଳରେ ୧୫ ଓଭର ଶେଷ ବେଳକୁ ଭାରତ ୫ ଉଇକେଟ ହରାଇ ମାତ୍ର ୧୦୧ ରନ କରିପାରିଥିଲା। ତେବେ ଦୀପକ ହୁଦା ଓ ଅକ୍ଷର ପଟେଲ ଅସମାପ୍ତ ୬ଷ୍ଠ ଉଇକେଟରେ ୩୫ ବଲ୍‌ରୁ ୬୮ ରନ ସଂଗ୍ରହ କରିବାରୁ ଭାରତ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ଶେଷ ୫ ଓଭରରୁ ଏ ଦୁହେଁ ୬୧ ରନ ସଂଗ୍ରହ କରିଥିଲେ। ହୁଦା ୨୩ ବଲ୍‌ରୁ ୪୧ (୧ ଚୌକା, ୪ ଛକା) ଓ ଅକ୍ଷର ୨୦ ବଲ୍‌ରୁ ୩୧ (୩ ଚୌକା, ୧ ଛକା) ରନକରି ଅପରାଜିତ ରହିଥିଲେ। ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଦିଲସାନ ମଦୁସନକା, ମହେଶ ଥିକସାନା, ଚାମିକା କରୁଣାରନେତ୍, ଧନଞ୍ଜୟ ଡି’ସିଲ୍‌ଭା ଓ ଓ୍ବାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୬୨/୫ (ଦୀପକ ହୁଦା-୪୧*, ଇଶାନ କିଶନ-୩୭, ଅକ୍ଷର ପଟେଲ-୩୧*, ହାର୍ଦ୍ଦିକ ପାଣ୍ଡ୍ୟା-୨୯, ଦିଲସାନ ମଦୁସନକା-୧/୩୫, ମହେଶ ଥିକସାନା-୧/୨୯, ଚାମିକା କରୁଣାରନେତ୍-୧/୨୨, ଧନଞ୍ଜୟ ଡି’ସିଲ୍‌ଭା-୧/୬, ଓ୍ବାନିନ୍ଦୁ ହସରଙ୍ଗା-୧/୨୨)। ଶ୍ରୀଲଙ୍କା ୨୦ ଓଭରରେ ୧୬୦/ଅଲ୍‌ଆଉଟ (ଦସୁନ ସନକା-୪୫, କୁଶାଲ ମେଣ୍ଡିସ-୨୮, ଶିବମ୍‌ ମାଭି-୪/୨୨, ହର୍ଶଲ ପଟେଲ-୨/୪୧, ଉମ୍ରାନ ମଲିକ-୨/୨୭)।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri