ବଲସକୁମ୍ପା, ୪।୧ (ଡି.ଏନ୍.ଏ): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧୀନରେ ଥିବା ପିଲାସାଲୁଙ୍କି ଡ୍ୟାମ ଓ ପୁରୁଣାପାଣି ଡ୍ୟାମଠାରେ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କିଏ ବଣଭୋଜିର ତ ଆଉ କିଏ ଡ୍ୟାମ୍ରେ ଗାଧୋଇବା ସହିତ ମନୋରମ ପରିବେଶର ମଜା ନେଉଛନ୍ତି। ତେବେ ଏହି ଦୁଇ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ କି ଜିଲା ପ୍ରଶାସନର ଦୃଷ୍ଟି ପଡ଼ିନାହିଁ। ପିଲାସାଲୁଙ୍କି ଡ୍ୟାମକୁ ଯିବା ପାଇଁ ଥିବା ରାସ୍ତାର ଅବସ୍ଥା ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡ଼ିବ।
କନ୍ଧମାଳ ଜିଲାର ଏକ ପ୍ରମୁଖ ଜଳ ଭଣ୍ଡାର ହେଲା ପିଲାସାଲୁଙ୍କି ଡ୍ୟାମ। ଏହି ଡ୍ୟାମରୁ ଚାଷୀମାନଙ୍କ ଜମିକୁ ମଧ୍ୟ ଜଳ ଯୋଗାଯାଇଥାଏ। ଏଠାରେ ଅନାଦି କାଳରୁ ରହିଛି ପ୍ରସିଦ୍ଧ ମା’ ବରାଳ ଦେବୀଙ୍କ ମନ୍ଦିର ବଲସକୁମ୍ପା। ଯିଏ ବି ଫୁଲବାଣୀ ଆସନ୍ତି ମା’ ବରାଳ ଦେବୀଙ୍କ ଦର୍ଶନ କରିବା ସହିତ ପିଲାସାଲୁଙ୍କି ଏବଂ ପୁରୁଣାପାଣି ଡ୍ୟାମ ପରିଦର୍ଶନ କରନ୍ତି । ସେହିପରି ନୂଆବର୍ଷ ଆସିଲେ ଏଠାରେ ବଣଭୋଜିର ମଜା ନିଅନ୍ତି ପର୍ଯ୍ୟଟକ। କିନ୍ତୁ ପରିତାପର ବିଷୟ ଯେ, ଏହି ସ୍ଥାନର ବିକାଶ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଡ୍ୟାମ ନିକଟକୁ ଯିବା ପାଇଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ରାସ୍ତାରେ ଜଙ୍ଗଲ ଭଳି ମାଡ଼ିରହିଛି ଅନାବନା ଗଛ। ଡ୍ୟାମ ନିକଟରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଗୋଟିଏ ନଳକୂପ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସଫାସୁତୁରା ହେଉନଥିବାରୁ ଚାରିଆଡ଼େ ପ୍ଲାଷ୍ଟିକ ପ୍ଲେଟ, ଗ୍ଲାସ ଓ ଭଙ୍ଗା ମଦ ବୋତଲ ପଡ଼ିଛି। ଲାଇଟ୍ ବ୍ୟବସ୍ଥା ବି ନାହିଁ । ସୁରକ୍ଷା ବ୍ୟବସ୍ଥା ବି ଶୂନ। କହିବାକୁ ଗଲେ ପୂରା ଅବ୍ୟବସ୍ଥା ଘେରରେ ରହିଛି ପିଲାସାଲୁଙ୍କି ଡ୍ୟାମ। ୨୦୨୦ ନୂଆବର୍ଷରେ ବଣଭୋଜି କରିବାକୁ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ତେଣୁ ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଏହି ସ୍ଥାନର ବିକାଶ କଲେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ମତପ୍ରକାଶ ପାଇଛି।
Posted inHome Left, ଆମ ଜିଲା ଖବର, କନ୍ଧମାଳ View All
ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…
କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…
ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା
ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…
ଚାକିରି ଛାଡି ନିଜର ବିଜନେସ୍ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍ ହେବାର ରହିଛି କ୍ୱାଲିଟି…
ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…
ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…
ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…
ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ
ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…
୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…
ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…
ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ
ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…
ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…
ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…
Archives

