Categories: ଖେଳ

ରୋମାଞ୍ଚକ ମୋଡ଼ରେ ଦ୍ୱିତୀୟ ଟେଷ୍ଟ, ଟାର୍ଗେଟ ୩୭୦: ଦକ୍ଷିଣ ଆଫ୍ରିକା ୧୨୭/୧

ରାଓ୍ବଲପିଣ୍ଡି,୮।୨: ପାକିସ୍ତାନ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୧୧୪.୩ ଓଭରରେ ୨୭୨ ରନ୍‌ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୬୫.୪ ଓଭରରେ ୨୦୧ ରନ କରି ଅଲ୍‌ଆଉଟ ହୋଇ ୭୧ ରନ ପଛରେ ପଡିଥିଲା। ଏହାପରେ ପାକିସ୍ତାନ ଦ୍ୱିତୀୟ ଇନିଂସ ଆରମ୍ଭ କରି ୧୦୨ ଓଭରରେ ୨୯୮ ରନ କରି ଅଲ୍‌ଆଉଟ ହୋଇଛି। ଫଳରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୭୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜବାବରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ଆରମ୍ଭ କରି ରବିବାର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୪୧ ଓଭରରେ ଗୋଟିଏ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକି ଥିବାବେଳେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ୯ ଉଇକେଟ ହାତରେ ରଖି ଆଉ ୨୪୩ ରନ ଆବଶ୍ୟକ କରୁଛି। ଷ୍ଟମ୍ପ୍‌ ଅପସାରଣ ବେଳକୁ ଓପନର ଏଡେନ ମାରକ୍ରମ ୫୯ ଓ ରାସି ଭାନ ଡେର ଡୁସେନ ୪୮ ରନ କରି ଅପରାଜିତ ରହିଛନ୍ତି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଡିନ୍‌ ଏଲଗାର ୧୭ ରନ କରି ଶାହିନ ଶାହ ଆଫ୍ରିଦିଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୨୯/୬ରୁ ଖେଳ ଆରମ୍ଭ କରି ରବିବାର ଅଲ୍‌ଆଉଟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୧୧୪.୩ ଓଭରରେ ୨୭୨ ଆଲଆଉଟ।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୬୫.୪ ଓଭରରେ ୨୦୧ ଅଲ ଆଉଟ।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୧୦୨ ଓଭରରେ ୨୯୮ ଅଲଆଉଟ୍‌।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୪୧ ଓଭରରେ ୧୨୭/୧
(ମାରକ୍ରମ- ୫୯*, ଡୁସେନ- ୪୮*, ଏଲଗାର- ୧୭, ଆଫ୍ରିଦି- ୧/୨୨ )।

Share