Posted inଜାତୀୟ

ଦିବାଲୋକରେ ଭାଜପା ନେତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ବେଙ୍ଗାଲୁରୁ,୨୪।୬: କର୍ନାଟକରେ ଶାସନ କରୁଥିବା ଭାଜପାର ନେତ୍ରୀ ତଥା ଦୁଇ ଥର ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) କର୍ପୋରେଟର ରେଖା କାଦିରେଶଙ୍କୁ ହତ୍ୟା କରାଯାଇଛି। ଗୁରୁବାର ବେଙ୍ଗାଲୁରୁ ସ୍ଥିତି ଅଫିସ ବାହାରେ ସ୍ପଷ୍ଟ ଦିବାଲୋକରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ତେବେ ତାଙ୍କ ହତ୍ୟା ପଛରେ ପୂର୍ବ ଶତୃତା ରହିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି।

ପୂର୍ବରୁ ରେଖାଙ୍କ ସ୍ବାମୀ ଏସ୍‌. କାଦିରେଶଙ୍କୁ ୨୦୧୮ ଫେବୃୟାରୀ ୭ରେ ହତ୍ୟା କରାଯାଇଥିଲା। ସେ କଟନପେଟ୍‌ ଅଞ୍ଚଳରେ ଜଣେ ରାଉଡୀ ନେତା ଭାବେ ଜଣାଶୁଣା ଥିଲେ। ତାଙ୍କ ନାମରେ ହତ୍ୟା, ଅପହରଣ ଭଳି ୧୪ଟି ସଙ୍ଗୀନ ମାମଲା ଥିଲା। ଉକ୍ତ ଅଞ୍ଚଳରେ ସକ୍ରିୟ ଥିବା ବିରୋଧୀ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା।

୪୫ ବର୍ଷୀୟା ରେଖାଙ୍କ ହତ୍ୟା ଘଟଣା ସମ୍ପର୍କରେ ଅତିରିିକ୍ତ ପୋଲିସ କମିଶନର ଏସ୍‌. ମୁରୁଗାନ କହିଛନ୍ତି, ଚାଲାଭାଦିପାଲୟାର ଭାଜପା କାଉନ୍‌ସିଲର ସକାଳ ୧୦ଟା ୩୦ରେ ଅଞ୍ଚଳରେ ଚାଲିଥିବା ରିଲିଫ୍‌ ବଣ୍ଟନ କାର୍ଯ୍ୟର ତଦାରଖ କରୁଥିଲେ। ଏହି ସମୟରେ ବାଇକ୍‌ ଯୋଗେ ଆସିଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ରେଖାଙ୍କ ଅଫିସର କେହି ସମୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। କାରଣ ଅଫିସ ବାହାରେ ଲାଗିଥିବା ସିସିଟିଭି ଘଟଣା ସମୟରେ ସୁଇଚ୍‌ ଅଫ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲେ, ୧୦ ବର୍ଷ ପରେ ପୁଣି ପାଠ ପଢି ହେଲେ ବଡ଼ ଅଫିସର

ଜୟପୁର,୨୩।୭: କୁହାଯାଏ ଭାଗ୍ୟ ସହାୟତା କଲେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରିଥାଏ। କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ।...

ପାକିସ୍ତାନ-ଚାଇନା-ନେପାଳ ସହିତ ସୀମା ବିବାଦ: ମୋଦିଙ୍କ ପାଇଁ ପାଲଟିଛି ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ, ୧୮।୬: ଭାରତ ସହିତ ପାକିସ୍ତାନ,ଚାଇନା ଓ ନେପାଳର ସୀମା ବିବାଦ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଗ୍ନି ପରୀକ୍ଷା ପାଲଟିଛି।...

ସିଂହ ପଛରେ ବାଇକ୍‌ ଧରି ଗୋଡାଉଥିଲେ ଯୁବକ, ଆଉ ତା ପରେ

ଗୁଜୁରାଟର ଜୁନାଗଡରେ ଦୁଇଜଣ ବାଇକ ଆରୋହୀ ଏକ ସିଂହ ପଛରେ ଗୋଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଉଭୟ ଯୁବକଙ୍କୁ...

ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର, ମାସ୍କ କିଟ୍‌ ବାଣ୍ଟିଲେ ଡିଏମ୍‌କେ ମୁଖ୍ୟ

ଚେନ୍ନାଇ,୨୧।୩: ଡରାଉଚି କରୋନା। ହେଲେ ଏହାକୁ ନେଇ ଭୟଭୀତ ନ ହେବାକୁ ସରକାର କହିଛନ୍ତି। ସାବଧାନତା ଏବଂ ସତର୍କତା ଆମକୁ କରୋନା ଦାଉରୁ ରକ୍ଷା କରିବ...

ପଞ୍ଜାବ ବିକାଶ ପାର୍ଟି ଗଠନ କରିବେ କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ଼,୧ ।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ନିଜର ନୂଆ ଦଳର ଘୋଷଣା କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ...

ବ୍ୟବସାୟୀଙ୍କୁ ଆଶ୍ୱସ୍ତି: ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ହଟିବନି ୫୦୦ ଦୋକାନ…

ନୂଆଦିଲ୍ଲୀ,୧୭।୧: ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ୫୦୦ ଦେକାନ ହଟିବନି। ଏଭଳି ନିର୍ଦ୍ଦେଶ ପ୍ରଦାନ କରି ବ୍ୟବସାୟିକ କାର୍ଯ୍ୟକଳାପକୁ ବନ୍ଦ କରିବା ମାମଲାରେ ସୁପ୍ରିମକୋର୍ଟର...

ବାୟୋଟେକ୍‌ କ୍ଷେତ୍ରରେ ଭାରତ ଖୁବ୍‌ ଶୀଘ୍ର ଶୀର୍ଷ ୧୦ ଦେଶ ମଧ୍ୟରେ ସ୍ଥାନୀତ ହେବ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୬ : ଭାରତ ବାୟୋଟେକ୍‌ କ୍ଷେତ୍ରରେ ଖୁବ୍‌ ଶୀଘ୍ର ପୃଥିବୀର ୧୦ ଶୀର୍ଷ ଦେଶ ମଧ୍ୟରେ ସ୍ଥାନୀତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People...

Advertisement
Archives

Model This Week