ଷ୍ଟିମ୍‌ ପାଇପ୍‌ ବେଲ୍‌ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର: କ୍ଷତି ପୂରଣ ଦାବିରେ ଆନ୍ଦୋଳନ

ଗଞ୍ଜାମ,୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି ।କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍‌ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ ଇଞ୍ଜିନିୟର ସମେତ ତିନି ଜଣ ଠିକା କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଶଙ୍କର ରାଉଳ (୩୨), ଏସ୍‌ ବୈଦେଶର (୨୫), କେ ବେଣୁ ପାଣି ରେଡ୍ଡୀ (୩୫) ଓ କମ୍ପାନୀର ଅଭିଷେକ ପାଳ । ଆହତଙ୍କୁ ତୁରନ୍ତ ଛତ୍ରପୁର ଓ ପରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଛି । ଅବସ୍ଥା ଖରାପ ଥିବା ଶ୍ରମିକଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଛି। ତେବେ ବିଳମ୍ବରେ ଆମ୍ବୁଲାନ୍ସ ଆସିବା, ଆମ୍ବୁଲାନ୍ସରେ ଅନ୍ୟାନ ସୁବିଧା ନ ଥିବା ଏବଂ କ୍ଷତି ପୂରଣ ଦାବିରେ ଠିକା ଶ୍ରମିକମାନେ କମ୍ପାନୀରେ ଆନ୍ଦୋଳନ କରିଛନ୍ତି। ଖବରପାଇ ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ପହଞ୍ଚି କମ୍ପାନୀ ଉପରିସ୍ଥ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏଯାବତ୍‌ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୧୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ,୧ା୬: କେନ୍ଦ୍ରାପଡ଼ା ଜିଲାରେ ସୋମବାର ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଚିହ୍ନଟ ଆକ୍ରାନ୍ତଙ୍କୁ ଛତାସ୍ଥିତ କୋଭିଡ୍‌ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା...

ନୂଆ ପିଆଜ ଆସିଲେ ଦର କମିବ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଗତ ୨/୩ ମାସ ହେବ ପିଆଜର ଅହେତୁକ ଦର ବୃଦ୍ଧି ଲୋକମାନଙ୍କୁ ଅତିଷ୍ଠ କରି ରଖିଛି। ନୂଆ ଅମଳ ନ ଆସିବା ଯାଏ ରାଜ୍ୟରେ ପିଆଜ...

ଜନ୍ମରୁ ଝିଅକୁ ପୋଲିଓ, ସ୍ବାମୀଙ୍କୁ ପକ୍ଷାଘାତ

ରାଜକନିକା,୧୭ା୪ (ଡି.ଏନ୍‌.ଏ.): ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ନାହିଁ କି ଚାଷ କରି ଚଳିବାକୁ ଜମି ଗୁଣ୍ଠେ ନାହିଁ। ସେପଟେ ସ୍ବାମୀ ମୂଲପାତି ଲାଗି ଆମକୁ ଦି’ଓଳି...

କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି...

ଆଶାକର୍ମୀ ସଂଘର ଧାରଣା

ଛତ୍ରପୁର,୯ା୧୧(ଡି.ଏନ.ଏ)-ରାଜ୍ୟ ଆଶା ଓ ଆଶାସାଥୀ ସଂଘର ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା...

ପୋକତୁଙ୍ଗା ସେବା ସମବାୟ ବ୍ୟାଙ୍କରୁ ଲୁଟ୍‌: ତାଲା ତାଡ଼ି ନେଇଗଲେ ଆଇରନ ଚେଷ୍ଟ

ବନ୍ତଳା,୭।୮ (ଡି.ଏନ.ଏ.):ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ବ୍ୟାଙ୍କରୁ ସୋମବାର ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ଗ୍ରୀଲ ତାଡି ଭିତରେ ପଶିବା...

ଲକର୍‌ରୁ ମିଳିଲା ୧ କେଜିରୁ ଊର୍ଦ୍ଧ୍ୱ ସୁନା

ଭୁବନେଶ୍ୱର,୬।୪ (ବ୍ୟୁରୋ): ଲାଞ୍ଚ ମାମଲାରେ ଗିରଫ ହୋଇ ଜେଲରେ ଥିବା ସି.ଟି. ଆଣ୍ଡ୍‌ ଜିଏସ୍‌ଟି (ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ପ୍ରବର୍ତ୍ତନ ଏକକ) ପାରାଦୀପ...

ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୪୪କୁ ବୃଦ୍ଧି

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ ପୁଣି ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଢେଙ୍କାନାଳର...

Advertisement
Archives

Model This Week