ଜୟଶଙ୍କରଙ୍କ ତିନୋଟି କଥା

ଆକାର ପଟେଲ

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏକ ବିଦ୍ୱାନ ପରିବାରରୁ ଆସିଛନ୍ତି। ତାଙ୍କ ବାପା କେ. ସୁବ୍ରମଣ୍ୟମ୍‌ ଦିଲ୍ଲୀର ପ୍ରତିଷ୍ଠିତ ଥିଙ୍କ୍‌ଟ୍ୟାଙ୍କ ଆଇଡିଏସ୍‌ଏର ପ୍ରତିଷ୍ଠାତା ଥିଲେ। ସେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ପରାମର୍ଶଦାତା ଥିଲେ। ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ଭାରତର ଆଣବିକ ପରିଯୋଜନା ଏବଂ ବାଂଲାଦେଶରେ ସାମରିକ ହସ୍ତକ୍ଷେପରେ ସୁବ୍ରମଣ୍ୟମଙ୍କର ଭୂମିକା ରହିଥିଲା। କେ. ସୁବ୍ରମଣ୍ୟମଙ୍କ ପୁଅ ତଥା ଜୟଶଙ୍କରଙ୍କ ଭାଇ ସଞ୍ଜୟ ମଧ୍ୟ ଜଣେ ବିଶ୍ୱ ବିଖ୍ୟାତ ବିଦ୍ୱାନ ଥିଲେ। ମୋ କହିବା କଥା ହେଲା ଡ. ଏସ୍‌. ଜୟଶଙ୍କରଙ୍କ ଯେଉଁଭଳି ପାରିବାରିକ ପୃଷ୍ଠଭୂମି ରହିଛି ସେଭଳି ଅନ୍ୟ ମନ୍ତ୍ରୀମାନଙ୍କର ନାହିଁ। କିଛି ଦିନ ତଳେ ଜୟଶଙ୍କରଙ୍କର ଏକ ବହି ପ୍ରକାଶ ପାଇଛି। ତନୋଟି କଥା ବା ତତ୍ତ୍ୱ ଭାରତର ବୈଦେଶିକ ନୀତିକୁ ନକାରାମତ୍କ ଭାବେ ପ୍ରଭାବିତ କରିଥିଲା ବୋଲି ସେଥିରେ ସେ ଉଲ୍ଲେଖ କରିଛନ୍ତି। ପ୍ରଥମଟି ହେଲା ବିଭାଜନ। ଏହା ଭାରତର ସୀମାକୁ ସଙ୍କୁଚିତ କରିଦେବା ସହ ଚାଇନାର ଗୁରୁତ୍ୱ ଅଧିକ ବଢ଼ାଇଦେଇଥିଲା। ଦ୍ୱିତୀୟଟି ଥିଲା ୧୯୯୧ର ଅର୍ଥନୈତିକ ସଂସ୍କାରରେ ବିଳମ୍ବ ଏବଂ ଏହା ପୂର୍ବରୁ କରାଯାଇଥିଲେ ଭାରତ ଶୀଘ୍ର ବିକଶିତ ହୋଇ ପାରିଥାଆନ୍ତା। ତୃତୀୟରେ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଭାରତ ନିଷ୍ପତ୍ତି ନେବାରେ ବିଳମ୍ବ। ସେ ଏହି ତିନୋଟିକୁ ଭାରତ ପାଇଁ ବୋଝ ବୋଲି କହିଛନ୍ତି। ସେ ଯାହା କହୁଛନ୍ତି ତା’ ଉପରେ ଆମେ କ’ଣ କରିବା ଉଚିତ? ସେ ଯାହା କହିଛନ୍ତି ତାହା କେତେ ଦୂର ସତ ତାହା ଦେଖିବାକୁ ପଡିବ। ପ୍ରଥମରେ ସେ କହିଛନ୍ତି ଯେ ଭାରତ ବିଭାଜନ ଯୋଗୁ ତା’ର ପରିସୀମା କମିଗଲା। ଯଦି ବିଭାଜନ ହୋଇ ନ ଥାନ୍ତା ତେବେ ଅବିଭକ୍ତ ଭାରତର ସୀମା ବର୍ମାଠାରୁ ଇରାନ ଯାଏ ଏକ ବିଶାଳ ଭୂଖଣ୍ଡ ହୋଇଥାନ୍ତା ଏବଂ ଏହାର ଜନସଂଖ୍ୟା ହୋଇଥାନ୍ତା ୧୭୦ କୋଟି। ଅର୍ଥବ୍ୟବସ୍ଥା,ମୁଣ୍ଡପିଛା ଆୟ, ଉପତ୍ାଦକତା କିମ୍ବା ଅନ୍ୟ କୌଣସି ଦୃଷ୍ଟିରୁ ବିଶେଷ କିଛି ପ୍ରଭେଦ ରହି ନ ଥାନ୍ତା। ସମାଗ୍ରିକ ଭାବେ ଦକ୍ଷିଣ ଏସିଆ ସମୃଦ୍ଧ, କିନ୍ତୁ ବ୍ରିଟିଶ୍‌ ଇଣ୍ଡିଆ ଅଧୀନରେ ଥିବା ତିନୋଟି ଦେଶ ଏବେ ନା ବିକଶିତ ହୋଇପାରିଛନ୍ତି ନା ସାମାନ୍ୟ ବିକାଶଶୀଳ ହେବାରେ ସଫଳ ହୋଇଛନ୍ତି। ପାକିସ୍ତାନ ଏବଂ ବାଂଲାଦେଶକୁ ଗଲେ ସେଠାକାର ପରିସ୍ଥିତି ଭାରତର ଅଧିକାଂଶ ଭାଗଠାରୁ ଭିନ୍ନ ନୁହେଁ ବୋଲି ଜଣିପାରିବେ।
ଦ୍ୱିତୀୟ ସମସ୍ୟାଟି ହେଉଛି ଅର୍ଥନୈତିକ ସଂସ୍କାରରେ ବିଳମ୍ବ। ଜୟଶଙ୍କର ଜଣେ ଅର୍ଥନୀତିଜ୍ଞ ନୁହନ୍ତି। ଏଣୁ ସେ ଯାହା କହୁଛନ୍ତି ତାହା ସତ ବୋଲି ଗ୍ରହଣ କରିବା ପୂର୍ବରୁ ଆମକୁ ସତର୍କ ରହିବାକୁ ହେବ। ନେହେରୁଙ୍କ ଅମଳରେ ଭାରତର ଅର୍ଥବ୍ୟବସ୍ଥାର ସାମାନ୍ୟ ସାମର୍ଥ୍ୟ ରହିଥିଲା। ଦେଶରେ ମୁଖ୍ୟତଃ ଭାରି ଶିଳ୍ପ କ୍ଷତ୍ରରେ ପୁଞ୍ଜିର ଆବଶ୍ୟକତା ଥିଲା। ବହୁ ଅନୁଷ୍ଠାନ ପାଇଁ ଆମେ ସ୍ବୀକୃତି ପାଇଲେ ମଧ୍ୟ ଉଚ୍ଚ ଶିକ୍ଷାରେ ତାହା ଆଦୌ ସଫଳ ହୋଇନାହିଁ। ଆମେ ଘରୋଇକରଣର ଯେତେ ଗୁଣ ଗାଇଲେ ବି ଏବେ ଭାରତରେ ଆଇଆଇଟି ଓ ଆଇଆଇଏମ୍‌ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସମକକ୍ଷ କୌଣସି ଘରୋଇ ଅନୁଷ୍ଠାନ ନାହିଁ। ଇନ୍ଦିରା ଗାନ୍ଧୀଙ୍କ ଲାଇସେନ୍ସ ରାଜ୍‌ ଭଲ ଥିଲା ବୋଲି ଆମେ କହିପାରିବା ନାହିଁ। ଅନ୍ୟପକ୍ଷରେ ଅର୍ଥନୈତିକ ସଂସ୍କାରରେ ବିଳମ୍ବ ହୋଇଥିବା ଜୟଶଙ୍କରଙ୍କ ମନ୍ତବ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିପାରିବା ନାହିଁ।
ତୃତୀୟଟି ହେଲା ଆଣବିକ ବିକଳ୍ପ, ଯାହା ମେ’୧୯୭୪ରେ ହିଁ ଘଟିଥିଲା। ଭାରତ ପାଖରେ ପରମାଣୁ ବୋମା ରହିଛି ବୋଲି ପ୍ରକାଶ କରିବା ବଡ଼ କଥା ନ ଥିଲା। କାରଣ, ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ଏବଂ ଆଫ୍ରିକାର ଅନେକ ଦେଶର ପରମାଣୁ ବୋମା ତିଆରି କରିବାର କ୍ଷମତା ଥିଲା, କିନ୍ତୁ କେହି ତିଆରି କରିବାକୁ ଚାହଁି ନ ଥିଲେ। ଅନ୍ୟପକ୍ଷରେ ଭାରତ ବୋମା ତିଆରି କରିବାକୁ ବୈଦେଶିକ ପ୍ରତିଶ୍ରୁତିକୁ ଉଲ୍ଲଂଘନ କଲା। ବୋମାରେ ଉପଯୋଗ ହେଉଥିବା ସାମଗ୍ରୀ ଉପତ୍ାଦନକାରୀ ରିଆକ୍ଟର କାନାଡ଼ାରୁ ଆସିଥିଲା ଏବଂ ତାକୁ କଥା ଦେଇଥିଲୁ କି ଏହାକୁ ଆମେ ଶାନ୍ତିି ଉଦ୍ଦେଶ୍ୟରେ ବିନିଯୋଗ କରିବୁ (ଏଥିପାଇଁ ୧୯୭୪ ବିସ୍ଫୋରଣକୁ ଇନ୍ଦିରା ଗାନ୍ଧୀ ଏକ ‘ଶାନ୍ତିପୂର୍ଣ୍ଣ ବିସ୍ଫୋରଣ’ ବୋଲି କହିଥିଲେ)। ଆମେ ଏହି ଆଣବିକ ଅସ୍ତ୍ରକୁ ୪୫ ବର୍ଷ ହେବ ରଖିଛୁ। ବାସ୍ତବରେ ସେଗୁଡିକୁ ଆମକୁ କେତେ ସାହାଯ୍ୟ କରିଛି? ଆମେ ୩୦ ବର୍ଷ ହେବ ପାକିସ୍ତାନକୁ ସନ୍ତ୍ରାସବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ କରି ଆସୁଥିଲେ ହେଁ ତାହାକୁ ପାକିସ୍ତାନ ବିପକ୍ଷରେ ପ୍ରୟୋଗ କରିପାରିନାହଁୁ। ଏବେ ଆମ ସୀମା ଭିତରେ ଥିବା ଚାଇନା ବିରୋଧରେ ବି ଏହାକୁ ବ୍ୟବହାର କରିପାରିବୁ ନାହିଁ। ପ୍ରଥମରୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାର ଯୋଜନା ଆମକୁ କୌଣସି ବାଟରେ ଆମକୁ ସାହାଯ୍ୟ କରିଛି ବୋଲି କହିବା ଏକ ବିତର୍କର ପ୍ରସଙ୍ଗ।
ଏହି ତିନୋଟି କଥାକୁ ଜୟଶଙ୍କର ବୋଝ ବୋଲି କହିଛନ୍ତି ଓ ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ଆସନ୍ତୁ ଦେଖିବା ତାଙ୍କ ପାର୍ଟି କ’ଣ କରିଛି ବା କରୁଛି। ଭାରତ ବିଭାଜନ ହୋଇଥାଇପାରେ କିନ୍ତୁ ଏବେ ସୁଦ୍ଧା ତା’ ପଡ଼ୋଶୀ ଭାବେ ବାଂଲାଦେଶ ଓ ପାକିସ୍ତାନ ରହିଛନ୍ତି। ସେମାନେ ତ ଆଫ୍ରିକା ଭିତରକୁ ଚାଲିଯାଇନାହାନ୍ତି। ତେବେ ପୂରା ଉପମହାଦେଶକୁ ବାଣିଜ୍ୟ ଓ ଯାତାୟାତ ମାଧ୍ୟମରେ ଏକାଠି କରିବାକୁ ଭାରତକୁ କିଏ ବନ୍ଦ କରିଛି? ଏହା ଆମର ଜାତୀୟତା। ବିିନା ଭିଜାରେ ଆମେ ନେପାଳ ଯାଇପାରିବା କିନ୍ତୁ ବାଂଲାଦେଶକୁ ନୁହେଁ। କାହିଁକି? ଯଦି ଚାହଁିବା ଭିଜାମୁକ୍ତ ଯାତାୟାତ ଓ ବାଣିଜ୍ୟ ଦ୍ୱାରା ଆମେ ଦକ୍ଷିଣ ଏସିଆକୁ ଏକାଠି କରିପାରିବା। କିନ୍ତୁ ଭାଜପା ଏହା ଚାହଁୁନାହିଁ।
ଉଦାରୀକରଣ ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଅପଣାଛାଏଁ ହେଉଛି ବୋଲି ଯାହା ଜୟଶଙ୍କର ଅନୁମାନ କରିଛନ୍ତି ତାହା ଭୁଲ। ଭାଜପା ଶାସନରେ ଜାନୁୟାରୀ ୨୦୧୮ରୁ ଅର୍ଥନୈତିକ ଅଭିବୃଦ୍ଧି କମି କମି ଚାଲିଛି। ଏହା ଭାଜପା ପ୍ରଦତ୍ତ ତଥ୍ୟରୁ ହିଁ ସ୍ପଷ୍ଟ ହୋଇଛି। ଏହାର ୬ ବର୍ଷ ଶାସନରେ ଅଢ଼େଇ ବର୍ଷ ଅଭିବୃଦ୍ଧି କମିଛି। ଏହା ସମାଜବାଦ କିମ୍ବା ଲାଇସେନ୍ସ ରାଜ ସମୟରେ ହୋଇ ନ ଥିଲା। ଚଳିତ ବର୍ଷ ଆମ ଅର୍ଥବ୍ୟବସ୍ଥା ଆହୁରି ତଳକୁ ଯିବ। ଜୟଶଙ୍କର ଯେଉଁ ତିନୋଟି କଥା କହିଛନ୍ତି ତାହା ଖୁବ୍‌ ହାଲୁକା ଓ ସରଳ। ଯଦି ଜୟଶଙ୍କରଙ୍କ ମୂଲ୍ୟାଙ୍କନ ବା ଧାରଣା ଠିକ୍‌ ତେବେ ତାହାକୁ ସୁଧାରିବା କରିବା ପାଇଁ ତାଙ୍କୁ କିଏ ଅଟକାଉଛି?
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri