ଜୟଶଙ୍କରଙ୍କ ତିନୋଟି କଥା

ଆକାର ପଟେଲ

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏକ ବିଦ୍ୱାନ ପରିବାରରୁ ଆସିଛନ୍ତି। ତାଙ୍କ ବାପା କେ. ସୁବ୍ରମଣ୍ୟମ୍‌ ଦିଲ୍ଲୀର ପ୍ରତିଷ୍ଠିତ ଥିଙ୍କ୍‌ଟ୍ୟାଙ୍କ ଆଇଡିଏସ୍‌ଏର ପ୍ରତିଷ୍ଠାତା ଥିଲେ। ସେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ପରାମର୍ଶଦାତା ଥିଲେ। ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ଭାରତର ଆଣବିକ ପରିଯୋଜନା ଏବଂ ବାଂଲାଦେଶରେ ସାମରିକ ହସ୍ତକ୍ଷେପରେ ସୁବ୍ରମଣ୍ୟମଙ୍କର ଭୂମିକା ରହିଥିଲା। କେ. ସୁବ୍ରମଣ୍ୟମଙ୍କ ପୁଅ ତଥା ଜୟଶଙ୍କରଙ୍କ ଭାଇ ସଞ୍ଜୟ ମଧ୍ୟ ଜଣେ ବିଶ୍ୱ ବିଖ୍ୟାତ ବିଦ୍ୱାନ ଥିଲେ। ମୋ କହିବା କଥା ହେଲା ଡ. ଏସ୍‌. ଜୟଶଙ୍କରଙ୍କ ଯେଉଁଭଳି ପାରିବାରିକ ପୃଷ୍ଠଭୂମି ରହିଛି ସେଭଳି ଅନ୍ୟ ମନ୍ତ୍ରୀମାନଙ୍କର ନାହିଁ। କିଛି ଦିନ ତଳେ ଜୟଶଙ୍କରଙ୍କର ଏକ ବହି ପ୍ରକାଶ ପାଇଛି। ତନୋଟି କଥା ବା ତତ୍ତ୍ୱ ଭାରତର ବୈଦେଶିକ ନୀତିକୁ ନକାରାମତ୍କ ଭାବେ ପ୍ରଭାବିତ କରିଥିଲା ବୋଲି ସେଥିରେ ସେ ଉଲ୍ଲେଖ କରିଛନ୍ତି। ପ୍ରଥମଟି ହେଲା ବିଭାଜନ। ଏହା ଭାରତର ସୀମାକୁ ସଙ୍କୁଚିତ କରିଦେବା ସହ ଚାଇନାର ଗୁରୁତ୍ୱ ଅଧିକ ବଢ଼ାଇଦେଇଥିଲା। ଦ୍ୱିତୀୟଟି ଥିଲା ୧୯୯୧ର ଅର୍ଥନୈତିକ ସଂସ୍କାରରେ ବିଳମ୍ବ ଏବଂ ଏହା ପୂର୍ବରୁ କରାଯାଇଥିଲେ ଭାରତ ଶୀଘ୍ର ବିକଶିତ ହୋଇ ପାରିଥାଆନ୍ତା। ତୃତୀୟରେ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଭାରତ ନିଷ୍ପତ୍ତି ନେବାରେ ବିଳମ୍ବ। ସେ ଏହି ତିନୋଟିକୁ ଭାରତ ପାଇଁ ବୋଝ ବୋଲି କହିଛନ୍ତି। ସେ ଯାହା କହୁଛନ୍ତି ତା’ ଉପରେ ଆମେ କ’ଣ କରିବା ଉଚିତ? ସେ ଯାହା କହିଛନ୍ତି ତାହା କେତେ ଦୂର ସତ ତାହା ଦେଖିବାକୁ ପଡିବ। ପ୍ରଥମରେ ସେ କହିଛନ୍ତି ଯେ ଭାରତ ବିଭାଜନ ଯୋଗୁ ତା’ର ପରିସୀମା କମିଗଲା। ଯଦି ବିଭାଜନ ହୋଇ ନ ଥାନ୍ତା ତେବେ ଅବିଭକ୍ତ ଭାରତର ସୀମା ବର୍ମାଠାରୁ ଇରାନ ଯାଏ ଏକ ବିଶାଳ ଭୂଖଣ୍ଡ ହୋଇଥାନ୍ତା ଏବଂ ଏହାର ଜନସଂଖ୍ୟା ହୋଇଥାନ୍ତା ୧୭୦ କୋଟି। ଅର୍ଥବ୍ୟବସ୍ଥା,ମୁଣ୍ଡପିଛା ଆୟ, ଉପତ୍ାଦକତା କିମ୍ବା ଅନ୍ୟ କୌଣସି ଦୃଷ୍ଟିରୁ ବିଶେଷ କିଛି ପ୍ରଭେଦ ରହି ନ ଥାନ୍ତା। ସମାଗ୍ରିକ ଭାବେ ଦକ୍ଷିଣ ଏସିଆ ସମୃଦ୍ଧ, କିନ୍ତୁ ବ୍ରିଟିଶ୍‌ ଇଣ୍ଡିଆ ଅଧୀନରେ ଥିବା ତିନୋଟି ଦେଶ ଏବେ ନା ବିକଶିତ ହୋଇପାରିଛନ୍ତି ନା ସାମାନ୍ୟ ବିକାଶଶୀଳ ହେବାରେ ସଫଳ ହୋଇଛନ୍ତି। ପାକିସ୍ତାନ ଏବଂ ବାଂଲାଦେଶକୁ ଗଲେ ସେଠାକାର ପରିସ୍ଥିତି ଭାରତର ଅଧିକାଂଶ ଭାଗଠାରୁ ଭିନ୍ନ ନୁହେଁ ବୋଲି ଜଣିପାରିବେ।
ଦ୍ୱିତୀୟ ସମସ୍ୟାଟି ହେଉଛି ଅର୍ଥନୈତିକ ସଂସ୍କାରରେ ବିଳମ୍ବ। ଜୟଶଙ୍କର ଜଣେ ଅର୍ଥନୀତିଜ୍ଞ ନୁହନ୍ତି। ଏଣୁ ସେ ଯାହା କହୁଛନ୍ତି ତାହା ସତ ବୋଲି ଗ୍ରହଣ କରିବା ପୂର୍ବରୁ ଆମକୁ ସତର୍କ ରହିବାକୁ ହେବ। ନେହେରୁଙ୍କ ଅମଳରେ ଭାରତର ଅର୍ଥବ୍ୟବସ୍ଥାର ସାମାନ୍ୟ ସାମର୍ଥ୍ୟ ରହିଥିଲା। ଦେଶରେ ମୁଖ୍ୟତଃ ଭାରି ଶିଳ୍ପ କ୍ଷତ୍ରରେ ପୁଞ୍ଜିର ଆବଶ୍ୟକତା ଥିଲା। ବହୁ ଅନୁଷ୍ଠାନ ପାଇଁ ଆମେ ସ୍ବୀକୃତି ପାଇଲେ ମଧ୍ୟ ଉଚ୍ଚ ଶିକ୍ଷାରେ ତାହା ଆଦୌ ସଫଳ ହୋଇନାହିଁ। ଆମେ ଘରୋଇକରଣର ଯେତେ ଗୁଣ ଗାଇଲେ ବି ଏବେ ଭାରତରେ ଆଇଆଇଟି ଓ ଆଇଆଇଏମ୍‌ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସମକକ୍ଷ କୌଣସି ଘରୋଇ ଅନୁଷ୍ଠାନ ନାହିଁ। ଇନ୍ଦିରା ଗାନ୍ଧୀଙ୍କ ଲାଇସେନ୍ସ ରାଜ୍‌ ଭଲ ଥିଲା ବୋଲି ଆମେ କହିପାରିବା ନାହିଁ। ଅନ୍ୟପକ୍ଷରେ ଅର୍ଥନୈତିକ ସଂସ୍କାରରେ ବିଳମ୍ବ ହୋଇଥିବା ଜୟଶଙ୍କରଙ୍କ ମନ୍ତବ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିପାରିବା ନାହିଁ।
ତୃତୀୟଟି ହେଲା ଆଣବିକ ବିକଳ୍ପ, ଯାହା ମେ’୧୯୭୪ରେ ହିଁ ଘଟିଥିଲା। ଭାରତ ପାଖରେ ପରମାଣୁ ବୋମା ରହିଛି ବୋଲି ପ୍ରକାଶ କରିବା ବଡ଼ କଥା ନ ଥିଲା। କାରଣ, ଦକ୍ଷିଣ ଆମେରିକା, ୟୁରୋପ, ଏସିଆ ଏବଂ ଆଫ୍ରିକାର ଅନେକ ଦେଶର ପରମାଣୁ ବୋମା ତିଆରି କରିବାର କ୍ଷମତା ଥିଲା, କିନ୍ତୁ କେହି ତିଆରି କରିବାକୁ ଚାହଁି ନ ଥିଲେ। ଅନ୍ୟପକ୍ଷରେ ଭାରତ ବୋମା ତିଆରି କରିବାକୁ ବୈଦେଶିକ ପ୍ରତିଶ୍ରୁତିକୁ ଉଲ୍ଲଂଘନ କଲା। ବୋମାରେ ଉପଯୋଗ ହେଉଥିବା ସାମଗ୍ରୀ ଉପତ୍ାଦନକାରୀ ରିଆକ୍ଟର କାନାଡ଼ାରୁ ଆସିଥିଲା ଏବଂ ତାକୁ କଥା ଦେଇଥିଲୁ କି ଏହାକୁ ଆମେ ଶାନ୍ତିି ଉଦ୍ଦେଶ୍ୟରେ ବିନିଯୋଗ କରିବୁ (ଏଥିପାଇଁ ୧୯୭୪ ବିସ୍ଫୋରଣକୁ ଇନ୍ଦିରା ଗାନ୍ଧୀ ଏକ ‘ଶାନ୍ତିପୂର୍ଣ୍ଣ ବିସ୍ଫୋରଣ’ ବୋଲି କହିଥିଲେ)। ଆମେ ଏହି ଆଣବିକ ଅସ୍ତ୍ରକୁ ୪୫ ବର୍ଷ ହେବ ରଖିଛୁ। ବାସ୍ତବରେ ସେଗୁଡିକୁ ଆମକୁ କେତେ ସାହାଯ୍ୟ କରିଛି? ଆମେ ୩୦ ବର୍ଷ ହେବ ପାକିସ୍ତାନକୁ ସନ୍ତ୍ରାସବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ କରି ଆସୁଥିଲେ ହେଁ ତାହାକୁ ପାକିସ୍ତାନ ବିପକ୍ଷରେ ପ୍ରୟୋଗ କରିପାରିନାହଁୁ। ଏବେ ଆମ ସୀମା ଭିତରେ ଥିବା ଚାଇନା ବିରୋଧରେ ବି ଏହାକୁ ବ୍ୟବହାର କରିପାରିବୁ ନାହିଁ। ପ୍ରଥମରୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାର ଯୋଜନା ଆମକୁ କୌଣସି ବାଟରେ ଆମକୁ ସାହାଯ୍ୟ କରିଛି ବୋଲି କହିବା ଏକ ବିତର୍କର ପ୍ରସଙ୍ଗ।
ଏହି ତିନୋଟି କଥାକୁ ଜୟଶଙ୍କର ବୋଝ ବୋଲି କହିଛନ୍ତି ଓ ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ଆସନ୍ତୁ ଦେଖିବା ତାଙ୍କ ପାର୍ଟି କ’ଣ କରିଛି ବା କରୁଛି। ଭାରତ ବିଭାଜନ ହୋଇଥାଇପାରେ କିନ୍ତୁ ଏବେ ସୁଦ୍ଧା ତା’ ପଡ଼ୋଶୀ ଭାବେ ବାଂଲାଦେଶ ଓ ପାକିସ୍ତାନ ରହିଛନ୍ତି। ସେମାନେ ତ ଆଫ୍ରିକା ଭିତରକୁ ଚାଲିଯାଇନାହାନ୍ତି। ତେବେ ପୂରା ଉପମହାଦେଶକୁ ବାଣିଜ୍ୟ ଓ ଯାତାୟାତ ମାଧ୍ୟମରେ ଏକାଠି କରିବାକୁ ଭାରତକୁ କିଏ ବନ୍ଦ କରିଛି? ଏହା ଆମର ଜାତୀୟତା। ବିିନା ଭିଜାରେ ଆମେ ନେପାଳ ଯାଇପାରିବା କିନ୍ତୁ ବାଂଲାଦେଶକୁ ନୁହେଁ। କାହିଁକି? ଯଦି ଚାହଁିବା ଭିଜାମୁକ୍ତ ଯାତାୟାତ ଓ ବାଣିଜ୍ୟ ଦ୍ୱାରା ଆମେ ଦକ୍ଷିଣ ଏସିଆକୁ ଏକାଠି କରିପାରିବା। କିନ୍ତୁ ଭାଜପା ଏହା ଚାହଁୁନାହିଁ।
ଉଦାରୀକରଣ ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଅପଣାଛାଏଁ ହେଉଛି ବୋଲି ଯାହା ଜୟଶଙ୍କର ଅନୁମାନ କରିଛନ୍ତି ତାହା ଭୁଲ। ଭାଜପା ଶାସନରେ ଜାନୁୟାରୀ ୨୦୧୮ରୁ ଅର୍ଥନୈତିକ ଅଭିବୃଦ୍ଧି କମି କମି ଚାଲିଛି। ଏହା ଭାଜପା ପ୍ରଦତ୍ତ ତଥ୍ୟରୁ ହିଁ ସ୍ପଷ୍ଟ ହୋଇଛି। ଏହାର ୬ ବର୍ଷ ଶାସନରେ ଅଢ଼େଇ ବର୍ଷ ଅଭିବୃଦ୍ଧି କମିଛି। ଏହା ସମାଜବାଦ କିମ୍ବା ଲାଇସେନ୍ସ ରାଜ ସମୟରେ ହୋଇ ନ ଥିଲା। ଚଳିତ ବର୍ଷ ଆମ ଅର୍ଥବ୍ୟବସ୍ଥା ଆହୁରି ତଳକୁ ଯିବ। ଜୟଶଙ୍କର ଯେଉଁ ତିନୋଟି କଥା କହିଛନ୍ତି ତାହା ଖୁବ୍‌ ହାଲୁକା ଓ ସରଳ। ଯଦି ଜୟଶଙ୍କରଙ୍କ ମୂଲ୍ୟାଙ୍କନ ବା ଧାରଣା ଠିକ୍‌ ତେବେ ତାହାକୁ ସୁଧାରିବା କରିବା ପାଇଁ ତାଙ୍କୁ କିଏ ଅଟକାଉଛି?
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri