ମହାନଦୀରେ ୩ ଛାତ୍ର ନିଖୋଜ

କଟକ ଅଫିସ,୨୫।୧୧: ମହାନଦୀକୁ ଗୁରୁବାର ଗାଧୋଇବାକୁ ଯାଇ ୪ ଛାତ୍ର ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ୩ ଜଣ ଏବେବି ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି। ଏହି ଘଟଣା ମହାନଦୀର ଭଦିମୂଳ ଘାଟରେ ଘଟିଛି। ସେମାନେ ସମସ୍ତେ କଟକ ପୋତାପୋଖରୀ ଅଞ୍ଚଳର ବୋଲି ଜଣାପଡିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ, ୪ ଜଣ ଛାତ୍ର ଗାଧୋଇବାକୁ ମହାନଦୀର ଭଦିମୂଳ ଘାଟକୁ ଯାଇଥିଲେ। ହେଲେ ସେମାନେ ଘରକୁ ଫେରି ନ ଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ଏହି ଘଟଣା ସାମ୍ମାକୁ ଆସିଛି।