ଗୋଟିଏ ପରିବାରର ୩ଜଣ ପିଇଦେଲେ କୀଟନାଶକ

ସୋହେଲା,୧୦ା୯(ଅଶ୍ବିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ମାଷ୍ଟରପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ଜଣ ବିଷପାନ କରିବା ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ସେମାନେ ହେଲେ କୁମୁଦିନୀ ସାହୁ(୫୦), ପୁଅ ବଂଶୀଧର(୨୫) ଏବଂ ଝିଅ ସୁବର୍ଣ୍ଣ ମହାଜନ( ୨୩)। ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ବଂଶୀଧର ଏବଂ ସୁବର୍ଣ୍ଣଙ୍କ ମୃତ୍ୟୁ ଘଟିଥିବା ବେଳେ କୁମୁଦିନିଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସୋହେଲା ଥାନା ପୋଲିସ ମୃତକଙ୍କ ଘରୁ ମାର୍ଶଲ ନାମକ ୨ ଖାଲି କୀଟନାଶକ ବୋତଲ ଜବତ କରିଛି। ଘଟଣାକ୍ରମରେ ଗତ ୬ତାରିଖରେ ପରିବାର ମୁଖ୍ୟ ତଥା କୁମୁଦିନୀଙ୍କ ସ୍ବାମୀ ଅର୍ଜୁନ ସାହୁଙ୍କ ମଧୁମେହ ଓ ରକ୍ତଚାପ ଯୋଗୁ ମୃତ୍ୟୁ ଘଟିଥିଲା।

ରବିବାର ସକାଳେ ସୁବର୍ଣ୍ଣଙ୍କ ୨ବର୍ଷର ଝିଅ ଘର ବାହାରେ କାନ୍ଦୁଥିବା ପଡୋଶୀ ଲୋକେ ଦେଖିବାକୁ ପାଇଥିଲେ। ଘର କବାଟ ବନ୍ଦ ଥିବା ଦେଖି ସେମାନେ ଡାକିଥିଲେ ବି କେହି ଶୁଣି ନ ଥିଲେ। ସନ୍ଦେହ କରି ସେମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚିବା ପରେ କବାଟ ଭଙ୍ଗା ଯାଇଥିଲା। ଘର ଭିତରେ କୁମୁଦିନୀ, ବଂଶୀଧର ଏବଂ ସୁବର୍ଣ୍ଣ ଅଚେତ ହୋଇ ପଡିିଥିଲେ। ପୋଲିସ ସେମାନଙ୍କୁ ଉଦ୍ଧାର କରି ସୋହେଲା ଡାକ୍ତରଖାନା ପଠାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ବଂଶୀଧର ଅବିବାହିତ ଥିଲେ। ସୁବର୍ଣ ଛତିଶଗଡରେ ବିବାହ କରିଥିଲେ। ହେଲେ କୌଣସି କାରଣରୁ ବିବାହ ପରଠାରୁ ବାପ ଘରେ ରହୁଥିଲେ। ବାସନକୁସନ ବିକ୍ରି କରିବା ପରିବାରର ଜୀବିକା ଥିଲା। ସୋହେଲାରେ ତାଙ୍କ ଏକ ବାସନକୁସନ ଦୋକାନ ରହିଛି। ଅର୍ଜୁନ ଦୋକାନରେ ବସୁଥିବା ବେଳେ ବଂଶୀଧର ବାସନକୁସନ ଧରି ବିଭିନ୍ନ ଗ୍ରାମକୁ ବିକ୍ରି କରିବାକୁ ଯାଉଥିଲେ। ପଡୋଶୀଙ୍କ କହିବା ମୁତାବକ ଅର୍ଜୁନଙ୍କ ମୃତ୍ୟୁ ପରେ ପରିବାର ଲୋକେ ମାନସିକ ଚାପରେ ରହୁଥିଲେ। ଏପରିକି ଏହି ପରିବାର ଦୁଇଦିନ ତଳେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ସାମୂହିକ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କଠାରୁ ୨ବୋତଲ କୀଟନାଶକ ଜବତ କରିଥିଲା। ଥାନାକୁ ଡାକି ବୁଝାଶୁଝା କରିବା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଥିଲା ବୋଲି ସୋହେଲା ଥାନା ଏଏସଆଇ ଜୀବନଲାଲ ସାହୁ କହିଛନ୍ତି। ବିଷପାନର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବାପାଙ୍କ ଶୁଦ୍ଧିକ୍ରିୟା ନ ସରୁଣୁ ଝିଅ ପୁଅଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri