ରାଇବଣିଆରେ ଗୋଠଖଣ୍ଡିଆ ୩ ହାତୀ

ଜଳେଶ୍ୱର, ୧୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ରାଇବଣିଆ ଅଞ୍ଚଳରେ ଗତ କିଛିଦିନ ହେଲା ଝାଡଖଣ୍ଡୀ ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଶନିବାର ଭୋର ସମୟରେ ଗୋଟିଏ ଦନ୍ତା ହାଣ୍ଡିଆ ପିଇ ଜଣଙ୍କୁ ଦଳି ଦେଇଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀଗୁଡ଼ିକୁ ଘଉଡ଼ାଇଛନ୍ତି।
ଗାଁଗୁଡ଼ିକରେ ପଶି ପ୍ରାୟ ୨୦ଟି ଘର ଭାଙ୍ଗିରୁଜି ଦେଇଛନ୍ତି। ବହୁ ଲୋକଙ୍କ ଧାନ ଖାଇବା ସହିତ ପରିବା ଫସଲ ନଷ୍ଟ କରିଦେଇଛନ୍ତି। ବାଲେଶ୍ୱର, ମୟୂରଭଞ୍ଜ ଓ ପଶ୍ଚିମ ମେଦିନୀପୁର ଜିଲାର ବନବିଭାଗର ସମ୍ମଳିତ ପ୍ରଚେଷ୍ଟାରେ ସେମାନଙ୍କୁ ପଶ୍ଚିମ ଅଞ୍ଚଳକୁ ଘଉଡାଇ ଦିଆଯାଇଥିଲା। ରାସଗୋବିନ୍ଦପୁର ଓ ବେତନଟୀ ଅଞ୍ଚଳରେ ଶିମିଳିପାଳର ୨୧ଟି ହାତୀ ରହୁଥିବା ବେଳେ ସେଥିରୁ ୩ଟି ଗୋଠଖଣ୍ଡିଆ ହୋଇ ରାଇବଣିଆ ଥାନା ଅଞ୍ଚଳକୁ ପଶିଆସିଥିଲା। ଶୁକ୍ରବାର ପାହାନ୍ତାରେ ୩ଟି ହାତୀ ଜଳେଶ୍ୱର ଥାନା ଅଧୀନ ଶିଖରପୁର ପଞ୍ଚାୟତ ବେଲବାରିଆ ଗାଁରେ ପ୍ରବେଶ କରି ଝାଡ଼େଶ୍ୱର ବାରିକଙ୍କ ଖଳାରେ ଜମା ହୋଇଥିବା ଧାନ ଖାଇ ନଷ୍ଟ କରିଥିଲେ ା ସେହିପରି ଦାମୋଦର ଦେଙ୍କ ଘର ଭାଙ୍ଗିବା ସହିତ ବିଲରେ ଥିବା କଦଳୀ ଓ ସୋରିଷ ଚାଷର ବ୍ୟାପକ କ୍ଷତି ଘଟାଇଥିଲେ ା ସେଠାରେ ଥିବା ଏକ ଆଦିବାସୀ ପଡ଼ାରେ ପଶି ଦନ୍ତା ହାଣ୍ଡିଆ ପିଇ ଏଣେତେଣେ ପାଗଳପ୍ରାୟ ହୋଇ ବିଚରଣ କରିଥିଲା। ବଜାରଶୋଳ ଗାଁଠାରେ ଅବସ୍ଥାନ କରୁଥିବା ଶ୍ରୀରାମପୁର ପଞ୍ଚାୟତ ଶ୍ରୀକଣ୍ଠପୁର ନିବାସୀ ଫାଗୁ ହାଁସଦା(୭୬) ଶୌଚ ହେବାକୁ ଯାଇଥିବା ବେଳେ ପ୍ରବଳ କୁହୁଡି ଯୋଗୁ ଦନ୍ତାକୁ ଦେଖି ପାରି ନ ଥିଲେ। ହାତୀ ତାଙ୍କୁ ଦଳି ଦେଇଥିବା ଲୋକେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗର କର୍ମଚାରୀମାନେ ଆସି ହାତୀକୁ ଘଉଡ଼ାଇଥିଲେ। ଶ୍ରୀରାମପୁର ସରପଞ୍ଚ ପ୍ରତିନିଧି ଆଲୋକ ଗିରି ପୋଲିସକୁ ଜଣାଇବା ସହ ଶବ ବ୍ୟବଚ୍ଛେଦ ଓ ସତ୍କାର ଲାଗି ୬୨୦୦ ଟଙ୍କା ଫାଗୁଙ୍କ ପୁଅକୁ ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ବନବିଭାଗ ପକ୍ଷରୁ ୪ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ରେଞ୍ଜର ସରୋଜ ମହାନ୍ତି କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri