ଜଗା ଦର୍ଶନ କଲେ ପୁରୀବାସୀ: ଶୃଙ୍ଖଳିତ ଦର୍ଶନ, ଭାବବିହ୍ବଳ ପରିବେଶ

ପୁରୀ ଅଫିସ,୨୭ା୧୨: ଶ୍ରୀମନ୍ଦିର ଖୋଲିବାର ୩ଦିନ ପରେ ଶନିବାର ସ୍ଥାନୀୟ ଲୋକେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପ୍ରଥମ ଦିନରେ ୩ଟି ପର୍ଯ୍ୟାୟରେ ପୁରୀବାସୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସକାଳ ବେଳା ୬ ଓ ୯ ନମ୍ବର, ଅପରାହ୍ନରେ ୧୨ ଓ ୧୫ ନମ୍ବର ଓ ସନ୍ଧ୍ୟାରେ ୧୧,୨ ଓ ୩ ନମ୍ବର ୱାର୍ଡର ଲୋକଙ୍କୁ ଏହି ଦର୍ଶନ ସୁବିଧା ମିଳିଥିଲା। ରାତ୍ର ସାଢ଼େ ୯ଟାରେ ପହଡ଼ ଶେଷ ହୋଇଥିଲା। ପ୍ରଥମ ଦିନରେ ୯,୮୩୨ଜଣ ଭକ୍ତ ଦର୍ଶନ କରିଛନ୍ତି। ସକାଳ ୭.୩୦ରେ ପୂର୍ବରୁ ନିର୍ଦ୍ଧାରିତ ୱାର୍ଡର ଲୋକେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ପ୍ରଥମେ ଜଗନ୍ନାଥ ବଲ୍ଲଭଠାରୁ ଆରମ୍ଭ ହୋଇଥିବା ବ୍ୟାରିକେଡରେ ନିଜ ପରିଚୟ ପତ୍ର ଓ ଟୋକନ୍‌ ଦେଖାଇ କରିଡର ମଧ୍ୟରେ ପ୍ରବେଶ କରିଥିଲେ। ଯେଉଁ ବ୍ୟକ୍ତିମାନଙ୍କୁ ପୌରସଂସ୍ଥା ପକ୍ଷରୁ ଟୋକନ୍‌ ମିଳି ନ ଥିଲା, ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସି ଜଗନ୍ନାଥ ବଲ୍ଲଭ ଟୋକନ୍‌ କାଉଣ୍ଟରରୁ ନିଜ ନିଜ ଟୋକନ୍‌ ସଂଗ୍ରହ କରିଥିଲେ। କରିଡର ଶେଷ କରିବା ପରେ ଭକ୍ତମାନେ ଶ୍ରୀମନ୍ଦିର ମୁଖ୍ୟ ବ୍ୟାରିକେଡ୍‌ରେ ପ୍ରବେଶ କରିବା ପୂର୍ବରୁ କିଓସ୍କ ପାଖରେ ପହଞ୍ଚତ୍ଥିଲେ। ସେଠାରେ ପ୍ରଥମେ ଫଟୋ ଉତ୍ତୋଳନ କରାଯିବା ସହ ଆଧାର କାର୍ଡ ଓ ଟୋକନ୍‌ ଯାଞ୍ଚ କରାଯାଇଥିଲା। ଆଧାରକାର୍ଡର ଏକ ଫଟୋ କପି ମଧ୍ୟ ପ୍ରଶାସନ ପଞ୍ଜୀକରଣ ଉଦ୍ଦେଶ୍ୟରେ ନିଜ ପାଖରେ ରଖିଥିଲା। ଏହାପରେ ମୁଖ୍ୟ ବ୍ୟାରିକେଡ୍‌ ମଧ୍ୟ ଦେଇ ସହରବାସୀ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ। ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚତ୍ବାପରେ ସ୍ଥାନୀୟ ଲୋକେ ଏତେ ଭାବବିହ୍ବଳ ହୋଇପଡ଼ିଥିଲେ ଯେ, ତାହା ସେମାନଙ୍କ କାର୍ଯ୍ୟକଳାପରେ ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ୮.୩୦ରେ ଦର୍ଶନ ଆରମ୍ଭ ହୋଇଥିଲା। ସିଂହଦ୍ୱାର ଭିତରକୁ ଅନୁମତି ମିଳିବା ପରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଭକ୍ତମାନେ ଦୌଡ଼ାଦୌଡ଼ି ହୋଇ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ଭକ୍ତଙ୍କ ଏଭଳି ବ୍ୟବହାରରେ ଅପ୍ରସ୍ତୁତ ହୋଇପଡ଼ିଥିଲେ ମଧ୍ୟ ଏଭଳି ପରିସ୍ଥିତି କମ୍‌ ସମୟ ପାଇଁ ରହିଥିଲା। ଏହାପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ଲୋକେ କ୍ରମାଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରୁଥିବାବେଳେ ଉତ୍ତର ଦ୍ୱାରରେ ପ୍ରସ୍ଥାନ ମଧ୍ୟ ସ୍ବାଭାବିକ ହୋଇଥିଲା। ସେହିଭଳି ପୋଲିସ ପ୍ରଶାସନ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲା। ୧୮ପ୍ଲାଟୁନରୁ ଅଧିକ ଫୋର୍ସ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବାବେଳେ ଶୃଙ୍ଖଳିତ ଭାବେ ଦର୍ଶନ ଶେଷ ହୋଇଛି। ପୁରୀ ଏସ୍‌ପି, ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସ୍‌ପି ତତ୍ତ୍ବାବଧାନ ଦାୟିତ୍ୱରେ ରହିଥିଲେ। ତେବେ ସକାଳ ଓ ସନ୍ଧ୍ୟା ଦର୍ଶନ ସମୟରେ ସବୁଠାରୁ ଅଧିକ ଲୋକ ହୋଇଥିବା ଦେଖିବାକୁ ମିଳିଥିଲା। ଉତ୍ତର ଦ୍ୱାର ଦେଇ ପୁରୀବାସୀ ଅବଢ଼ା ଧରି ଘରକୁ ଫେରିଥିଲେ। ଜିଲାପାଳ ବଲୱନ୍ତ ସିଂ କହିଛନ୍ତିି, କୋଭିଡ୍‌ କଟକଣା ମଧ୍ୟରେ ପ୍ରଶାସନ ଦର୍ଶନକୁ ସରଳ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଛି। ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ନେଇ କୌଣସି ବଡ଼ ଧରଣର ଅବ୍ୟବସ୍ଥା ସାମ୍ନାକୁ ଆସିନାହିଁ। ପ୍ରଶାସନ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିଛି। କିଓସ୍କରେ ଫଟୋ ଉଠା ଓ ନାମ ପଞ୍ଜୀକରଣ, ସାମାଜିକ ଦୂରତା ରକ୍ଷା କରି ଦର୍ଶନ, ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ଭଳି ଦିଗରେ ପ୍ରଶାସନ ଯଥାସମ୍ଭବ ପ୍ରୟାସ କରିଛି। ପରୀକ୍ଷାମୂଳକ ଭାବେ ଏହି ଦର୍ଶନ ଚାଲୁ ରହିଛି। ଆଗାମୀ ଦିନରେ ପ୍ରତିଦିନ ଦର୍ଶନ ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ରହିବ, ସେନେଇ ଜିଲା ପ୍ରଶାସନ ତତ୍ପର ରହିଛି ବୋଲି ଜିଲାପାଳ ସିଂ କହିଛନ୍ତି। ସେହିଭଳି ସେବାୟତଙ୍କଠାରୁ ଯେଉଁ ସହଯୋଗ ଆଶା କରିଥିଲୁ ତାହାଠାରୁ ଅଧିକ ସହଯୋଗ ଆମକୁ ମିଳିଛି। ପ୍ରତିହାରୀ ନିଯୋଗର ସେବାୟତମାନେ ଅତି ଶୃଙ୍ଖଳିତ ଭାବେ ପ୍ରଶାସନକୁ ସହଯୋଗ କରିଛନ୍ତି ବୋଲି ଜିଲାପାଳ କହିଛନ୍ତି। ପ୍ରକାଶ ଯେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କେବଳ ପୁରୀବାସୀ ଜଗନ୍ନାଥଙ୍କ ଦର୍ଶନ ସୁବିଧା ପାଇବେ। ୩ତାରିଖରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri