ଜଗା ଦର୍ଶନ କଲେ ପୁରୀବାସୀ: ଶୃଙ୍ଖଳିତ ଦର୍ଶନ, ଭାବବିହ୍ବଳ ପରିବେଶ

ପୁରୀ ଅଫିସ,୨୭ା୧୨: ଶ୍ରୀମନ୍ଦିର ଖୋଲିବାର ୩ଦିନ ପରେ ଶନିବାର ସ୍ଥାନୀୟ ଲୋକେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପ୍ରଥମ ଦିନରେ ୩ଟି ପର୍ଯ୍ୟାୟରେ ପୁରୀବାସୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସକାଳ ବେଳା ୬ ଓ ୯ ନମ୍ବର, ଅପରାହ୍ନରେ ୧୨ ଓ ୧୫ ନମ୍ବର ଓ ସନ୍ଧ୍ୟାରେ ୧୧,୨ ଓ ୩ ନମ୍ବର ୱାର୍ଡର ଲୋକଙ୍କୁ ଏହି ଦର୍ଶନ ସୁବିଧା ମିଳିଥିଲା। ରାତ୍ର ସାଢ଼େ ୯ଟାରେ ପହଡ଼ ଶେଷ ହୋଇଥିଲା। ପ୍ରଥମ ଦିନରେ ୯,୮୩୨ଜଣ ଭକ୍ତ ଦର୍ଶନ କରିଛନ୍ତି। ସକାଳ ୭.୩୦ରେ ପୂର୍ବରୁ ନିର୍ଦ୍ଧାରିତ ୱାର୍ଡର ଲୋକେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ପ୍ରଥମେ ଜଗନ୍ନାଥ ବଲ୍ଲଭଠାରୁ ଆରମ୍ଭ ହୋଇଥିବା ବ୍ୟାରିକେଡରେ ନିଜ ପରିଚୟ ପତ୍ର ଓ ଟୋକନ୍‌ ଦେଖାଇ କରିଡର ମଧ୍ୟରେ ପ୍ରବେଶ କରିଥିଲେ। ଯେଉଁ ବ୍ୟକ୍ତିମାନଙ୍କୁ ପୌରସଂସ୍ଥା ପକ୍ଷରୁ ଟୋକନ୍‌ ମିଳି ନ ଥିଲା, ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସି ଜଗନ୍ନାଥ ବଲ୍ଲଭ ଟୋକନ୍‌ କାଉଣ୍ଟରରୁ ନିଜ ନିଜ ଟୋକନ୍‌ ସଂଗ୍ରହ କରିଥିଲେ। କରିଡର ଶେଷ କରିବା ପରେ ଭକ୍ତମାନେ ଶ୍ରୀମନ୍ଦିର ମୁଖ୍ୟ ବ୍ୟାରିକେଡ୍‌ରେ ପ୍ରବେଶ କରିବା ପୂର୍ବରୁ କିଓସ୍କ ପାଖରେ ପହଞ୍ଚତ୍ଥିଲେ। ସେଠାରେ ପ୍ରଥମେ ଫଟୋ ଉତ୍ତୋଳନ କରାଯିବା ସହ ଆଧାର କାର୍ଡ ଓ ଟୋକନ୍‌ ଯାଞ୍ଚ କରାଯାଇଥିଲା। ଆଧାରକାର୍ଡର ଏକ ଫଟୋ କପି ମଧ୍ୟ ପ୍ରଶାସନ ପଞ୍ଜୀକରଣ ଉଦ୍ଦେଶ୍ୟରେ ନିଜ ପାଖରେ ରଖିଥିଲା। ଏହାପରେ ମୁଖ୍ୟ ବ୍ୟାରିକେଡ୍‌ ମଧ୍ୟ ଦେଇ ସହରବାସୀ ଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ। ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚତ୍ବାପରେ ସ୍ଥାନୀୟ ଲୋକେ ଏତେ ଭାବବିହ୍ବଳ ହୋଇପଡ଼ିଥିଲେ ଯେ, ତାହା ସେମାନଙ୍କ କାର୍ଯ୍ୟକଳାପରେ ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ୮.୩୦ରେ ଦର୍ଶନ ଆରମ୍ଭ ହୋଇଥିଲା। ସିଂହଦ୍ୱାର ଭିତରକୁ ଅନୁମତି ମିଳିବା ପରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଭକ୍ତମାନେ ଦୌଡ଼ାଦୌଡ଼ି ହୋଇ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ଭକ୍ତଙ୍କ ଏଭଳି ବ୍ୟବହାରରେ ଅପ୍ରସ୍ତୁତ ହୋଇପଡ଼ିଥିଲେ ମଧ୍ୟ ଏଭଳି ପରିସ୍ଥିତି କମ୍‌ ସମୟ ପାଇଁ ରହିଥିଲା। ଏହାପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ଲୋକେ କ୍ରମାଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରୁଥିବାବେଳେ ଉତ୍ତର ଦ୍ୱାରରେ ପ୍ରସ୍ଥାନ ମଧ୍ୟ ସ୍ବାଭାବିକ ହୋଇଥିଲା। ସେହିଭଳି ପୋଲିସ ପ୍ରଶାସନ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲା। ୧୮ପ୍ଲାଟୁନରୁ ଅଧିକ ଫୋର୍ସ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବାବେଳେ ଶୃଙ୍ଖଳିତ ଭାବେ ଦର୍ଶନ ଶେଷ ହୋଇଛି। ପୁରୀ ଏସ୍‌ପି, ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସ୍‌ପି ତତ୍ତ୍ବାବଧାନ ଦାୟିତ୍ୱରେ ରହିଥିଲେ। ତେବେ ସକାଳ ଓ ସନ୍ଧ୍ୟା ଦର୍ଶନ ସମୟରେ ସବୁଠାରୁ ଅଧିକ ଲୋକ ହୋଇଥିବା ଦେଖିବାକୁ ମିଳିଥିଲା। ଉତ୍ତର ଦ୍ୱାର ଦେଇ ପୁରୀବାସୀ ଅବଢ଼ା ଧରି ଘରକୁ ଫେରିଥିଲେ। ଜିଲାପାଳ ବଲୱନ୍ତ ସିଂ କହିଛନ୍ତିି, କୋଭିଡ୍‌ କଟକଣା ମଧ୍ୟରେ ପ୍ରଶାସନ ଦର୍ଶନକୁ ସରଳ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଛି। ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ନେଇ କୌଣସି ବଡ଼ ଧରଣର ଅବ୍ୟବସ୍ଥା ସାମ୍ନାକୁ ଆସିନାହିଁ। ପ୍ରଶାସନ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିଛି। କିଓସ୍କରେ ଫଟୋ ଉଠା ଓ ନାମ ପଞ୍ଜୀକରଣ, ସାମାଜିକ ଦୂରତା ରକ୍ଷା କରି ଦର୍ଶନ, ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ଭଳି ଦିଗରେ ପ୍ରଶାସନ ଯଥାସମ୍ଭବ ପ୍ରୟାସ କରିଛି। ପରୀକ୍ଷାମୂଳକ ଭାବେ ଏହି ଦର୍ଶନ ଚାଲୁ ରହିଛି। ଆଗାମୀ ଦିନରେ ପ୍ରତିଦିନ ଦର୍ଶନ ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ରହିବ, ସେନେଇ ଜିଲା ପ୍ରଶାସନ ତତ୍ପର ରହିଛି ବୋଲି ଜିଲାପାଳ ସିଂ କହିଛନ୍ତି। ସେହିଭଳି ସେବାୟତଙ୍କଠାରୁ ଯେଉଁ ସହଯୋଗ ଆଶା କରିଥିଲୁ ତାହାଠାରୁ ଅଧିକ ସହଯୋଗ ଆମକୁ ମିଳିଛି। ପ୍ରତିହାରୀ ନିଯୋଗର ସେବାୟତମାନେ ଅତି ଶୃଙ୍ଖଳିତ ଭାବେ ପ୍ରଶାସନକୁ ସହଯୋଗ କରିଛନ୍ତି ବୋଲି ଜିଲାପାଳ କହିଛନ୍ତି। ପ୍ରକାଶ ଯେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କେବଳ ପୁରୀବାସୀ ଜଗନ୍ନାଥଙ୍କ ଦର୍ଶନ ସୁବିଧା ପାଇବେ। ୩ତାରିଖରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri