ତିନୋଟି ଆହ୍ବାନ

ଓ୍ବିଲିୟମ ଆର. ରୋଡେସ୍‌      |     ଜନ୍‌ ଲିପସ୍କି

 

ସେପ୍ଟେମ୍ବରରେ ଜି-୨୦ ନେତାଙ୍କ ସମ୍ମିଳନୀ, ଅକ୍ଟୋବରରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକ ଏବଂ ନଭେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୮) ଆୟୋଜିତ ହେବାକୁ ଯାଉଛି। ଏହି ୩ଟି ଅନ୍ତର୍ଜାତୀୟ ସମ୍ମିଳନୀ ବିଶ୍ୱର ଅଭିବୃଦ୍ଧି ବଜାୟ ରଖିବା ଓ ମୁଦ୍ରାସ୍ଫୀତି କମ୍‌ କରିବା ଲାଗି ରଣନୀତି ପ୍ରସ୍ତୁତ କରିବେ। ସରକାରୀ ଏବଂ ବେସରକାରୀ ଋଣ ରେକର୍ଡ ସ୍ତରରେ ଥିବାବେଳେ ଏବେ ରାଜନୈତିକ ନେତାମାନେ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ଦାୟିତ୍ୱର ସମ୍ମୁଖୀନ ହେବା ସହ ବିଶ୍ୱ ତାପମାତ୍ରା ଏବଂ ମହାମାରୀ ମୁକାବିଲା ପ୍ରସ୍ତୁତି ଭଳି ଜଟିଳ ଆହ୍ବାନର ସମାଧାନ ପାଇଁ ସଂସାଧନ ବଣ୍ଟନ କରୁଛନ୍ତି। ଲଗାତର ବଢୁଥିବା ଚରମ ଜଳବାୟୁ ଘଟଣାଗୁଡ଼ିକ ନିର୍ଣ୍ଣାୟକ ପଦକ୍ଷେପର ଅପରିହାର୍ଯ୍ୟତାକୁ ସୂଚାଇଦିଏ। ବର୍ତ୍ତମାନ ଋଣ ସଙ୍କଟ ଉପରେ ଧ୍ୟାନଦେବାକୁ ପଡ଼ିବ, ଯେଉଁଥିରେ ବିକାଶଶୀଳ ଦେଶଗୁଡିକ ଅଧିକ ପ୍ରଭାବିତ ହେଉଛନ୍ତି। ଅନେକ ମଧ୍ୟମ ଏବଂ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ପାଖରେ ଜଳବାୟୁ ପ୍ରଭାବ ମୁକାବିଲାରେ ନିବେଶ ପାଇଁ ଆବଶ୍ୟକ ସମ୍ବଳ ଅଭାବ ରହିଛି। ତାହାକୁ ଦୃଷ୍ଟିରେ ରଖି ଜଳବାୟୁ-ଆର୍ଥିକ ବ୍ୟବଧାନକୁ ହ୍ରାସ କରିବାକୁ ବିଶ୍ୱସ୍ତରୀୟ ନେତାମାନେ ନିଶ୍ଚିତ ଭାବରେ ଚାପଗ୍ରସ୍ତ ହେବେ।
କିନ୍ତୁ ପାରମ୍ପରିକ ପ୍ୟାରିସ୍‌ କ୍ଲବ ଆଧାରିତ ପୁନଃ ବୁଝାମଣା ପ୍ରକ୍ରିୟାର ପତନ ଏବଂ ଋଣ ପ୍ରଦାନ ପାଇଁ ଜି୨୦ ସାଧାରଣ ଢାଞ୍ଚାର ଏବକାର ବିଫଳତା ଯୋଗୁ ସ୍ବଳ୍ପ ଓ ମଧ୍ୟମ ଆୟବର୍ଗ ଦେଶର ଋଣ ବୋଝ ହ୍ରାସ କରିବା ପାଇଁ ଏକ ପ୍ରଭାବୀ ନୀତଗତି ଢାଞ୍ଚା ପ୍ରତିଷ୍ଠା କରିବାରେ ବାଧା ସୃଷ୍ଟି ହୋଇଛି। ତେବେ ବିଶ୍ୱ ସ୍ତରରେ ସୁଧ ହାର ବୃଦ୍ଧି ପାଇବା ଏବଂ ବିକାଶଶୀଳ ବଜାର ଅର୍ଥନୀତିରେ ଘରୋଇ ପୁଞ୍ଜି ପ୍ରବାହ ହ୍ରାସ ଦ୍ୱାରା ବିକାଶଶୀଳ ଦେଶଗୁଡ଼ିକର ଋଣବୋଝଜନିତ ଦୁଃଖ ବୃଦ୍ଧିପାଇଛି। ୩ଟି ଆହ୍ବାନ ଯଥା ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା, ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ବିପଦକୁ ଦୂରକରିବା ଲାଗି ଆବଶ୍ୟକ ଉତ୍ସଗୁଡିକୁ ଏକତ୍ରିତ କରିବାକୁ ଏବକାର ଅନେକ ପଦକ୍ଷେପ ଚେଷ୍ଟା କରୁଛି। ଏହିସବୁ ପଦକ୍ଷେପ ସହ ଜୁନ୍‌ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବୈଠକରେ ନୀତି ନିର୍ଦ୍ଧାରକମାନେ ଗଢ଼ିଥିବା ନ୍ୟୁ ଗ୍ଲୋବାଲ ଫାଇନାନ୍ସିଂ ପ୍ୟାକ୍ଟ (ନୂତନ ବୈଶ୍ୱିକ ବିତ୍ତପୋଷଣ ବୁଝମଣା) ଏବଂ ଅନ୍ତର୍ଦ୍ଦେଶୀୟ ବ୍ୟାଙ୍କ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନୂତନ ଜି୨୦ ରିପୋର୍ଟ ସ୍ବୀକାର କରିଛି। ଏହାଦ୍ୱାରା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଘରୋଇ ପୁଞ୍ଜି ପ୍ରବାହକୁ ପୁନର୍ଜୀବିତ କରି ସଫଳତା ମିଳିପାରିବ।
ସାମ୍ପ୍ରତିକ ଆର୍ଥିକ ଧାରାକୁ ଲକ୍ଷ୍ୟକଲେ ଏହା କିଭଳି ହାସଲ କରାଯାଇପାରିବ? ନିକଟରେ ଆମେ ଉଭୟ ଉପାଧ୍ୟକ୍ଷ ଥିବା ବ୍ରିଟନ୍‌ ଉଡ୍ସ କମିଟିର ସୋଭେରିନ ଡେବିଟ୍‌ ଓ୍ବାର୍କିଂ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଦର୍ଶାଇଛି ଯେ, ଏବକାର ୩ଟି ଆହ୍ବାନକୁ ସମାଧାନ କରିବା ଲାଗି ଘରୋଇ ପୁଞ୍ଜି ସଂଗ୍ରହ କରିବା ଦାୟିତ୍ୱ ସମାନ ଭାବେ ସରକାରୀ ତଥା ବେସରକାରୀ କ୍ଷେତ୍ର ମଧ୍ୟରେ ବାଣ୍ଟିବା ପାଇଁ ଏକ ନୂତନ ନୀତିସମ୍ମତ ମଡେଲ ଆବଶ୍ୟକ। ତେବେ ଋଣ ନେଉଥିବା ଦେଶଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଣକୁ ନିଶ୍ଚିତ କରିବାରେ ଏବେ ସବୁ କ୍ଷେତ୍ରର ଭୂମିକା ଓ ଦାୟିତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ କରାଯାଇନାହିଁ। ବ୍ୟସାୟିକ ସଂସ୍ଥା ଓ ନୀତି ନିର୍ଦ୍ଧାରକମାନଙ୍କ ମଧ୍ୟରେ ସହମତି ଅଭାବରୁ ଏହା ହୋଇନାହିଁ। ଏଣୁ ସହଯୋଗ ବଢ଼ାଇବା ସକାଶେ ଜାତୀୟ ଓ ଦ୍ୱିପାକ୍ଷିକ ଋଣଦାତାଙ୍କ ସହ ଘରୋଇ ନିବେଶକଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ଓ ପ୍ରେରଣାର ବିଚାରକୁ ଉନ୍ନତ କରିବା ଦରକାର। ନିଶ୍ଚିତ ହେବାକୁ ପଡ଼ିବ ଯେ, ଋଣ କରୁଥିବା ଦେଶଗୁଡ଼ିକ ମଧ୍ୟ ଋଣଦାତାଙ୍କ ସମସ୍ୟାକୁ ସମାଧାନ କରିବା ସହ ସ୍ବଚ୍ଛତା, ଉତ୍ତମ ଶାସନ ଏବଂ ସରଳ ବିତ୍ତୀୟ ନୀତି ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଘରୋଇ ନିବେଶକଙ୍କ ଦୃଷ୍ଟିକୋଣରୁ ବଜାର ସ୍ଥିତି ସହିତ ସୁଯୋଗଗୁଡ଼ିକ ସମାନ ଏବଂ ଯୁକ୍ତିଯୁକ୍ତ ବିପଦ ନିୟନ୍ତ୍ରିତ ଲାଭ ପ୍ରଦାନ କରେ କି ନାହିଁ ତାହା ଦେଖିବାକୁ ହେବ। ଏହା ବ୍ୟତୀତ ଋଣ ପୁନର୍ଗଠନ ପ୍ରକ୍ରିୟା ଅର୍ଥନୈତିକ ଚାପଜନିତ ବୋଝକୁ ସହଜ କରିପାରିବ କି ନାହିଁ ତାହା ବିଚାରକୁ ନେବା ଦରକାର।
ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାର ସ୍ବୀକୃତ ଋଣଦାତାଙ୍କଠାରୁ ଲାଭ ପାଇବାକୁ ହେଲେ ନୀତିନିର୍ଦ୍ଧାରକଙ୍କୁ ଘରୋଇ ଓ ସରକାରୀ କ୍ଷେତ୍ରଗୁଡ଼ିକର ସ୍ବାର୍ଥକୁ ସମର୍ଥନ କରିବା ସହ ନିର୍ଦ୍ଦିଷ୍ଟ ପ୍ରକାର ନିବେଶକୁ ବିପଦମୁକ୍ତ କରିବା, ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ପାଇଁ ପୁଞ୍ଜି ପ୍ରବାହ ବୃଦ୍ଧି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଋଣଛାଡ଼ ପଦେକ୍ଷପ ସବୁକୁ ସଞ୍ଚାଳନ କରିବାକୁ ହେବ। ଅଧିକନ୍ତୁ, ସହଯୋଗର ଅନେକ ପ୍ରଭାବଶାଳୀ ମଡେଲ ରହିଛି ଯାହା ଘରୋଇ ପୁଞ୍ଜି ପ୍ରବାହ ଓ ଋଣ-ପୁନର୍ନିର୍ମାଣ ଚୁକ୍ତି ଉପରେ ଥିବା ଭାଗୀଦାରି ବିପଦକୁ ସୂଚାଇଦିଏ। ଏଣୁ ଏହି ସବୁ ମଡେଲ ସହ ଆଂଶିକ ଗ୍ୟାରେଣ୍ଟି ଓ ସରକାରୀ-ବେସରକାରୀ ଭାଗୀଦାରି ଯୋଜନା ଋଣଜନିତ ବିପଦ ହ୍ରାସ କରିପାରିବ । ସୋଭେରିନ ଡେବିଟ୍‌ ଓ୍ବାର୍କିଂ ଗ୍ରୁପ୍ସର ବିଶ୍ଳେଷଣରୁ ଜଣାପଡିଛି ଯେ, ଚୁକ୍ତିଭିତ୍ତିକ ମାନକ, ବଜାର ଭିତ୍ତିକ ପଦକ୍ଷେପ ଏବଂ ଜାତୀୟ ନିୟମ ସବୁ ବିଶ୍ୱ ଋଣ ପରିଚାଳନାରେ ଉନ୍ନତି ଆଣିପାରେ। ତେବେ ପୂର୍ବର ଋଣ-ପୁନର୍ଗଠନ ବ୍ୟବସ୍ଥାଗୁଡ଼ିକରୁ ଉଚିତ ଶିକ୍ଷା ଗ୍ରହଣ କରି ନୀତି ନିର୍ଦ୍ଧାରକ ଏବଂ ଅର୍ଥନୀତିଜ୍ଞମାନେ ଏକ ସର୍ବୋତ୍ତମ ଢାଞ୍ଚା ବିକାଶ କରିପାରିବେ।
କିନ୍ତୁ ପ୍ରଥମେ ସରକାରୀ କ୍ଷେତ୍ର ବେସରକାରୀ କ୍ଷେତ୍ରକୁ ଭାଗୀଦାରି ତଥା ସହଯୋଗୀ ଭାବେ ଦେଖିବ ଏବଂ ଘରୋଇ ପୁଞ୍ଜି ସଂଗ୍ରହରେ ଧ୍ୟାନ ଦେବ। ଯଦି ଗ୍ରହଣ କରେ, ତେବେ ଏହି ଦୃଷ୍ଟିକୋଣ ଏବର ଅପାରଗ ନୀତିଗତ ଢାଞ୍ଚାଠାରୁ ସମ୍ପୂର୍ଣ୍ଣ ନିଆରା ହେବ। ଆଇଏମ୍‌ଏଫ୍‌, ବିଶ୍ୱବ୍ୟାଙ୍କ ଏବଂ ଜି୨୦ ଅଧ୍ୟକ୍ଷତା କରୁଥିବା ଦେଶ (ଏବେ ଭାରତରେ ହେଉଛି) ଦ୍ୱାରା ଗଠିତ ଗ୍ଲୋବାଲ ସୋଭେରିନ ଡେବିଟ୍‌ ରାଉଣ୍ଡ ଟେବୁଲ ଏକ ଉଚିତ ପଦକ୍ଷେପ। ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ପ୍ରତିନିଧିଙ୍କୁ ନେଇ ଗଠିତ ଏହି ଉଚ୍ଚସ୍ତରୀୟ କମିଟି ସାମ୍ପ୍ରତିକ ଅସଙ୍ଗତି ଦୂରକରିବା ସହ ସାର୍ବଭୌମ ଋଣ ପରିଚାଳନା ପାଇଁ ଏକ ନୂତନ ସହମତି ସୃଷ୍ଟି କରିପାରିବ। ସେହିଭଳି, ବିଶ୍ୱବ୍ୟାଙ୍କ ନିକଟରେ ପ୍ରାଇଭେଟ୍‌ ସେକ୍ଟର ଇନଭେଷ୍ଟମେଣ୍ଟ ଲାଭ ଘୋଷଣା କରିଛି, ଯାହା ବିଶ୍ୱର ନୀତିନିର୍ଦ୍ଧାରକ ଏବଂ ବରିଷ୍ଠ ଆର୍ଥିକ କ୍ଷେତ୍ରର କାର୍ଯ୍ୟନିର୍ବାହୀମାନଙ୍କୁ ଏକତ୍ର କରିଛି। ଏହା ବିକାଶଶୀଳ ତଥା ଏହି ଧାରାକୁ ପ୍ରବେଶ କରୁଥିବା ଅର୍ଥ ବ୍ୟବସ୍ଥାଗୁଡ଼ିକ ପାଇଁ ଘରୋଇ ପୁଞ୍ଜି ପ୍ରବାହରେ ବାଧା ଆଣୁଥିବା ପ୍ରତିବନ୍ଧକକୁ ହଟାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ଯଦି ବୈଶ୍ୱିକ ଜଳବାୟୁ ନିବେଶକୁ ବୃଦ୍ଧି କରିବାକୁ ନୀତି ନିର୍ଦ୍ଧାରକମାନେ ପ୍ରକୃତରେ ପ୍ରତିବଦ୍ଧ, ତେବେ ସେମାନେ ନିଶ୍ଚିତ ଭାବରେ ଏହିଭଳି ପଦକ୍ଷେପସବୁ ଗ୍ରହଣ କରିବା ସହ ଘରୋଇ କ୍ଷେତ୍ରର ଯୋଗଦାନକୁ ବଢ଼ାଇବା ପାଇଁ ଆହୁରି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?