୧୦ ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ଉପରେ ବିପଦ, ଆଫଗାନିସ୍ତାନରେ କୁପୋଷଣ ସଙ୍କଟ …

ଜେନେଭା,୭।୧୦: ଆଫଗାନିସ୍ତାନରେ କୁପୋଷଣ ସଙ୍କଟ ଉଗ୍ରରୂପ ନେବାରେ ଲାଗିଛି। ଏହା ଦ୍ୱାରା ୧୦ ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ଉପରେ ବିପଦ ରହିଛି। ଦେଶରେ ୫ ବର୍ଷରୁ କମ୍‌ ବୟସ୍କ ୩୨ ଲକ୍ଷ ଶିଶୁ କୁପୋଷଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୟୁନିସେଫ୍‌ ପ୍ରତିନିଧି ହର୍ବେ ନ୍ୟୁଡୋଓ୍ବିକ୍‌ ଏନେଇ ବିଶ୍ୱ ଖାଦ୍ୟ ସଂଗଠନର ପ୍ରତିନିଧି ତଥା ନିର୍ଦ୍ଦେଶକ ମେରି ଏଲେନ ମ୍ୟାକ୍‌ଗ୍ରାର୍ଟିଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।

ଜାତିସଂଘ ସଦସ୍ୟମାନେ ଆଫଗାନିସ୍ତାନର ହେରାତ୍‌ ସହର ଗସ୍ତ ସମୟରେ ଏହି ସତ୍ୟ ସମ୍ପର୍କରେ ଜଣାପଡ଼ିଛି। ଦେଶର ୧୪ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଖାଇବାକୁ ଦୁଇବେଳା ଜୁଟୁ ନାହିଁ। ସେମାନଙ୍କ ପାଇଁ ଆର୍ଥିକ ସୁବିଧା ସହିତ ଖାଦ୍ୟ ପାନୀୟ ଏବଂ ସାଧାରଣ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କରାଇବା ଏବେ ଜରୁରୀ ହୋଇ ପଡ଼ିଛି।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଆଫଗାନିସ୍ତାନର ୯୫ ପ୍ରତିଶତ ପରିବାରଙ୍କୁ ଉପାସରେ ରହିବାକୁ ପଡୁଛି। ବୟସ୍କମାନେ ନିଜ ନିଜର ଛୋଟ ପିଲାଙ୍କୁ ଭୋଜନ କରାଇବା ଲାଗି ଉପାସ ରହୁଛନ୍ତି ଅବା କମ୍‌ ଖାଉଛନ୍ତି। ଶୀଘ୍ର ଏନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ଦେଶରେ କୁପୋଷଣ ସଙ୍କଟ ଅଧିକ ଗୁରୁତର ହେବ ବୋଲି ମ୍ୟାକ୍‌ଗ୍ରାର୍ଟି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୧୩୦ଟି ବସ୍‌ରେ ଖାର୍କିଭ-ସୁମିରୁ ଉଦ୍ଧାର ହେବେ ଭାରତୀୟ

କ୍ୱିଭ୍‌,୪।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ଲାଗି ରୁଷିଆ ମଧ୍ୟ ଆଗକୁ ଆସିଛି। ରୁଷିଆ ପକ୍ଷରୁ ଏଥିପାଇଁ ୧୩୦ଟି ବସ୍‌କୁ ପ୍ରସ୍ତୁତ...

କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ, ସରକାରୀ ରିପୋର୍ଟ ମାତ୍ର ୪ ହଜାର…

ବେଜିଂ, ୧୬।୧ : ଚାଇନା ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଜଣେ ବିଶ୍ଳେଷକ ଦାବି କରିଛନ୍ତି ଯେ ଚାଇନାରେ କରୋନା...

ଜାତିସଂଘରେ ୬ ଘଣ୍ଟା ୫୦ ମିନିଟ ଭାଷଣ ଦେଲେ ମହାତ୍ମା ଗାନ୍ଧୀ…

ଜେନେଭା,୨।୧୦ : ମହାତ୍ମା ଗାନ୍ଧୀ ମିଳିତ ଜାତିସଂଘରେ ଶୁକ୍ରବାର ଏକ ବିଶେଷ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେ ମୋଟ ୬ ଘଣ୍ଟା ୫୦ ମିନିଟ...

ନିଆରା ଢ଼ଙ୍ଗରେ ଯୁବତୀଙ୍କୁ ପ୍ରୋପୋଜ୍‌ କଲେ ଯୁବକ

ପ୍ରେମ ହେଉଛି ଶାସ୍ବତ ଓ ଚିରନ୍ତନ। ଯୁବକ ଓ ଯୁବତୀମାନେ ତାଙ୍କର ପ୍ରଥମ ପ୍ରେମ ନିବେଦନକୁ ଏକ ଭଲ ସ୍ମୃତି କରିବାକୁ ବେଶ୍‌ ପସନ୍ଦ କରନ୍ତି।...

ଚାଇନା ନୁହେଁ ୟୁରୋପରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ !

ବେଜିଂ, ୨।୬: ଚାଇନାର ଉହାନ ସହର କରୋନାର ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିଲା। ୨୦୧୯ ଡିସେମ୍ବର ୩୧ରେ ଚାଇନା ସରକାର କରୋନା ସଂକ୍ରମଣ ସମ୍ପର୍କରେ ଜଣାଇଥିଲେ। ତେବେ...

ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଗର୍ବର ବିଷୟ: ମୋଦି

ବାଲି,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ବାଲିରେ ଅଛନ୍ତି। ବୁଧବାର ଜି-୨୦ ସମ୍ମିଳନୀର ସମାପନ ସମାରୋହକୁ ସମ୍ବୋଧିତ...

ଧନ କୁବେର ତାଲିକାରେ ୩୩ ତମ ସ୍ଥାନରେ ପହଞ୍ଚିଲେ ଆଦାନୀ…

ଓ୍ବାଶିଂଟନ,୨୫।୨ : ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଆଦାନୀ ଗୋଷ୍ଠୀ ଉପରେ ଏପରି ବିପଦ ସୃଷ୍ଟି କରିଥିଲା ଯେ ତାହା ଦ୍ୱାରା ଧନ କୁବେର ତାଲିକାରେ...

ଭୂକମ୍ପରେ ଥରିଲା ଚାଇନା: ରିକ୍ଟର ସ୍କେଲରେ ତୀବ୍ରତା ୫.୧

ବେଜିଂ,୩।୨: ଗୋଟିଏ ପଟେ କରୋନା ଭାଇରସ୍‌ର ଆତଙ୍କ ଚାଇନାର ମୁଣ୍ଡ ବ୍ୟାଥାର କାରଣ ପାଲଟିଥିବା ବେଳେ ଏବେ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ଦକ୍ଷିଣ-ପଶ୍ଚିମ...

Advertisement
Archives

Model This Week