Posted inଜାତୀୟ

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ ହୋଇଛନ୍ତି। ଏହି ଅତର୍କିତ ଆକ୍ରମଣର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ପାଲାମ୍‌ରେ କଂଗ୍ରେସକୁ ଟାର୍ଗେଟ କରିବାକୁ ଯାଇ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କରିଥିଲେ। ପୂର୍ବ ସରକାର ଅମଳରେ ପାକିସ୍ତାନ ଭାରତକୁ ଅଧିକ ଆତଙ୍କବାଦୀ ପଠାଉଥିଲା। ଆତଙ୍କବାଦୀମାନେ ଭାରତରେ ସରକାରୀ କର୍ମଚାରୀମାନଙ୍କୁ ହତ୍ୟା କରୁଥିବାବେଳେ ସରକାର ପାକିସ୍ତାନକୁ ‘ପ୍ରେମପତ୍ର’ ପଠାଉଥିଲେ। କିନ୍ତୁ ଆଜିର ‘ନ୍ୟୁ ଇଣ୍ଡିଆ’ ପାକିସ୍ତାନରେ ଘରେ ପଶି ମାରୁଛି। ସେହିପରି ୨ ଦିନିଆ ପ୍ରଚାରରେ ଭୁବନେଶ୍ୱର ଗସ୍ତରେ ଆସିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଖବରଦାତାମାନଙ୍କୁ କହିଛନ୍ତି, ମୋଦି କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଆମେ ସବୁକିଛି ସହି ଅପେକ୍ଷା କରିଥିଲୁ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନର ସୀମାପାର ଆତଙ୍କବାଦକୁ ଉପଯୁକ୍ତ ଜବାବ ଦିଆଯାଉଛି ଏବଂ ଆଗକୁ ମଧ୍ୟ ଦିଆଯିବ। ଏହି ଅବସରରେ ଜୟଶଙ୍କର ଉରି ଓ ବାଲାକୋଟ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ କିପରି କଡ଼ା ଜବାବ ଦିଆଯାଇଥିଲା ତା’ର ଅବତାରଣା କରିଛନ୍ତି। ତେବେ ମୋଦି ଓ ଜୟଶଙ୍କରଙ୍କ ଧମକ ପରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ଏହି ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି। ନିର୍ବାଚନ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ, ତାଙ୍କ କ୍ୟାବିନେଟ ସହଯୋଗୀ ଓ ଭାଜପା ନେତାମାନେ ବେକାରି ଏବଂ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଛାଡ଼ି ମଇଦାନକୁ ପାକିସ୍ତାନକୁ ଟାଣିବା ଦେଶକୁ ବିପଦ ଡାକିଆଣିବା ସଦୃଶ ବୋଲି ମନେକରାଯାଉଛି। କାରଣ କଶ୍ମୀର ଉପତ୍ୟକାରେ ଜାନୁଆରୀ ପରେ ଏହା ହେଉଛି ଆତଙ୍କବାଦୀଙ୍କ ଦ୍ୱିତୀୟ ବଡ଼ ଆକ୍ରମଣ।

ଅନନ୍ତନାଗ-ରାଜୌରି ସଂସଦୀୟ ଆସନରେ ଷଷ୍ଠ ପର୍ଯ୍ୟାୟରେ ମେ’ ୨୫ରେ ନିର୍ବାଚନ ହେବ। ୨୦୦୩ରେ ଏହି ଅଞ୍ଚଳ ଏକପ୍ରକାର ଆତଙ୍କବାଦମୁକ୍ତ ଓ ଶାନ୍ତିପୂର୍ଣ୍ଣ କ୍ଷେତ୍ର ରୂପେ ପରିଗଣିତ ହେଉଥିଲା। ଶନିବାର ସନ୍ଧ୍ୟା ୬ଟା ୧୫ରେ ଭାରତୀୟ ବାୟୁସେନାର ୨ଟି ଗାଡ଼ିରେ ଯବାନମାନେ ପୁଞ୍ଚର ଜରନ୍‌ଓ୍ବାଲି ଶିବିରରୁ ସନାଇ ଟପ୍‌କୁ ଫେରୁଥିବାବେଳେ ସୁରନ୍‌କୋଟରେ ଆତଙ୍କବାଦୀମାନେ ସେମାନଙ୍କୁ ଏକେ-୪୭ରେ ଅତର୍କିତ ଆକ୍ରମଣ କରି ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସେମାନଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇଟିଯାକ ସୁରକ୍ଷା ଭ୍ୟାନ୍‌ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ି ଭିତରକୁ ଗୁଳି ପଶି ଯବାନଙ୍କ ଦେହରେ ବାଜିଛି। ଏନେଇ ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, ୫ ଆହତ ଯବାନଙ୍କୁ ଏକ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମ୍ପୃକ୍ତ ଅଞ୍ଚଳକୁ ଘେରି ତଲାସି ଅଭିଯାନ ଚାଲିଥିବା ଆଇଏଏଫ୍‌ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି। ଇତିମଧ୍ୟରେ ସଙ୍କଟାପନ୍ନ ଥିବା ଜଣେ ଚିକିତ୍ସାଧୀନ ଯବାନଙ୍କ ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ୨୦୨୩ ମେ’ ୫ରେ ସେନା ଯବାନମାନେ ଯାଉଥିବାବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ଭାରତରେ ପଶି ରାଜୌରି ଜିଲାର ଚାମ୍‌ରେର ଆକ୍ରମଣ କରିଥିଲେ। ସେତେବେଳେ ସେନା ପକ୍ଷରୁ ଏହାକୁ ଏକ ମାମୁଲି ଆକ୍ରମଣ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଯବାନଙ୍କ ମୃତ୍ୟୁସଂଖ୍ୟା ବଢ଼ି ୮ରେ ପହଞ୍ଚତ୍ଥିଲା। ସେହିପରି ୨୦୨୩ ଡିସେମ୍ବରରେ ରାଜୌରିର ବାଜିମାଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଗୁଳିରେ ୨ କ୍ୟାପ୍ଟେନଙ୍କ ସମେତ ୫ ଯବାନ ଶହୀଦ ହୋଇଥିଲେ। କିଛିଦିନ ତଳେ ଲଶ୍କର-ଇ-ତୋଇବା ଆତଙ୍କବାଦୀମାନେ ରାଜୌରି ଓ ଉଧମପୁରରେ ୨ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେମାନଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଛି। ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ସୁରକ୍ଷା ବଳ ଏଯାଏ ଧରିପାରି ନ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ବୟାନ ସେମାନଙ୍କୁ ପୁନଃ ଆକ୍ରମଣ ପାଇଁ ଉସୁକାଇଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?