ଠେଙ୍ଗାପାଳିରେ ସୁରକ୍ଷା ଜଙ୍ଗଲକୁ ବିପଦ

ନୟାଗଡ଼,୨୨।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଦୁଡୁକିପାଜୁ  ଗାଁର ଆଦିବାସୀମାନେ ଠେଙ୍ଗାପାଳିରେ କରିଥିବା ଜଙ୍ଗଲ ସୁରକ୍ଷାକୁ ବିପଦ ମାଡି ଆସିଛି। ଦୁଡୁକିପାଜୁର ଗ୍ରାମ୍ୟ ଜଙ୍ଗଲ ପାଦଦେଶରେ ହୋଇଥିବା ଫଳଗଛକୁ ଉପାଡି ଦେଇ ଜଣେ ଲୋକ କୋର୍ଟରେ ମାମଲା କରିବା ପରେ ଜଙ୍ଗଲ ସୁରକ୍ଷାକାରୀଙ୍କ ଟେନସନ ବଢ଼ିଯାଇଛି। ଜଙ୍ଗଲକୁ କିପରି ସୁରକ୍ଷା ଦେବେ ସେନେଇ ଚିନ୍ତା ଘାରିଛି। ଏନେଇ ଦୁଡୁକିପାଜୁ ଜଙ୍ଗଲ ସୁରକ୍ଷା କମିଟି ସଭାପତି ପୀତାମ୍ବର ଜାନି କୁହନ୍ତି, ଆମ  ଗାଁ ଜଙ୍ଗଲ ପଦା ହୋଇ ଚାଲିଥିଲା। ଧୀରେ ଧୀରେ ଆମ ରୋଜଗାର କମିବାରେ ଲାଗିଲା। ଜଙ୍ଗଲକୁ ସୁରକ୍ଷା ଦେବାକୁ  ଗାଁରେ ସଭା ହେଲା। ଠେଙ୍ଗାପାଳି କରି ଜଙ୍ଗଲ ସୁରକ୍ଷା କରିବାକୁ ନିଷ୍ପତ୍ତି ହେଲା। ୨୦୧୯ରୁ ଦୁଡୁକିପାଜୁର ଆଦିବାସୀ ଏକାଠି ହୋଇ ଜଙ୍ଗଲ ଜଗିଲେ।  ଗାଁରେ ୨୭ ପରିବାରର ୧୨୧ ଲୋକ ବାସ କରନ୍ତି। ପାଳି କରି ଜଙ୍ଗଲ ଜଗାଗଲା। ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଦେଖି ଆଖପାଖ ଅଞ୍ଚଳ ଲୋକ ଆଉ ଜଙ୍ଗଲ ପଦା କଲେ ନାହିଁ। ଧୀରେ ଧୀରେ ଆମର ଲାଭ ହେଲା। ଜଙ୍ଗଲରୁ ଆମେ ପୂର୍ବ ପରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଚଳିଲୁ। କିଛି ମାସ ତଳେ ଜଙ୍ଗଲ ପାଦଦେଶରେ ଆମ୍ବ, କୋଳି ପରି ବିଭିନ୍ନ ପ୍ରକାର ୨୦୦ ଫଳ ଗଛ ରୋପଣ କରିଥିଲୁ। ଗଛଗୁଡିକ ମଧ୍ୟ ଠିକ୍‌ରେ ବଢ଼ୁଥିଲା। ତେବେ ଜଣେ ବ୍ୟକ୍ତି ଆସି ୫୦ରୁ ଊର୍ଦ୍ଧ୍ୱ ଫଳ ଗଛ ଉପାଡି ଜମିକୁ ତା’ର ବୋଲି ଦାବି କଲେ। ଜଙ୍ଗଲ ଭିତରେ ବ୍ୟକ୍ତିଗତ ଜମି ନ ଥିବାରୁ କାଗଜାତ ଦେଖାଇବାକୁ କହିଥିଲୁ। ହେଲେ ସେ କାଗଜାତ ନ ଦେଖାଇ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ସରକାରୀ ଜମି ମୋର କହି ଜବରଦଖଲ କଲେ। ଏପରି କି ଆମ ଜଙ୍ଗଲ କମିଟି ବିରୋଧରେ କୋର୍ଟରେ ମାମଲା କରିଛନ୍ତି। ଆମେ ଜଙ୍ଗଲ ସହ ପ୍ରକୃତିର ସୁରକ୍ଷା କରିଛୁ। ହେଲେ ଆମକୁ ଅଯଥା ହଇରାଣ ହରକତ ନ କରିବାକୁ ଅନୁରୋଧ କରିଛୁ। ଜଙ୍ଗଲ କମିଟି ସମ୍ପାଦକ ମିନତୀ ଜାନି କୁହନ୍ତି, ଜଙ୍ଗଲ ଭିତରୁ ଫଳ ଗଛ ଉପାଡିବା ଠିକ୍‌ ନୁହେଁ। ଆଦିବାସୀ ଲୋକ ବୋଲିି ଧମକଚମକ ଦେଇ କୋର୍ଟରେ ମାମଲା କରିବା ମଧ୍ୟ ଠିକ୍‌ ନୁହେଁ। ଦୁଡୁକିପାଜୁ  ଗାଁର ପୁରୁଷ ଓ ମହିଳା ଆଦିବାସୀ ମିଳିତ ହୋଇ ଜଙ୍ଗଲ ସୁରକ୍ଷା ଦେଉଛନ୍ତି। ଜଙ୍ଗଲ ସୁରକ୍ଷା ଦେବା କ୍ଷେତ୍ରରେ ମହିଳା ଆଗରେ। କୋର୍ଟ କଚେରିର ଭୟ ଦେଖାଇଲେ ଆମେ ଜଙ୍ଗଲ ସୁରକ୍ଷାକୁ ଛାଡିବୁନି। ତେବେ ଜିଲାପାଳ ଓ ନୟାଗଡ଼ ଡିଏଫ୍‌ଓ ଆଦିବାସୀଙ୍କ ସମସ୍ୟାକୁ ବୁଝି ଏହାର ସମାଧାନ କରାଇବା ଦରକାର। ନଚେତ୍‌ ବହୁ କଷ୍ଟରେ ସୃଷ୍ଟି ହୋଇଥିବା ଠେଙ୍ଗାପାଳିରେ ଜଙ୍ଗଲ ଉଜୁଡି ଯିବ। ଜବରଦଖଲକାରୀ ପ୍ଲାନ କରି ଜଙ୍ଗଲ ଜମି ଜବରଦଖଲ କରି ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri