ଶ୍ରୀମନ୍ଦିର ଉଡ଼ାଇଦେବାକୁ ଧମକ

ପୁରୀ,୧୪ା୮ (ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗର ବୁଢ଼ୀ ମା’ ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ହାତରେ ଲେଖାଯିବା ସହିତ ଫୋନ୍‌ ନମ୍ବର ମଧ୍ୟ ଦିଆଯାଇଛି। ଏପରି କି ମନ୍ଦିରକୁ ଉଡ଼ାଇଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଉକ୍ତ ଲେଖାରେ ଦେଖିବାକୁ ମିଳିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦିଆଯାଇଛି। ବୁଧବାର ସକାଳେ ଏହା ଜଣାପଡ଼ିବା ପରେ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହେବାସହ ପୋଲିସ ବିଭାଗର ନିଦ ହଜିଯାଇଥିଲା। ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଟକ ଥିବା ବ୍ୟକ୍ତି ଜଣକ ଗଡ଼ିଶାଗଦା ଥାନା ଅଞ୍ଚଳର ରଘୁନାଥ ସାହୁ(୫୫) ବୋଲି ଜଣାପଡ଼ିଛି। ସେ ସାମାନ୍ୟ ମାନସିକ ଭିନ୍ନକ୍ଷମ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ବାଲିସାହି ରାସ୍ତାରେ ଥିବା ମା’ ବୁଢ଼ୀ ମା’ ମନ୍ଦିର କାନ୍ଥର ଦୁଇଟି ସ୍ଥାନରେ କିଛି ଲେଖାଯାଇଥିବା ଲୋକ ଦେଖିବାକୁ ପାଇଥିଲେ। ଚକ୍‌ ଖଡ଼ିରେ ଗୋଟିଏ ପାଶର୍‌ବରେ ଲେଖାଯାଇଛି ଯେ, ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। ଆଉ ଏକ ପାଶର୍‌ବରେ କିଛି ଫୋନ୍‌ ନମ୍ବର ମଧ୍ୟ ଦିଆଯାଇ ଫୋନ୍‌ କର, ନ କଲେ ମହାତାଣ୍ଡବ ହେବ ବୋଲି ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି, ଯାହାକୁ ପଢ଼ିବା ପରେ ଶ୍ରଦ୍ଧାଳୁ ଛାନିଆ ହୋଇପଡ଼ିଥିଲେ। ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ’ ବୋଲି ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦିଆଯାଇଥିଲା। ଶ୍ରୀମନ୍ଦିର ଦକ୍ଷିଣପାଶର୍‌ବ ପରିକ୍ରମା ମାର୍ଗର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଧମକପୂର୍ଣ୍ଣ ଲେଖା ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି। ଏହା ଶ୍ରୀମନ୍ଦିର ସିକ୍ୟୁରିଟି ଜୋନ୍‌ ଭାବେ ସରକାର ପ୍ରଶାସନିକ ରେକର୍ଡ କରିଛନ୍ତି। ହେଲେ ଏହି ସୁରକ୍ଷା ଜୋନ୍‌ ଭିତରେ ଏପରି କାର୍ଯ୍ୟ କିପରି ହେଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବାରମ୍ବାର ଗୃହ ମନ୍ତ୍ରଣାଳୟ ଓ ଏନ୍‌ଏସ୍‌ଜି ପକ୍ଷରୁ ପରାମର୍ଶ ଦିଆଯାଇଛି।ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଥିବା ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହୋଇନାହିଁ। କେବଳ ଲୋକ ଦେଖାଣିଆ ଭାବେ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ଲଗାଯାଇଛି ବୋଲି ଜଗନ୍ନାଥପ୍ରମୀ କ୍ଷୋଭ ପ୍ରକାଶ କହିଛନ୍ତି। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଲେଖାକୁ ଲିଭାଇଥିଲା। ପରେ ଜଣେ ବ୍ୟକ୍ତିଙ୍କୁ ଧରି ସିଂହଦ୍ୱାର ଥାନାରେ ଅଟକ ରଖିଛି ପଚରାଉଚରା କରିଛି। ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି, ବୁଧବାର ସକାଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଢ଼ୀମା’ ମନ୍ଦିରରେ ଶ୍ରୀମନ୍ଦିରକୁ ନେଇ କିଛି ଆପତ୍ତିଜନକ ଲେଖା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଲେଖାଯାଇଥିବାରୁ ଏହାକୁ ପୋଲିସ ଗୁରୁତର ସହ ନେଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପରିକ୍ରମା ପ୍ରକଳ୍ପରେ ଲେଖିଥିବା ରଘୁନାଥଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ ପଚରାଉଚରା ସମୟରେ ସେ ଲେଖିଥିବା ସ୍ବୀକାର କରିଛନ୍ତି। ତେବେ ତାଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ। ସେ ମାନସିକ ବିକାରଗ୍ରସ୍ତ ଥିବାରୁ ସ୍ପଷ୍ଟ ଭାବେ କିଛି କହିପାରୁ ନାହନ୍ତି। ମେଡିକାଲ ନିଆଯାଇ ମାନସିକ ସ୍ଥିତି ପରୀକ୍ଷା କରିବା ପରେ ତାଙ୍କ ବିଷୟରେ ଅଧିକ କିଛି ଜଣାପଡ଼ିବ ବୋଲି ଜଣାପଡ଼ିବ ଏସ୍‌ପି ମିଶ୍ର ସୂଚନା ଦେଇଛନ୍ତି। ପୁରୀ ବାସିନ୍ଦା ଆକାଶ ନାୟକ କହିଛନ୍ତି, ‘ନିଶ୍ଚିତ ଭାବରେ, ସୁରକ୍ଷା ବ୍ୟବସ୍ଥାକୁ ଢିଲା କରାଯାଇଛି। ଆତଙ୍କବାଦୀ ଧମକ୍‌ ଦିଆଯାଇଛି। ପୋଲିସ ଠିକ୍‌ ଭାବରେ ପାଟ୍ରୋଲିଂ କରୁ ନ ଥିବାରୁ ଏପରି ଘଟଣା ଘଟିଛି। ପୋଲିସ ଏହାର ଠିକ୍‌ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri