Posted inଜାତୀୟ

ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଥିବା ଶ୍ୟାମ ମାନବଙ୍କୁ ଜୀବନରୁ ମାରି ଦେବାକୁ ଧମକ, ସୁରକ୍ଷା ବଢାଇଲା ନାଗପୁର ପୋଲିସ

ନାଗପୁର,୨୩ ।୧: ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଥିବା ଶ୍ୟାମ ମାନବଙ୍କୁ ଧମକପୂର୍ଣ୍ଣ ଫୋନ ଆସିଛି । ଏହାପରେ ନାଗପୁର ପୋଲିସ ସେ ଯେଉଁଠାରେ ରହୁଛନ୍ତି ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି । ଅଂଧଶ୍ରଦ୍ଧା ନିର୍ମୁଲମ ସମିତିର ଉପାଧ୍ୟକ୍ଷଶ୍ୟାମ ମାନବ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ତାଙ୍କ ସାମ୍ନାରେ ତାଙ୍କ ଚମତ୍କାର ଦେଖାଇବାକୁ ନେଇ ଚ୍ୟାଲେଞ୍ଜ ଦେଇଥିଲେ ।

ମଧ୍ୟ ପ୍ରଦେଶର ଛତରପୁର ସ୍ଥିତ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ମନର କଥା ଜାଣି ପାରନ୍ତି ବୋଲି ଦାବି କରିନ୍ତି । ଚଳିତ ମାସରେ ସେ ନାଗପୁରରେ ‘ଶ୍ରୀରାମ ଚରିତ କଥା’ କରିବାକୁ ଯାଇଥିଲେ । ହେଲେ ସେଠାରେ ଅଂଧ ଶ୍ରଦ୍ଧା ନିର୍ମୁଲ ସମିତିର ଶ୍ୟାମ ମାନବ ଖୋଲାଖୋଲି ଭାବେ ତାଙ୍କୁ ଚାଲେଞ୍ଜ ଦେଇଥିଲେ । ମାନବ କହିଥିଲେ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ସାମ୍ନାରେ ତାଙ୍କର ସିଦ୍ଧି କରି ଦେଖାନ୍ତୁ । ସେ କହିଥିଲେ କି ଯଦି ସେ ଏମିତି କରିଦେବେ ତେବେ ଶାସ୍ତ୍ରୀଙ୍କୁ ୩୦ ଲକ୍ଷ ଟଙ୍କା ଦିଆଯିବ । ମାନବଙ୍କ ଏହି କଥା ଶୁଣିବା ପରେ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ କଥାକୁ ୨ ଦିନ ପୂର୍ବରୁ ଶେଷ କରି ସେଠାରୁ ଚାଲି ଆସିଥିଲେ । ଏହାକୁ ନେଇ ଦାବି କରାଯାଉଛି କି ଧିରେନ୍ଦ୍ର ଶାସ୍ତ୍ରୀ ଡରିଯାଇ କଥାକୁ ଶୀଘ୍ର ଶେଷ କରି ଚାଲି ଆସିଲେ । ହେଲେ ଏପଟେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି କି କାର୍ଯ୍ୟକ୍ରମରେ କାଟଛାଟ ପୂର୍ବରୁ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କୁ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ: ପଦାରେ ପଡ଼ିଲା ଧାନ କିଣାବିକା ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri