ଅଦିନିଆ ବର୍ଷାରେ ଗଜା ହେଲା ଧାନ, ଚିନ୍ତାରେ ଚାଷୀ

କୋକସରା,୧୫ା୧(ଡି.ଏନ୍‌.ଏ.): ଭିତ୍ତିଭୂମି ନାହିଁ, ଖୋଲା ଆକାଶ ତଳେ ପଡ଼ିରହିଛି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ। ଅଦିନିଆ ବର୍ଷା, ଶୀତ, କୋହଲା ପାଗରେ ଦୀର୍ଘମାସ ଧରି ଧାନକୁ ଜଗି ବସିଛନ୍ତି ଅନ୍ନଦାତା। ବର୍ଷା ଦାଉରୁ ଧାନକୁ ସୁରକ୍ଷିତ ରଖିବା ପାଇଁ ଆରଏମ୍‌ସି ପକ୍ଷରୁ ପର୍ଯ୍ୟାପ୍ତ ମାତ୍ରାରେ ପଲିଥିନ୍‌ ଯୋଗାଣ ହୋଇନାହିଁ। ସ୍ଥାନୀୟ ତହସିଲଦାରଙ୍କଠାରୁ ଉପଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଚାଷୀଙ୍କ ଦୁଃଖ ବୁଝିବାକୁ ଯେମିତି କାହାର ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ। ଡିସେମ୍ବର ୧୮ରୁ ଟୋକାନ ପାଇ ଧାନ ଆଣିଥିବା ଚାଷୀଙ୍କ ଧାନ ମଧ୍ୟ ବିକ୍ରି ହୋଇନାହିଁ, ପୁଣି ବୋଝ ଉପରେ କୋରଡ଼ ମାଡ଼ କରିଛି ଅଦିନିଆ ବର୍ଷା। ଶନିବାର କାଶୀବାହାଲ ମଣ୍ଡିରେ ପ୍ରତିବାଦ କରି ଚାଷୀମାନେ ଏକତ୍ରିତ ହୋଇ ଡୋଙ୍ଗରିଗୁଡାରୁ କାଶୀବାହାଲକୁ ସଂଯୋଗ କରୁଥିବା ଆରଡି ରାସ୍ତା ଅବରୋଧ କରି ମଣ୍ଡିରୁ ଧାନ ଉଠାଣ ପାଇଁ ଦାବି କରିଛନ୍ତି। ଚାଷୀ ନୀଳକଣ୍ଠ ମାଝି, କିଶୋର ଚନ୍ଦ୍ର ନାଏକ, ପପୁ ବେମାଲ, ଭୋଲାରାମ ଚଣ୍ଡି, ଉମାଶାଙ୍କର ସରାଫ, ଘାସିରାମ ବେମାଲ, କ୍ଷୀରୋଦ ବେହେରା ପ୍ରମୁଖ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ କାଶୀବାହାଲ ରାଜସ୍ବ ନିରୀକ୍ଷକ ରମଣି ରଞ୍ଜନ ପ୍ରଧାନୀ, ଭିଏଡବ୍ଲ୍ୟୁ ଦୀପ୍ତିମୟୀ ମହାପାତ୍ର, କୋକସରା ପୋଲିସ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ପରେ ଧାନ ଉଠାଣ ହେବା ନେଇ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri