ଚିନ୍ତାଶୀଳ ବ୍ୟକ୍ତିତ୍ୱ

ମନମୋହନ ସିଂଙ୍କ ଜୀବନ କ’ଣ ଥିଲା ସେ ବିଷୟରେ ଅନେକ ଲେଖା ପ୍ରକାଶ ପାଇଛି ଏବଂ ଆଗକୁ ବି ଲେଖାଯିବ। କିନ୍ତୁ ସେ ଯାହା ନ ଥିଲେ ସେ ସମ୍ପର୍କରେ ଏଠାରେ କେତୋଟି ଧାଡ଼ି ପ୍ରକାଶ କରାଯାଉଛି। ମନମୋହନ ସିଂ ‘ନୂଆ ଭାରତ’ର ପ୍ରତିନିଧି ନ ଥିଲେ, ବରଂ ସେ ଥିଲେ ଜଣେ ପୁରାତନ ଭାରତୀୟ ବିଚାରଧାରାର ନେତା। ସେ ବିଭାଜନ ନୁହେଁ ବରଂ ସମାବେଶୀ ବା ଅନ୍ତର୍ଭୁକ୍ତି ଉପରେ ଗୁରୁତ୍ୱ ଦେଇଥିଲେ। ଯଦିଓ ସେ ତାଙ୍କର ସାର୍ବଜନୀନ ଭାଷଣରେ ଧର୍ମ ବିଷୟ ଉତ୍‌ଥାପନ କରିଥିଲେ, ତଥାପି କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅପମାନିତ କିମ୍ବା କ୍ଷତି କରି ନ ଥିଲେ କିମ୍ବା ସେମାନଙ୍କ ବିରୋଧରେ ଲୋକଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସେ ଏହା କରି ନ ଥିଲେ। ସିଂ ବିସ୍ଫୋରକ ଭାଷଣ ଦେଉ ନ ଥିଲେ। ସେ ନିଜ ଭାଷଣରେ ତୃତୀୟ ବ୍ୟକ୍ତି ବୋଲି ନିଜକୁ ସୂଚିତ କରି ନ ଥିଲେ। ସେ ସୁନାରେ ନାମ ଲେଖାଯାଇଥିବା ପୋଷାକ ପିନ୍ଧି ନ ଥିଲେ। ଏହା ସତ୍ୟ ଯେ, ସେ ପ୍ରଶଂସା ପାଇଁ ତାଙ୍କ ଡିଗ୍ରୀକୁ ପ୍ରଦର୍ଶନ କରିନାହାନ୍ତି। ବାସ୍ତବତା ହେଉଛି, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସେଣ୍ଟ ଜନ୍‌ କଲେଜରେ ତାଙ୍କ ନାମରେ ଛାତ୍ରବୃତ୍ତି ଅଛି। ଅକ୍ସଫୋର୍ଡ ୟୁନିଭର୍ସିଟିର ନୁଫିଲ୍ଡ କଲେଜରୁ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ, ଯାହା ତାଙ୍କ ୱେବ୍‌ସାଇଟରେ ରହିଛି। ସେଠାରେ ‘ଭାରତର ରପ୍ତାନି ଧାରା ଏବଂ ଆତ୍ମନିର୍ଭରଶୀଳ ଅଭିବୃଦ୍ଧି ପାଇଁ ଆଶା’ ଶୀର୍ଷକ ତାଙ୍କର ଥେସିସ୍‌ ଏକ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା। ସେ ଶିଖିବା ଓ ପଢ଼ିବାରେ ନିମଗ୍ନ ରହୁଥବାରୁ ତାଙ୍କ ଚିତ୍ତ ସ୍ଥିର ଥିଲା। ସେ ଜାଣିଶୁଣି ଭାରତର ଅର୍ଥନୀତିର କ୍ଷତି କରିବାକୁ ଚାହିଁ ନ ଥିଲେ। ସେ ସବୁବେଳେ ଆର୍ଥିକ ଅଭିବୃଦ୍ଧି ଚାହୁଁଥିଲେ। ଉଦ୍ଦେଶ୍ୟମୂଳକ ଭାବରେ ଆମ ଅଭିବୃଦ୍ଧିକୁ ନଷ୍ଟ କରିବା ଯେପରି କି ସମସ୍ତ ମୁଦ୍ରାକୁ ହଠାତ୍‌ କାରବାରରୁ ହଟାଇ ନେବାକୁ ଭୟ କରିଛନ୍ତି। ଅନାବଶ୍ୟକ ଭାବେ ତାଙ୍କ ଲୋକଙ୍କୁ ନିର୍ଯାତନା ଦେବା ଏବଂ ମଧ୍ୟରାତ୍ରିରେ ଲକ୍‌ଡାଉନ ଲାଗୁକରି ଅନେକ ଲକ୍ଷ ପ୍ରବାସୀକୁ ବାଧ୍ୟତାମୂଳକ ସ୍ଥାନାନ୍ତର ଭଳି ପଦକ୍ଷେପ ନେବା ତାଙ୍କ ଚିନ୍ତା ବାହାରେ ଥିଲା। ସେ ଭଲ ଭାବେ ଚିନ୍ତା ନ କରି ହଠାତ୍‌ ନିଷ୍ପତ୍ତି ନେଉ ନ ଥିଲେ। ବିଚାରବିମର୍ଶ ମାଧ୍ୟମରେ ସେ ପ୍ରଭାବଶାଳୀ ନିଷ୍ପତ୍ତି ନେଉଥିଲେ। ସେ ଥିଲେ ଜଣେ ଚିନ୍ତାଶୀଳ ବ୍ୟକ୍ତିତ୍ୱ ଓ ଗଭୀର ଜ୍ଞାନର ଅଧିକାରୀ। ସାରା ବିଶ୍ୱ କିପରି କାମ କରୁଥିଲା ସେ ବିଷୟରେ ସେ ଭଲ ଭାବେ ଜାଣିଥିଲେ। ମାର୍ଚ୍ଚ ୨୦୦୯ରେ ଫାଇନାନ୍ସିଆଲ ଟାଇମ୍ସ ତାଙ୍କ ସାକ୍ଷାତ୍‌କାର ନେବା ପାଇଁ ୩ଜଣ ସମ୍ପାଦକଙ୍କୁ ପଠାଇଥିଲା। ଏବେ ମଧ୍ୟ ସେମାନଙ୍କର ପ୍ରଥମ ପ୍ରଶ୍ନର ପ୍ରାସଙ୍ଗିକତା ଅଛି। ତାହା ହେଲା- ବୈଶ୍ୱିକ ଆର୍ଥିକ ବ୍ୟବସ୍ଥାରେ ବିଫଳତା ଏବଂ ଡଲାର ବଦଳରେ ଏକ ନୂତନ ମୁଦ୍ରା ପ୍ରଚଳନ ପାଇଁ ଚାଇନା ସହ ଆପଣ ସହମତ କି? ତାଙ୍କ ଉତ୍ତର ଥିଲା-”ଠିକ୍‌ ଅଛି, ହେଲେ ଏଗୁଡ଼ିକ ନୂଆ ପ୍ରସଙ୍ଗ ନୁହେଁ। ମୁଁ ୧୯୭୦ରେ ଗଠିତ ପ୍ରଥମ କମିଟିରେ ପଲ୍‌ ଭୋଲକରଙ୍କ ସହ ଥିଲି। ଏହିସବୁ ପ୍ରସଙ୍ଗ ବିଶେଷକରି ଏକ ନିରପେକ୍ଷ ମୁଦ୍ରା ଆପଣାଇବା ସମ୍ପର୍କରେ ଅନେକ ଥର ଆଲୋଚନା କରାଯାଇଛି। କିନ୍ତୁ ସେଥିରେ ଜଟିଳ ସମସ୍ୟା ଅଛି। ମୁଦ୍ରା ଜାରି କରିବା ଏକ ଦେଶର ଶକ୍ତିର ପ୍ରତୀକ ଏବଂ କେହି ବି ସ୍ବେଚ୍ଛାକୃତ ଭାବରେ ଏହି ଶକ୍ତି ଛାଡ଼ନ୍ତି ନାହିଁ।“ ବାସ୍ତବରେ ତାଙ୍କ ଉତ୍ତରର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି।
ମନମୋହନ ସିଂ ତାଙ୍କ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଭଳି ଦଳକୁ ଉପସ୍ଥାପନ କରି ନ ଥିଲେ। ୨୯ ଏପ୍ରିଲ ୨୦୦୨ରେ ଏକ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ‘ହାଓ ବାଜପେୟୀ ଏଣ୍ଡେଡ୍‌ ଅପ୍‌ ଆଜ୍‌ ଦି ହିନ୍ଦୁତ୍ୱ କୋଏର୍‌ ବୟ’ ଶୀର୍ଷକ ରିପୋର୍ଟକୁ ଦେଖାଯାଉ। ଏଥିରେ ଲେଖାଅଛି, ”ଦଳର ଅଧ୍ୟକ୍ଷ ଜାନା କୃଷ୍ଣମୂର୍ତ୍ତିଙ୍କ ଅଭିଭାଷଣ ଶେଷହେବା ମାତ୍ରେ ମୋଦି ଠିଆହୋଇ କହିଥିଲେ- ”ଅଧ୍ୟକ୍ଷ ମହାଶୟ, ମୁଁ ଗୁଜରାଟ ସମ୍ପର୍କରେ କହିବାକୁ ଚାହେଁ ଏବଂ ଏକ ମୁକ୍ତ ଓ ଖୋଲା ଆଲୋଚନାର ଆବଶ୍ୟକତା ଅଛି। ଯେଉଁଥିପାଇଁ ମୁଁ ଏହି ସଭାରେ ଇସ୍ତଫା ଦେବାକୁ ବି ଚାହୁଁଛି। ଏବେଠାରୁ ଦଳ ଏବଂ ଦେଶ କେଉଁ ଦିଗରେ ଯିବା ଦରକାର ତାହା ଆମେ ସ୍ଥିର କରିଛୁ। ତାଙ୍କୁ ଅଧିକ କହିବାର ଆବଶ୍ୟକତା ନ ଥିଲା। ଗୋଟିଏ ଝଟକାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଦଳର ନୂଆ ଯୋଜନାକୁ ବନ୍ଦ କରିଦେଇଥିଲେ। ସେ ତାଙ୍କ ସମର୍ଥକମାନଙ୍କୁ ଉତ୍ସାହିତ କରିଥିଲେ, ଯେଉଁମାନେ ତାଙ୍କ ସମର୍ଥନରେ ଠିଆ ହୋଇଯାଇଥିଲେ। ମୋଦି ଏବଂ ଭିଏଚ୍‌ପି ସଦସ୍ୟଙ୍କ ବିରୋଧରେ କହିଥିବା ତତ୍କାଳୀନ ଖାଦ୍ୟମନ୍ତ୍ରୀ ଶାନ୍ତା କୁମାରଙ୍କୁ ଭର୍ତ୍ସନା କରାଯାଇଥିଲା ଏବଂ ସେ ଏକ ଶୃଙ୍ଖଳା କମିଟିର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଲା। ସେ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ(ବାଜପେୟୀ) ତାଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତି ତଥା ମିଳିତ ମଞ୍ଚର ଏକତାର ସୁରକ୍ଷା ପାଇଁ ମୋଦି ଇସ୍ତଫା ଦିଅନ୍ତୁ ବୋଲି ଭାବୁଥାଇପାରନ୍ତି, କିନ୍ତୁ ସେ ମୋଦିଙ୍କ ସମର୍ଥନର ଭାବପ୍ରବଣତା ବିରୋଧରେ ଯାଇପାରି ନ ଥିଲେ। ସେ ପ୍ରସଙ୍ଗଟିକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହାକୁ ମଧ୍ୟ ବିରୋଧ କରାଯାଇଥିଲା। ଆଜି ଯେତେବେଳେ ସିଂ ଦୁର୍ବଳ ଏବଂ ଚାପକୁ ପ୍ରତିରୋଧ କରିବାରେ ଅସମର୍ଥ ବୋଲି କୁହାଯାଉଛି ସେତେବେଳେ ‘ନୂଆ ଭାରତ’ ପରିପ୍ରେକ୍ଷୀରେ ଏ ବିଷୟରେ ବିଚାର କରିବାକୁ ହେବ। ଇତିହାସ କିପରି ସିଂଙ୍କୁ ମନେରଖିବ?
ଗାନ୍ଧିଜୀଙ୍କୁ ହତ୍ୟା କରାଯିବାର ୧ ବର୍ଷ ପରେ ଜାନୁଆରୀ ୧୯୪୯ରେ ଜର୍ଜ ଓର୍‌ୱେଲ ‘ରିଫ୍ଲେକସନ୍ସ ଅନ୍‌ ଗାନ୍ଧୀ’ ଶୀର୍ଷକ ଏକ ପ୍ରବନ୍ଧ ଲେଖିଥିଲେ। ଏଥିରେ ଶେଷରେ ସେ ଲେଖିଛନ୍ତି, ଗାନ୍ଧିଜୀଙ୍କ ପ୍ରତି ମୁଁ ଯେଭଳି ନକାରାତ୍ମକ ଅନୁଭବ କରୁଛି, ଯଦି ଆଉ କେହି ସେଭଳି କରିପାରନ୍ତି, କେହି ତାଙ୍କ ସନ୍ଥତ୍ୱ ଉପରେ ପ୍ରଶ୍ନ ଉଠାଇପାରନ୍ତି (ସେ ନିଜେ ଏପରି କୌଣସି ଦାବି କରିନାହାନ୍ତି), କେହି ସନ୍ଥତ୍ୱର ଆଦର୍ଶକୁ ଅସ୍ବୀକାର କରିପାରନ୍ତି ଏବଂ ଏଥିପାଇଁ ଜଣେ ଅନୁଭବ କରିପାରନ୍ତି ଯେ, ଗାନ୍ଧୀଙ୍କ ମୌଳିକ ଉଦ୍ଦେଶ୍ୟ ମାନବ-ବିରୋଧୀ ଏବଂ ପ୍ରତିକ୍ରିୟାଶୀଳ ଥିଲା। କିନ୍ତୁ ତାଙ୍କୁ କେବଳ ଜଣେ ରାଜନେତା ଭାବରେ ଯଦି ଦେଖାଯାଏ ଓ ଆମ ସମୟର ଅନ୍ୟ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ତୁଳନା କରାଯାଏ, ତେବେ ଜଣାପଡ଼ିବ ଯେ, ସେ ଏକ ଶୁଦ୍ଧ ଭାବନା ଛାଡ଼ିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri