ଚିନ୍ତାଶୀଳ ବ୍ୟକ୍ତିତ୍ୱ

ମନମୋହନ ସିଂଙ୍କ ଜୀବନ କ’ଣ ଥିଲା ସେ ବିଷୟରେ ଅନେକ ଲେଖା ପ୍ରକାଶ ପାଇଛି ଏବଂ ଆଗକୁ ବି ଲେଖାଯିବ। କିନ୍ତୁ ସେ ଯାହା ନ ଥିଲେ ସେ ସମ୍ପର୍କରେ ଏଠାରେ କେତୋଟି ଧାଡ଼ି ପ୍ରକାଶ କରାଯାଉଛି। ମନମୋହନ ସିଂ ‘ନୂଆ ଭାରତ’ର ପ୍ରତିନିଧି ନ ଥିଲେ, ବରଂ ସେ ଥିଲେ ଜଣେ ପୁରାତନ ଭାରତୀୟ ବିଚାରଧାରାର ନେତା। ସେ ବିଭାଜନ ନୁହେଁ ବରଂ ସମାବେଶୀ ବା ଅନ୍ତର୍ଭୁକ୍ତି ଉପରେ ଗୁରୁତ୍ୱ ଦେଇଥିଲେ। ଯଦିଓ ସେ ତାଙ୍କର ସାର୍ବଜନୀନ ଭାଷଣରେ ଧର୍ମ ବିଷୟ ଉତ୍‌ଥାପନ କରିଥିଲେ, ତଥାପି କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଅପମାନିତ କିମ୍ବା କ୍ଷତି କରି ନ ଥିଲେ କିମ୍ବା ସେମାନଙ୍କ ବିରୋଧରେ ଲୋକଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସେ ଏହା କରି ନ ଥିଲେ। ସିଂ ବିସ୍ଫୋରକ ଭାଷଣ ଦେଉ ନ ଥିଲେ। ସେ ନିଜ ଭାଷଣରେ ତୃତୀୟ ବ୍ୟକ୍ତି ବୋଲି ନିଜକୁ ସୂଚିତ କରି ନ ଥିଲେ। ସେ ସୁନାରେ ନାମ ଲେଖାଯାଇଥିବା ପୋଷାକ ପିନ୍ଧି ନ ଥିଲେ। ଏହା ସତ୍ୟ ଯେ, ସେ ପ୍ରଶଂସା ପାଇଁ ତାଙ୍କ ଡିଗ୍ରୀକୁ ପ୍ରଦର୍ଶନ କରିନାହାନ୍ତି। ବାସ୍ତବତା ହେଉଛି, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସେଣ୍ଟ ଜନ୍‌ କଲେଜରେ ତାଙ୍କ ନାମରେ ଛାତ୍ରବୃତ୍ତି ଅଛି। ଅକ୍ସଫୋର୍ଡ ୟୁନିଭର୍ସିଟିର ନୁଫିଲ୍ଡ କଲେଜରୁ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ, ଯାହା ତାଙ୍କ ୱେବ୍‌ସାଇଟରେ ରହିଛି। ସେଠାରେ ‘ଭାରତର ରପ୍ତାନି ଧାରା ଏବଂ ଆତ୍ମନିର୍ଭରଶୀଳ ଅଭିବୃଦ୍ଧି ପାଇଁ ଆଶା’ ଶୀର୍ଷକ ତାଙ୍କର ଥେସିସ୍‌ ଏକ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା। ସେ ଶିଖିବା ଓ ପଢ଼ିବାରେ ନିମଗ୍ନ ରହୁଥବାରୁ ତାଙ୍କ ଚିତ୍ତ ସ୍ଥିର ଥିଲା। ସେ ଜାଣିଶୁଣି ଭାରତର ଅର୍ଥନୀତିର କ୍ଷତି କରିବାକୁ ଚାହିଁ ନ ଥିଲେ। ସେ ସବୁବେଳେ ଆର୍ଥିକ ଅଭିବୃଦ୍ଧି ଚାହୁଁଥିଲେ। ଉଦ୍ଦେଶ୍ୟମୂଳକ ଭାବରେ ଆମ ଅଭିବୃଦ୍ଧିକୁ ନଷ୍ଟ କରିବା ଯେପରି କି ସମସ୍ତ ମୁଦ୍ରାକୁ ହଠାତ୍‌ କାରବାରରୁ ହଟାଇ ନେବାକୁ ଭୟ କରିଛନ୍ତି। ଅନାବଶ୍ୟକ ଭାବେ ତାଙ୍କ ଲୋକଙ୍କୁ ନିର୍ଯାତନା ଦେବା ଏବଂ ମଧ୍ୟରାତ୍ରିରେ ଲକ୍‌ଡାଉନ ଲାଗୁକରି ଅନେକ ଲକ୍ଷ ପ୍ରବାସୀକୁ ବାଧ୍ୟତାମୂଳକ ସ୍ଥାନାନ୍ତର ଭଳି ପଦକ୍ଷେପ ନେବା ତାଙ୍କ ଚିନ୍ତା ବାହାରେ ଥିଲା। ସେ ଭଲ ଭାବେ ଚିନ୍ତା ନ କରି ହଠାତ୍‌ ନିଷ୍ପତ୍ତି ନେଉ ନ ଥିଲେ। ବିଚାରବିମର୍ଶ ମାଧ୍ୟମରେ ସେ ପ୍ରଭାବଶାଳୀ ନିଷ୍ପତ୍ତି ନେଉଥିଲେ। ସେ ଥିଲେ ଜଣେ ଚିନ୍ତାଶୀଳ ବ୍ୟକ୍ତିତ୍ୱ ଓ ଗଭୀର ଜ୍ଞାନର ଅଧିକାରୀ। ସାରା ବିଶ୍ୱ କିପରି କାମ କରୁଥିଲା ସେ ବିଷୟରେ ସେ ଭଲ ଭାବେ ଜାଣିଥିଲେ। ମାର୍ଚ୍ଚ ୨୦୦୯ରେ ଫାଇନାନ୍ସିଆଲ ଟାଇମ୍ସ ତାଙ୍କ ସାକ୍ଷାତ୍‌କାର ନେବା ପାଇଁ ୩ଜଣ ସମ୍ପାଦକଙ୍କୁ ପଠାଇଥିଲା। ଏବେ ମଧ୍ୟ ସେମାନଙ୍କର ପ୍ରଥମ ପ୍ରଶ୍ନର ପ୍ରାସଙ୍ଗିକତା ଅଛି। ତାହା ହେଲା- ବୈଶ୍ୱିକ ଆର୍ଥିକ ବ୍ୟବସ୍ଥାରେ ବିଫଳତା ଏବଂ ଡଲାର ବଦଳରେ ଏକ ନୂତନ ମୁଦ୍ରା ପ୍ରଚଳନ ପାଇଁ ଚାଇନା ସହ ଆପଣ ସହମତ କି? ତାଙ୍କ ଉତ୍ତର ଥିଲା-”ଠିକ୍‌ ଅଛି, ହେଲେ ଏଗୁଡ଼ିକ ନୂଆ ପ୍ରସଙ୍ଗ ନୁହେଁ। ମୁଁ ୧୯୭୦ରେ ଗଠିତ ପ୍ରଥମ କମିଟିରେ ପଲ୍‌ ଭୋଲକରଙ୍କ ସହ ଥିଲି। ଏହିସବୁ ପ୍ରସଙ୍ଗ ବିଶେଷକରି ଏକ ନିରପେକ୍ଷ ମୁଦ୍ରା ଆପଣାଇବା ସମ୍ପର୍କରେ ଅନେକ ଥର ଆଲୋଚନା କରାଯାଇଛି। କିନ୍ତୁ ସେଥିରେ ଜଟିଳ ସମସ୍ୟା ଅଛି। ମୁଦ୍ରା ଜାରି କରିବା ଏକ ଦେଶର ଶକ୍ତିର ପ୍ରତୀକ ଏବଂ କେହି ବି ସ୍ବେଚ୍ଛାକୃତ ଭାବରେ ଏହି ଶକ୍ତି ଛାଡ଼ନ୍ତି ନାହିଁ।“ ବାସ୍ତବରେ ତାଙ୍କ ଉତ୍ତରର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି।
ମନମୋହନ ସିଂ ତାଙ୍କ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଭଳି ଦଳକୁ ଉପସ୍ଥାପନ କରି ନ ଥିଲେ। ୨୯ ଏପ୍ରିଲ ୨୦୦୨ରେ ଏକ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ‘ହାଓ ବାଜପେୟୀ ଏଣ୍ଡେଡ୍‌ ଅପ୍‌ ଆଜ୍‌ ଦି ହିନ୍ଦୁତ୍ୱ କୋଏର୍‌ ବୟ’ ଶୀର୍ଷକ ରିପୋର୍ଟକୁ ଦେଖାଯାଉ। ଏଥିରେ ଲେଖାଅଛି, ”ଦଳର ଅଧ୍ୟକ୍ଷ ଜାନା କୃଷ୍ଣମୂର୍ତ୍ତିଙ୍କ ଅଭିଭାଷଣ ଶେଷହେବା ମାତ୍ରେ ମୋଦି ଠିଆହୋଇ କହିଥିଲେ- ”ଅଧ୍ୟକ୍ଷ ମହାଶୟ, ମୁଁ ଗୁଜରାଟ ସମ୍ପର୍କରେ କହିବାକୁ ଚାହେଁ ଏବଂ ଏକ ମୁକ୍ତ ଓ ଖୋଲା ଆଲୋଚନାର ଆବଶ୍ୟକତା ଅଛି। ଯେଉଁଥିପାଇଁ ମୁଁ ଏହି ସଭାରେ ଇସ୍ତଫା ଦେବାକୁ ବି ଚାହୁଁଛି। ଏବେଠାରୁ ଦଳ ଏବଂ ଦେଶ କେଉଁ ଦିଗରେ ଯିବା ଦରକାର ତାହା ଆମେ ସ୍ଥିର କରିଛୁ। ତାଙ୍କୁ ଅଧିକ କହିବାର ଆବଶ୍ୟକତା ନ ଥିଲା। ଗୋଟିଏ ଝଟକାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଦଳର ନୂଆ ଯୋଜନାକୁ ବନ୍ଦ କରିଦେଇଥିଲେ। ସେ ତାଙ୍କ ସମର୍ଥକମାନଙ୍କୁ ଉତ୍ସାହିତ କରିଥିଲେ, ଯେଉଁମାନେ ତାଙ୍କ ସମର୍ଥନରେ ଠିଆ ହୋଇଯାଇଥିଲେ। ମୋଦି ଏବଂ ଭିଏଚ୍‌ପି ସଦସ୍ୟଙ୍କ ବିରୋଧରେ କହିଥିବା ତତ୍କାଳୀନ ଖାଦ୍ୟମନ୍ତ୍ରୀ ଶାନ୍ତା କୁମାରଙ୍କୁ ଭର୍ତ୍ସନା କରାଯାଇଥିଲା ଏବଂ ସେ ଏକ ଶୃଙ୍ଖଳା କମିଟିର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଲା। ସେ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ(ବାଜପେୟୀ) ତାଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତି ତଥା ମିଳିତ ମଞ୍ଚର ଏକତାର ସୁରକ୍ଷା ପାଇଁ ମୋଦି ଇସ୍ତଫା ଦିଅନ୍ତୁ ବୋଲି ଭାବୁଥାଇପାରନ୍ତି, କିନ୍ତୁ ସେ ମୋଦିଙ୍କ ସମର୍ଥନର ଭାବପ୍ରବଣତା ବିରୋଧରେ ଯାଇପାରି ନ ଥିଲେ। ସେ ପ୍ରସଙ୍ଗଟିକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହାକୁ ମଧ୍ୟ ବିରୋଧ କରାଯାଇଥିଲା। ଆଜି ଯେତେବେଳେ ସିଂ ଦୁର୍ବଳ ଏବଂ ଚାପକୁ ପ୍ରତିରୋଧ କରିବାରେ ଅସମର୍ଥ ବୋଲି କୁହାଯାଉଛି ସେତେବେଳେ ‘ନୂଆ ଭାରତ’ ପରିପ୍ରେକ୍ଷୀରେ ଏ ବିଷୟରେ ବିଚାର କରିବାକୁ ହେବ। ଇତିହାସ କିପରି ସିଂଙ୍କୁ ମନେରଖିବ?
ଗାନ୍ଧିଜୀଙ୍କୁ ହତ୍ୟା କରାଯିବାର ୧ ବର୍ଷ ପରେ ଜାନୁଆରୀ ୧୯୪୯ରେ ଜର୍ଜ ଓର୍‌ୱେଲ ‘ରିଫ୍ଲେକସନ୍ସ ଅନ୍‌ ଗାନ୍ଧୀ’ ଶୀର୍ଷକ ଏକ ପ୍ରବନ୍ଧ ଲେଖିଥିଲେ। ଏଥିରେ ଶେଷରେ ସେ ଲେଖିଛନ୍ତି, ଗାନ୍ଧିଜୀଙ୍କ ପ୍ରତି ମୁଁ ଯେଭଳି ନକାରାତ୍ମକ ଅନୁଭବ କରୁଛି, ଯଦି ଆଉ କେହି ସେଭଳି କରିପାରନ୍ତି, କେହି ତାଙ୍କ ସନ୍ଥତ୍ୱ ଉପରେ ପ୍ରଶ୍ନ ଉଠାଇପାରନ୍ତି (ସେ ନିଜେ ଏପରି କୌଣସି ଦାବି କରିନାହାନ୍ତି), କେହି ସନ୍ଥତ୍ୱର ଆଦର୍ଶକୁ ଅସ୍ବୀକାର କରିପାରନ୍ତି ଏବଂ ଏଥିପାଇଁ ଜଣେ ଅନୁଭବ କରିପାରନ୍ତି ଯେ, ଗାନ୍ଧୀଙ୍କ ମୌଳିକ ଉଦ୍ଦେଶ୍ୟ ମାନବ-ବିରୋଧୀ ଏବଂ ପ୍ରତିକ୍ରିୟାଶୀଳ ଥିଲା। କିନ୍ତୁ ତାଙ୍କୁ କେବଳ ଜଣେ ରାଜନେତା ଭାବରେ ଯଦି ଦେଖାଯାଏ ଓ ଆମ ସମୟର ଅନ୍ୟ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ତୁଳନା କରାଯାଏ, ତେବେ ଜଣାପଡ଼ିବ ଯେ, ସେ ଏକ ଶୁଦ୍ଧ ଭାବନା ଛାଡ଼ିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?