Posted inଜାତୀୟ

ଗଣତନ୍ତ୍ରକୁ କଣ୍ଟା

ନୂଆଦିଲ୍ଲୀ, ୪ା୨: ଭାରତ ଭଳି ଭଦ୍ର ଓ ଆମେରିକା ପରି ବିକଶିତ ଦେଶଗୁଡ଼ିକ ସବୁବେଳେ ଆତଙ୍କବାଦକୁ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ଆହ୍ବାନ ବୋଲି କହିଥାନ୍ତି। କିନ୍ତୁ ଲୋକତନ୍ତ୍ର ଲାଗି କଠୋରପନ୍ଥୀଙ୍କ ବନ୍ଧୁକ ଗୁଳି ତୁଳନାରେ ଅଧିକ ଘାତକ ସାବ୍ୟସ୍ତ ହୋଇଛି କ୍ଷମତାର ଅହମିକା ଓ ଶାସକଙ୍କ ଅହଂକାର। କେଉଁଠି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଭୂଲୁଣ୍ଠିତ ତ ଆଉ କେଉଁଠାରେ ବନ୍ଧକ ପଡ଼ିଛି ଜନଗଣଙ୍କ ନିର୍ବାଚିତ ସରକାର। ରୁଷିଆରେ ଆଜୀବନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋର ବିରୋଧୀ ଏଲେକ୍ସି ନଭେଲନିଙ୍କୁ କାରାଗାରରେ ଭରି ଦିଆଯାଇଛି। ମ୍ୟାନ୍‌ମାରରେ ଗଣତନ୍ତ୍ରର ଦେବୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ କ୍ଷମତା ଅପହରଣ କରିଛନ୍ତି ସେନାର ଶକ୍ତିଶାଳୀ ଜେନେରାଲ। ଚାଇନାର ଦମନଲୀଳା ଭୟରେ ହଂକଂ ଗଣତନ୍ତ୍ର ସପକ୍ଷବାଦୀଙ୍କ ବ୍ରିଟେନ ପଳାୟନ ଜାରି ରହିଛି। ପରାଜିତ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ରାଷ୍ଟ୍ରପତି ପଦର ଲୋଭ ଶକ୍ତିଶାଳୀ ଆମେରିକାର ଗଣତାନ୍ତ୍ରିକ ଇତିହାସରେ କ୍ୟାପିଟୋଲ ଦଙ୍ଗା ଭଳି କଳଙ୍କିତ ଅଧ୍ୟାୟ ଯୋଡ଼ିବାକୁ ପ୍ରେରିତ କରିଥିଲା। ସେହି ଟ୍ରମ୍ପ୍‌ଙ୍କୁ ଘୃଣା ବିସ୍ତାରର ମଞ୍ଚ ଯୋଗାଇଥିବା ଦୋଷ ଦେଇ ସାମାଜିକ ଗଣମାଧ୍ୟମ ଉପରେ ଅନ୍ତର୍ଜାତୀୟ ଅଙ୍କୁଶ ଲଗାଇବାକୁ ଓକିଲାତି କରୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ। ଥାଇଲାଣ୍ଡରେ ଗଣତାନ୍ତ୍ରିକ ସଂସ୍କାର ପାଇଁ ଆନ୍ଦେଳାନ ଚଳାଇଥିବା ଲୋକଙ୍କୁ ଆଇନର ଆଇନା ଦେଖାଇ ବାନ୍ଧି ନିଆଯାଉଛି ୬୮ ବର୍ଷରେ ଚତୁର୍ଥ ବିବାହ କରି ଚର୍ଚ୍ଚାକୁ ଆସିଥିବା ବିଳାସୀ ରାଜା ମହା ବଜିରାଲୋଙ୍ଗକୋର୍ନଙ୍କ ନିର୍ଦ୍ଦେଶରେ। ଏସବୁ ଭିତରେ ଭାରତର ଜାତୀୟ ରାଜଧାନୀ ଦିଲ୍ଲୀ ସୀମାରେ ଲୁହା ଖୁଣ୍ଟରୁ ଲୁହା ଖୁଣ୍ଟକୁ ତାରବାଡ଼ର ଜାଲି ବିଛାଇଛି ମୃତ୍ୟୁର ଫାଶ। ୭୫ ଦିନ ଧରି ନିଜ ଅଧିକାର ପାଇଁ ଲଢ଼େଇ କରୁଥିବା ଅନ୍ନଦାତା ଓ ସେମାନଙ୍କ ଭୋଟରେ ନିର୍ବାଚିତ ସରକାର ମଧ୍ୟରେ ବ୍ୟାରିକେଡ୍‌ ନାମରେ ଟଣାଯାଇଛି ଅଘୋଷିତ ନିୟନ୍ତ୍ରଣରେଖା। ପୋଲିସର ଦାବି ବିପରୀତ ରିପୋର୍ଟିଂ କଲେ ଖବରଦାତାଙ୍କୁ ଛନ୍ଦି ଦିଆଯାଉଛି ସଙ୍ଗିନ ମାମଲାରେ। ଗଣତନ୍ତ୍ରକୁ କିଳି ଏକ ନିର୍ଦ୍ଦିଷ୍ଟ ପରିସୀମାରେ କିପରି ଆବଦ୍ଧ କରାଯାଉଛି ଉପରୋକ୍ତ ସଦ୍ୟ ଘଟଣାବଳୀ ତାହା ପ୍ରମାଣିତ କରୁଛି। ସବୁଠି ଗଣତନ୍ତ୍ର ସପକ୍ଷବାଦୀ ଯୋଦ୍ଧା ଲହୁଲୁହାଣ। ତଥାପି ଗଣତନ୍ତ୍ର ମହାନ୍‌।

ଗିରଫଦାରି ସଂଖ୍ୟା ୫,୦୦୦ ଟପିଲା

ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ପୁଟିନଙ୍କ ସମାଲୋଚକ ଏଲେକ୍ସି ନଭେଲନିଙ୍କୁ ମଙ୍ଗଳବାର ସାଢ଼େ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ନଭେଲନିଙ୍କ ବିରୋଧରେ ପୂର୍ବ ଆପରାଧିକ ମାମଲାରେ ଗିରଫଦାରି ପରେ ପାରୋଲର ସର୍ତ୍ତ ଉଲ୍ଲଂଘନ କରିବା ଅଭିଯୋଗ ରହିଛି। ତାଙ୍କ ଦଣ୍ଡାଦେଶ ସହ ରୁଷିଆରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି। ଗତମାସ ନଭେଲନି ବର୍ଲିନରୁ ରୁଷିଆ ଫେରିବା ମାତ୍ରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ତାଙ୍କୁ ବିଷାକ୍ତ ପଦାର୍ଥ ଦିଆଯାଇଥିଲା। ସେ ଜର୍ମାନୀରେ ଚିକିତ୍ସିତ ହେଉଥିଲେ। ଶୁଣାଣି ବେଳେ ରାଷ୍ଟ୍ରପତି ପୁଟିନଙ୍କୁ ‘ବିଷ ଦେଇଥିବା ବ୍ୟକ୍ତି’ କହିଥିଲେ ନଭେଲନି। ତାଙ୍କ ଓକିଲ ଏହି ରାୟକୁ ଉଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି।
ବିଶ୍ୱର ବିଭିନ୍ନ ରାଷ୍ଟ୍ର ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକ ଦଣ୍ଡାଦେଶକୁ ଦୃଢ଼ ନିନ୍ଦା କରିଛନ୍ତି। ବ୍ରିଟେନ ବହିର୍ବ୍ୟାପାର ମନ୍ତ୍ରୀ ଡୋମିନିକ୍‌ ରାବ୍‌ ରାୟକୁ ଅନୁଚିତ ବୋଲି କହିଥିବାବେଳେ ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କନ୍‌ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷେ ପାଶ୍ଚାତ୍ୟ ଦେଶଗୁଡ଼ିକ କୌଣସି ସାର୍ବଭୌମ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଇବା ପରିବର୍ତ୍ତେ ନିଜ ସମସ୍ୟା ଉପରେ ଧ୍ୟାନଦେବା ଉଚିତ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଜାନୁୟାରୀ ୨୩ରୁ ରୁଷିଆରେ ବିରୋଧୀ ଦଳ ନେତା ଏଲେକ୍ସି ନଭେଲନିଙ୍କ ସମର୍ଥକ ତାଙ୍କ ମୁକ୍ତି ଦାବି ଓ ରାଷ୍ଟ୍ରପତି ପୁଟିନଙ୍କ ରାଜକୀୟ ପ୍ରାସାଦ ବିରୋଧରେ ବିକ୍ଷୋଭ କରୁଛନ୍ତି। କୋର୍ଟ ରାୟ ପ୍ରତିବାଦରେ ସେମାନେ ଶୋଭାଯାତ୍ରା କରୁଥିବାବେଳେ ପୋଲିସ ବିକ୍ଷୋଭକାରୀମାନଙ୍କୁ ଗିରଫ କରୁଛି। ଗିରଫ ବିକ୍ଷୋଭକାରୀଙ୍କ ସଂଖ୍ୟା ୫ ହଜାର ଟପିଲାଣି। ମେଟ୍ରୋ ଷ୍ଟେଶନଗୁଡ଼ିକୁ ବନ୍ଦ କରି ସିଟି ସେଣ୍ଟରକୁ ବ୍ଲକ୍‌ କରିଦିଆଯାଇଛି। ରୁଷିଆର ଅନ୍ୟ ଭାଗ ସହିତ ମସ୍କୋର ସଂଯୋଗ ବିଚ୍ଛିନ୍ନ ହୋଇଛି। ଏ ସବୁ ବ୍ୟବସ୍ଥା କେବଳ ଗୋଟିଏ ଉଦ୍ଦେଶ୍ୟରେ କରାଯାଇଛି ଯେମିତି କି ବାହାରୁ କେହି ଆସି ରାଜଧାନୀରେ ବିକ୍ଷୋଭ କରି ନ ପାରିବେ। ଗଣତନ୍ତ୍ରିକ ଅଧିକାର ପାଇଁ ଲଢ଼େଇ କରୁଥିବା ନଭେଲନି ସୁରକ୍ଷା ସଂସ୍ଥାଗୁଡ଼ିକ ବିରୋଧରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଉଥିବା ଅଭିଯୋଗ ଆଣିଛନ୍ତି।

ରୋହିଙ୍ଗ୍ୟାଙ୍କ ଫେରିବା ବାଟ ବନ୍ଦ

୨୦୧୭ରେ ମ୍ୟାନ୍‌ମାରର ରାଖାଇନ୍‌ ରାଜ୍ୟରେ ସେନା ପକ୍ଷରୁ ହୋଇଥିବା ତଥାକଥିତ ଉଗ୍ରବାଦ ମୁକାବିଲା ଅପରେଶନ ବେଳେ ଗaଣହତ୍ୟା, ବଳାତ୍କାର ଓ ଗ୍ରାମବାସୀଙ୍କ ଘରପୋଡ଼ି ବାସ୍ତବରେ ଥିଲା ମାନବାଧିକାର ବିରୋଧୀ ଯୁଦ୍ଧ। ନାଗରିକତ୍ୱ ଓ ଅନ୍ୟ ରାଜନୈତିକ ଅଧିକାର ଦାବି କରୁଥିବା ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନମାନଙ୍କ ଉପରେ ସେତେବେଳେ ସେନାର ବର୍ବରତା ସୀମା ଲଂଘିଥିଲା। ଏଥିଯୋଗୁ ହଜାର ହଜାର ରୋହିଙ୍ଗ୍ୟା ପ୍ରାଣ ହରାଇଥିବାବେଳେ ୭ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବୌଦ୍ଧ ବହୁଳ ମ୍ୟାନ୍‌ମାର ଛାଡ଼ି ଜୀବନ ବଞ୍ଚାଇବା ପାଇଁ ପଡ଼ୋଶୀ ବାଂଲାଦେଶକୁ ପଳାୟନ କରିଥିଲେ। ବାଂଲାଦେଶ ପଡ଼ୋଶୀ ଧର୍ମ ପାଳନ କରିବାକୁ ଯାଇ ସେମାନଙ୍କୁ ବିଭିନ୍ନ ଶରଣାର୍ଥୀ ଶିବିରରେ ଆଶ୍ରୟ ଦେଇଥିଲା। ଇତିମଧ୍ୟରେ ସମୟ ବଦଳିଛି। ହେଲେ ଗଣତନ୍ତ୍ର ସପକ୍ଷବାଦୀ ତଥା ନୋବେଲ ଶାନ୍ତି ବିଜୟିନୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ କ୍ଷମତାକୁ ଆସିବା ପରେ ରୋହିଙ୍ଗ୍ୟାଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏବେ ପୁଣିଥରେ ସେହି ବର୍ବର ସେନା ଶାସନ ଭାର ହାତକୁ ନେଇଛି। ସାମରିକ ବିଦ୍ରୋହ ପରେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି ରୋହିଙ୍ଗ୍ୟା। ଦେଶର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସେନା ନିକଟରେ ଥିବାରୁ ଆମେ ଆଉ ଫେରିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ଶରଣାର୍ଥୀ। ଏହି ସେନା ଆମକୁ ହତ୍ୟା କରିଛି, ଆମ ମା’ଭଉଣୀଙ୍କୁ ବଳାତ୍କାର କରି ଗାଁରେ ନିଆଁ ଲଗାଇଛି। ସେମାନଙ୍କ ଅଧୀନରେ ଆମେ ସୁରକ୍ଷିତ ରହିବା ଅସମ୍ଭବ ବୋଲି ପ୍ରକାଶ କରିଛନ୍ତି ବାଂଲାଦେଶ ସୀମା କୋକ୍ସ ବାଜାର ଜିଲାର ଶିବିରରେ ରହୁଥବା ରୋହିଙ୍ଗ୍ୟା ୟୁଥ୍‌ ଆସୋସିଏଶନ୍‌ ମୁଖ୍ୟ ଖିନ୍‌ ମଉଙ୍ଗ୍‌। ଏକ ଫେସ୍‌ବୁକ୍‌ ପୋଷ୍ଟରେ ସେନାମୁଖ୍ୟ ମିନ୍‌ ଅଙ୍ଗ୍‌ ହଲାଇଙ୍ଗ୍‌ କହିଛନ୍ତି, ନିର୍ବାଚନ ବେଳେ ହୋଇଥିବା ଜାଲିଆତି ଅଭିଯୋଗ ଶୁଣିବାକୁ ସ୍ୟୁ ଚୀଙ୍କ ସରକାର ପ୍ରସ୍ତୁତ ନ ଥିଲେ। ତେଣୁ ତାଙ୍କୁ ବରଖାସ୍ତ କରିବା ଛଡ଼ା ଆଉ କିଛି ବାଟ ନ ଥିଲା। ସୋମବାରଠାରୁ ଗିରଫ ହୋଇଥିବା ସ୍ୟୁ ଚୀ ଆସନ୍ତା ୧୫ ପର୍ଯ୍ୟନ୍ତ ମୁକୁଳିପାରିବେ ନାହିଁ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri