Categories: ଖେଳ

ମହିଳା ୧୦୦ମିଟର ରେକର୍ଡ ଭାଙ୍ଗିଲେ ଥମ୍ପସନ ହେରାଥ୍‌

ଟୋକିଓ, ୧ା୮ (ଏପି)-ଜାମାଇକାର ଇଲେନ୍‌ ଥମ୍ପସନ ହେରାଥ୍‌ ଅଲିମ୍ପିକ୍ସ ମହିଳା ୧୦୦ ମିଟର ଦୌଡ଼ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଦୂରତାକୁ ୧୦.୬୧ ସେକେଣ୍ଡରେ ଅତିକ୍ରମ କରିଥିଲେ। ଏହାଦ୍ୱାରା ସେ ମହିଳା ୧୦୦ ମିଟରରେ ଫ୍ଲୋରେନ୍ସ ଗ୍ରିଫିଥ୍‌ଙ୍କ ୩୩ ବର୍ଷର ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଗ୍ରିଫିଥ୍‌ ଜୋଏନର ୧୯୮୮ ସିଓଲ ଅଲିମ୍ପିକ୍ସରେ ୧୦.୬୨ସେକେଣ୍ଡ ଟାଇମିଂ ସହ ରେକର୍ଡ ପ୍ରତିଷ୍ଠା କରିଥିଲେ। ଥମ୍ପସନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶେଲି ଆନ୍‌ ଫ୍ରେଜର-ପ୍ରାଇସ୍‌ଙ୍କୁ .୧୩ ସେକେଣ୍ଡରେ ପଛରେ ପକାଇ ଦେଇଥିଲେ। ଶେରିକା ଜ୍ୟାକସନ ୧୦.୭୬ ସେକେଣ୍ଡ ଟାଇମିଂରେ ବ୍ରୋଞ୍ଜ ଜିତିଥିଲେ। ଆଗକୁ ୨୦୦ ମିଟରରେ ଫ୍ରେଜର ପ୍ରାଇସ୍‌ ଓ ଥମ୍ପସନ ହେରାଥ୍‌ଙ୍କ ମଧ୍ୟରେ ପୁଣି ମୁକାବିଲା ହେବ। ଥମ୍ପସନ ହେଉଛନ୍ତି ଏହି ଇଭେଣ୍ଟର ଗତଥରର ଚାମ୍ପିୟନ।

Share