Posted inଫୁରସତ

ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…

ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ ଭାଇରାଲ ହେଉଛି। ଯାହା ଆପଣ କେବେ କଳ୍ପନା କରି ନ ଥିବେ। ଲୋକଙ୍କ ପାଖରେ ଅର୍ଥ ହୋଇଗଲେ ସେମାନେ ଅନ୍ୟ ଉପାୟରେ ଖର୍ଚ୍ଚ କରନ୍ତି। ମାତ୍ର ଜଣେ ଯୁବକ ଅନ୍ୟ ଦେଶରେ ଗାଧୋଇବା ପାଇଁ ବିମାନ ବୁକ୍‌ କରି ଯିବା ଖବର ଆଶ୍ଚର୍ଯ୍ୟଜନକ ହେଲେ ବି ସତ।

ଏକ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର ଷ୍ଟାର୍ଫ୍‌ଡଶାୟାରରେ ରହୁଥିବା ରବ୍‌ ଆଡକକ୍‌ ନାମକ ଜଣେ ଯୁବକ ଏପରି କଥା କହିଛନ୍ତି। ସେ କହିଛନ୍ତି, ସ୍ପା ପାଇଁ ସେ ନିଜ ଦେଶ ବଦଳରେ ଆଫ୍ରିକୀୟ ଦେଶ ମୋରୋକୋ ଯାଇଛନ୍ତି। କାରଣ ଏହା ଏକ ଶସ୍ତା ଡିଲ୍‌ ବୋଲି ସେ କହିଛନ୍ତି। ଇଂଲଣ୍ଡରେ ସ୍ପା ଦିନର ମୂଲ୍ୟ ୨୪୦୦୦ ଟଙ୍କା। ରବ୍‌ କହିଛନ୍ତି, ସେ କେବଳ ଶସ୍ତା ଦରରେ ସ୍ପା କରି ନାହାନ୍ତି ବରଂ ଏକ ରାତି ରହି ବୁଲାବୁଲି କରିଥିଲେ।

ରବ୍‌ଙ୍କ ଅନୁଯାୟୀ, ସେ ଯାଉଥିବା ବିମାନକୁ ୪୧୧୬ଟଙ୍କା ଏବଂ ରିଟର୍ନ ଫ୍ଲାଇଟ୍‌ ୩୨୨୮ ଟଙ୍କା ଦେଇଥିଲେ। ଗୋଟିଏ ରାତି ରହିବାକୁ ତାଙ୍କୁ ୯,୫୭୬ ଟଙ୍କା ଦେବାକୁ ପଡ଼ିଲା। ବସ୍‌ ଭଡ଼ା ବାବଦରେ ୩୨୨ ଟଙ୍କା ଦେଇଥିଲେ। ମୋଟ୍‌ ଉପରେ, ଇଂଲଣ୍ଡରେ ଏହା ଏକ ଦିନର ସ୍ପାଠାରୁ କମ ଥିଲା ଏବଂ ଯଦି ଆମେ କେବଳ ସ୍ପାକୁ ହିସାବ କରିବା ତେବେ ଏହା ବହୁତ ଶସ୍ତା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ଛାତ୍ରୀଙ୍କୁ ପକେଟ ମନି ଦେବେ ସରକାର! ମିଳିବ ୨,୦୦୦ ଟଙ୍କା, ଜାଣନ୍ତୁ କିଏ ପାଇବେ ଲାଭ

ମୁମ୍ବାଇ , ୨୦।୮: ମହାରାଷ୍ଟ୍ରରେ ଉଚ୍ଚଶିକ୍ଷା ହାସଲ କରୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା…

ମଣ୍ଡପରେ ବରଙ୍କ ମୁହଁ ଦେଖି ଚମକିଗଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର

ଚଣ୍ଡିଗଡ଼,୨୦ା୮: ପଞ୍ଜାବର ଫିରୋଜପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ସମୟରେ ବରକୁ ଦେଖିବା ପରେ କନ୍ୟା ସ୍ପଷ୍ଟ ଭାବେ ବିବାହ କରିବାକୁ ମନା…

‘ତୁମ ବାପା ମଧ୍ୟ ଅଟକାଇ ପାରିବେ ନାହିଁ…’ – ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଖୋଲା ଚ୍ୟାଲେଞ୍ଜ କଲେ ମନ୍ତ୍ରୀଙ୍କ ଝିଅ? ଉଠିଲାଣି ଝଡ଼

ହାଇଦ୍ରାବାଦ,୨୦।୮: ତେଲଙ୍ଗାନା କଂଗ୍ରେସ ଭିତରେ ଚାଲିଥିବା ବିଦ୍ରୋହ ଏବେ ଖୋଲା ଖୋଲି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଝିଅ ସାର୍ବଜନୀନ ଭାବରେ…

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri