ବିଶ୍ୱାସ ମୂଳେ ଏ ଜଗତ

ଆଜିର ସମୟରେ, ବିଶ୍ୱାସ କରିହେଉନାହିଁ କାହାକୁ। ବିଶ୍ୱାସ ବନ୍ଧାପଡୁଛି, ସ୍ବାର୍ଥ ପାଖରେ। ପ୍ରେମରେ, ଭକ୍ତିରେ, ସମ୍ପର୍କରେ, ବୃତ୍ତିରେ, ପ୍ରବୃତ୍ତିରେ, ପରିବାରରେ, ସମାଜରେ ପରସ୍ପର ପ୍ରତି ରହୁନାହିଁ ବିଶ୍ୱାସ। ଆଶଙ୍କା ଭିତରେ ଗତିକରିବାକୁ ପଡୁଛି; କିଏ ଜାଣେ କେତେବେଳେ ବିଶ୍ୱାସରେ ମିଶିଯିବ ବିଷ ! ଜୀବନର ଅନେକ କ୍ଷେତ୍ରରେ ଆମେ ବେଶ୍‌ ଭଲଭାବେ ପରଖି ପାରୁଛୁ ଯେ, ବିଶ୍ୱସ୍ତ ବୋଲାଉଥିବା ବନ୍ଧୁ ପରବର୍ତ୍ତୀ ସମୟରେ ବିଶ୍ୱାସଘାତକ ହେଉଛନ୍ତି। ସମ୍ପର୍କରେ ସନ୍ଦେହର ସୂତ୍ରପାତ ହେଉଛି ! ଆମଭିତରୁ କେହି କ’ଣ ଦମ୍ଭର ସହ ଛାତିରେ ହାତ ବାଡ଼େଇ କହିପାରିବେ, ଆଜିର ଦିନରେ ବେଶ୍‌ ସୁରକ୍ଷିତ ବିଶ୍ୱାସର ବଳୟ !
ଦୀର୍ଘବର୍ଷର ବନ୍ଧୁତା ଭିତରେ ଜଣେ ବନ୍ଧୁ ଆଉଜଣେ ବନ୍ଧୁଙ୍କୁ ବିଶ୍ୱାସ କରିପାରୁ ନ ଥିବାବେଳେ କେହି ତୃତୀୟପକ୍ଷର ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ହେତୁ ସମ୍ପର୍କରେ ସଙ୍କଟ ଉପୁଜିବା, ବନ୍ଧୁତାରେ ଫାଟ ସୃଷ୍ଟିହେବାର ନଜିର ଅନେକ ମିଳିବ ଆଜିର ସମୟରେ। ଭୁଲ୍‌ ବୁଝାମଣାରୁ ବନ୍ଧୁ ବନ୍ଧୁଙ୍କୁୁ ହୃଦୟହୀନ କହିପାରନ୍ତି, କର୍ତ୍ତୃପକ୍ଷ କର୍ମଚାରୀ ଉପରେ ତୋଡ ଦେଖେଇ ନିଜର କର୍ତ୍ତୃତ୍ୱ ଜାହିର କରିପାରନ୍ତି, ନେତା ଜନତାଙ୍କୁ ଆଗାମୀ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିପାରନ୍ତି ଏବଂ ସର୍ବୋପରି ପଡ଼ୋଶୀ ପଡ଼ୋଶୀଙ୍କ ପ୍ରତି ପ୍ରତିହିଂସାପରାୟଣ ହୋଇପାରନ୍ତି ! ତେବେ କଥା ଏତିକିରେ ସରୁନାହିଁ। ଏବେ ପରିସ୍ଥିତି ଏତେମାତ୍ରାରେ ଜଟିଳ ହୋଇଯାଇଛି ଯେ, ଭୁଲ୍‌ ବୁଝାମଣାଜନିତ ହିଂସା, ଅପରାଧ, ଅସହିଷ୍ଣୁତା ନିକଟରେ ବିଶ୍ୱାସ ବନ୍ଦୀ ହେବାକୁ ବାଧ୍ୟ ଯେମିତି। ଏହା ସତ୍ୟ ଯେ, ନିଜକୁ ବିଶ୍ୱାସୀ ବୋଲାଉଥିବା ବନ୍ଧୁମାନେ ପରବର୍ତ୍ତୀ ସମୟରେ ବିଶ୍ୱାସଘାତକ ସାଜୁଛନ୍ତି। ତେଣୁ ଏବେ ନିଜର କି ଆପଣାର ଲୋକ ବୋଲି କାହାକୁ ଭରସି ହେଉନାହିଁ। କାରଣ ଆପଣାର ଲୋକ ବିପଦ ଆପଦରେ ସାହାଯ୍ୟ କରିବେ କ’ଣ ଓଲଟି ମହରଗରୁ ନେଇ କାନ୍ତାରରେ ପକେଇ ଦେଉଛନ୍ତି। ଏଭଳି ଦୁଃସମୟ ଆସି ପହଞ୍ଚିଛି ଯେ, ଅନ୍ୟ କାହା କଥା କହିବା ଯେ ? ଖୋଦ ନିଜର ରକ୍ତ ପରା ନିଜକୁ ଜାଣୁନାହିଁ, ଚିହ୍ନୁନାହିଁ କି ବୁଝୁନାହିଁ। ଅଣ୍ଟି ଛୁରି ତଣ୍ଟି କାଟୁଛି; ଏ ଅବ୍ୟକ୍ତକୁ ବ୍ୟକ୍ତକରିବା ହୁଏତ ମହାବିପଦ ନିଜ ପ୍ରତି !
ଏକ କବିତା ପାଠୋତ୍ସବରେ ଜନୈକ ଆଶୁ କବି ତାଙ୍କର ପଠିତ କବିତାରେ କୃତଜ୍ଞ ଓ କୃତଘ୍ନ ବ୍ୟକ୍ତିମାନଙ୍କର ସଂଜ୍ଞା, ସ୍ବରୂପ ନିରୂପଣ କରୁଥିଲେ। କୃତଜ୍ଞ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଉପକାର ସ୍ବୀକାରକ। ଅର୍ଥାତ୍‌ ଉପକାର ମନେରଖି ଉପକାରୀ ନିକଟରେ ଯେ ନିଜକୁ ଋଣୀ ବୋଲି ମନେକରେ। ଅପରପକ୍ଷେ କୃତଘ୍ନ ବ୍ୟକ୍ତି କୃତଜ୍ଞ ବ୍ୟକ୍ତିର ଠିକ୍‌ ବିପରୀତ। ଏଠାରେ ଅବଶ୍ୟ ପ୍ରକାଶ କରିବାରେ ଆଦୌ ଅସୁବିଧା ନାହିଁ ଯେ, ଜନୈକ ଆଶୁ କବି ନିକଟ ଅତୀତରେ ଏକ ସାଙ୍ଗଠନିକ ନିର୍ବାଚନରେ ହାରିଯାଇଥିବାରୁ ଏବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲୋକଚରିତ୍ରକୁ ବେଶ୍‌ ଭଲଭାବେ ବୁଝୁଛନ୍ତି, ହିସାବ କରି ମଧ୍ୟ ଦେଖୁଛନ୍ତି; ଗତ ସାଙ୍ଗଠନିକ ନିର୍ବାଚନରେ କିଏ ତାଙ୍କୁ ସହଯୋଗ,ସମର୍ଥନ କରିଛନ୍ତି କିଏ କଥା ଦେଇ କଥା ରଖିନାହାନ୍ତି ! ତେଣୁ ଲୋକମାନଙ୍କର ଚରିତ୍ର ଓ ସଭାରେ ବୀତସ୍ପୃହ ହୋଇ ସେ ଏଭଳି କବିତା ଲେଖିବା ସ୍ବାଭାବିକ ବୋଲି ସାଧାରଣରେ ରୀତିମତ ଚର୍ଚ୍ଚା ହେଉଛି। ତେବେ ତାଙ୍କ କବିତାରୁ ଗୋଟିଏ ବାର୍ତ୍ତା ସ୍ପଷ୍ଟ ଯେ, ଏବେ ସମାଜରେ କୃତଜ୍ଞଙ୍କ ସଂଖ୍ୟା କ୍ରମଶଃ କମି ଆସୁଥିବା ବେଳେ କୃତଘ୍ନଙ୍କ ସଂଖ୍ୟା ବଢ଼ିଚାଲିଛି !
କେହି କେହି ଆପଣଙ୍କ ପାଖକୁ ଆସି ଆପଣଙ୍କୁ ଉସ୍କେଇ ଓ ଫୁସୁଲେଇ କହିବେ, ”ଆଜ୍ଞା, ଆପଣ ଠିକ୍‌ ଅଛନ୍ତି ଆପଣଙ୍କ ଜାଗାରେ ! ଜମାରୁ ବ୍ୟସ୍ତ ନ ହୋଇ ଆଗକୁ ଆଗେଇଚାଲନ୍ତୁ, ଆପଣଙ୍କ ବାଟରେ। ଆମେ ପା’ ଅଛୁ, ଆପଣଙ୍କ ସାଥିରେି। ଆମେ ଏକଜୁଟ ହୋଇ ଲଢ଼ିବା ଦୁର୍ନୀତି, ଭ୍ରଷ୍ଟାଚାର, ଛଳନା, ପ୍ରତାରଣା, ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ।“
ସେଇଠୁ ଆପଣ ସେମାନଙ୍କ କଥାରେ ଭଳିଯାଇ ସେମାନଙ୍କୁ ବିଶ୍ୱାସ କରି ଭାବିବେ‘ଯାହାହେଉ, ସତ୍ୟର ପୂଜାରୀ, ବିଶ୍ୱାସୀ, ନିର୍ଭୀକ ଓ ସଚ୍ଚାମଣିଷ ଏବେ ବି ଅଛନ୍ତି ଆମ ସମାଜରେ !’ ହେଲେ ଆଜ୍ଞା,ଏସବୁ ଭାବନା, ଧାରଣା ସଫେଦ ପ୍ରହେଳିକା। ଠିକଣାବେଳରେ କେହି ଜଣେ ବି ପାଖରେ ନ ଥିବେ। ଆପଣ ବିଚରା ଏକା ଧରାପଡ଼ିଯିବେ ଯାହାି। ବଡ଼ ବିଚିତ୍ର ଆଜ୍ଞା ଆମ ଲୋକଚରିତ୍ର। ବିଶ୍ୱସ୍ତ ବୋଲାଇ ଆପଣଙ୍କୁ ଭାଲୁ ଲାଙ୍ଗୁଡ଼ ଧରେଇଦେବେ, ଗଛକୁ ଚଢ଼େଇ ଦେଇ ଗଛ ମୂଳ ହାଣିଦେବେ। ସାମ୍ନାରେ ପ୍ରଶଂସା କରି ପଛରେ ଅପଦସ୍ଥ, ବଦନାମ କରିବାର ମସୁଧା କରୁଥିବେ। ସବୁ ଚାଲିଥିବ, ସ୍ବାଭାବିକ ଢଙ୍ଗରେ, କିନ୍ତୁ କେତେବେଳେ ଯେ ଜଣେ ବିଶ୍ୱାସଘାତକତାର ଶିକାର ହୋଇଯିବେ ଅତି ଆକସ୍ମିକ ଭାବରେ; ଆଗତୁରା ଜାଣିବା ଆଦୌ ସମ୍ଭବପର ନୁହେଁ, ସେ ସମ୍ପର୍କରେ। କାରଣ ବିଶ୍ୱାସଘାତକମାନେ ଆମରି ଲୋକ। ଆମରି ପାଖେପାଖେ ଥାଆନ୍ତି, ମଧୁର ବିନୟ ବଚନ କହି ମନ ତୋଷନ୍ତି। କିନ୍ତୁ ହଠାତ୍‌ ବଦଳିଯାଆନ୍ତି, ପଟ୍ଟ ପରିବର୍ତ୍ତନ କରିଦିଅନ୍ତିି। ଦୀର୍ଘଦିନର ସମ୍ପର୍କକୁ ଉପେକ୍ଷା କରି ତତ୍କାଳ ଭେଳିକିରେ ଭଳିଯାଆନ୍ତି।
ବିଶ୍ୱାସର ବଳୟ ସଦାବେଳେ ଆଘାତପ୍ରବଣ। ପୁରାଣ ହେଉ କି ଇତିହାସ, ବେଦ ହେଉ କି ଉପନିଷଦ; ଏହା ହିଁ ନିରାଟ ସତ୍ୟ ଓ ସର୍ବଜନବିଦିତ; ଏ ସବୁଥିରେ ବିଶ୍ୱାସଘାତକତାର ପ୍ରମାଣ ବହୁତ ! ନାୟକମାନେ ବିଶ୍ୱାସଘାତକତାର ବଶବର୍ତ୍ତୀ ହୋଇ ପରାଜୟ ବରଣ କରିଛନ୍ତି, କେଉଁଠି କେଉଁଠି ମଧ୍ୟ ମୃତ୍ୟୁ ଲଭିଛନ୍ତି। ଖଳନାୟକମାନେ କ୍ଷମତାଧାରୀ ହୋଇ ସାମ୍ରାଜ୍ୟ, ସଭ୍ୟତା, ସଂସ୍କୃତି, ସାହିତ୍ୟ, ରାଜନୀତି, ସାମାଜିକ ବ୍ୟବସ୍ଥା ଇତ୍ୟାଦିରେ ମୋଡ଼ ବଦଳେଇ ଭାଗ୍ୟବିଧାତା ସାଜିଛନ୍ତି। ଏବେକାର ସମୟରେ ମଧ୍ୟ ଆମେ ପ୍ରାୟ ସଭିଏ ସେମନ୍ତ ଭେଳିକି ଓ ହାୱାରେ ମାତିଛନ୍ତି।
ବୀମାବିହାର, ମର୍କତନଗର, କଟକ ମୋ:୯୪୩୭୦୯୦୯୮୫

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?