Posted inଖେଳ

୬୫ ବର୍ଷ ପରେ କ୍ରିକେଟ୍‌ରେ ଘଟିବ ଏମିତି

ସିଡନୀ,୧୯।୧୧: ଟିମ ପେନ୍‌ ଅଧିନାୟକତ୍ୱ ଛାଡିବା ପରେ ଅଷ୍ଟ୍ରେଲିଆ କ୍ରିକେଟରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆଶେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ ନୂଆ ଅଧିନାୟକ ଦାୟିତ୍ୱ ନେବେ। ନୂତନ ଅଧିନାୟକଙ୍କ ପାଇଁ ଦୌଡ଼ରେ ପ୍ୟାଟ କମିନ୍ସଙ୍କ ନାମ ଆଗରେ ରହିଛି, ଯିଏକି ଦଳର ଉପଅଧିନାୟକ ଅଟନ୍ତି। ଯଦି ପ୍ୟାଟ କମିନ୍ସଙ୍କୁ ଅଧିନାୟକ କରାଯାଏ, ତେବେ ୬୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ଜଣେ ବୋଲର ଅଷ୍ଟ୍ରେଲୀୟ ଟେଷ୍ଟ ଦଳର ଅଧିନାୟକ ହେବେ। ଆସନ୍ତା ମାସରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜ ଅନୁଷ୍ଠିତ ହେବ। ଏହି ସିରିଜ ପାଇଁ ଟିମ ପେନ୍‌ ଆୟୋଜକ ଅଷ୍ଟ୍ରେଲିଆର ଅଧିନାୟକ ହୋଇଥିଲେ । କିନ୍ତୁ ଝିଅଙ୍କୁ ଅଶ୍ଲhୀଳଫଟୋ ଏବଂ ମେସେଜ୍‌ କରିବା ଅଭିଯୋଗରେ ତାଙ୍କୁ ଅଦତ୍ନାୟକ ପଦରୁ ହଟାଯାଇଛି।
ଅଷ୍ଟ୍ରେଲିଆର କିଛି ଖେଳାଳିଙ୍କ ମଧ୍ୟରୁ ପ୍ୟାଟ କମିନ୍ସ ଅନ୍ୟତମ, ଯିଏ ସମସ୍ତ ତିନୋଟି ଫର୍ମାଟରେ ଖେଳନ୍ତି। ସେ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟ, ୬୯ଟି ଦିନିକିଆ ଏବଂ ୩୭ ଟି -୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟେଷ୍ଟ ର଼୍ୟାଙ୍କିଙ୍ଗରେ କମିନ୍ସ ମଧ୍ୟ ଏକ ନମ୍ବରରେ ଅଛନ୍ତି। ଟିମ ପେ୍‌ ଅଷ୍ଟ୍ରେଲିଆର ୪୬ ତମ ଟେଷ୍ଟ ଅଧିନାୟକ ଥିଲେ। ଯଦି ସୁଯୋଗ ଦିଆଯାଏ, ପ୍ୟାଟ କମିନ୍ସ ଅଷ୍ଟ୍ରେଲିଆର ୪୭ ତମ ଟେଷ୍ଟ ଅଧିନାୟକ ହେବେ।
୧୯୫୬ ମସିହାରେ, ରେ ଲିଣ୍ଡୱାଲ ଭାରତ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଅଧିନାୟକତ୍ୱ କରିଥିଲେ। ଲିଣ୍ଡୱାଲ ଜଣେ ଦ୍ରୁତ ବୋଲର ଥିଲେ। ୬୧ ଟି ଟେଷ୍ଟ ମ୍ୟାଚରେ ସେ ୨୨୮ ଉଇକେଟ ନେଇଛନ୍ତି। ଏକ ଟେଷ୍ଟ ମ୍ୟାଚରେ ଅଧିନାୟକ ଅଷ୍ଟ୍ରେଲିଆର ଶେଷ ଦ୍ରୁତ ବୋଲର ଲିଣ୍ଡୱାଲ ଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ କୌଣସି ବୋଲରଙ୍କୁ ଏହି ସୁଯୋଗ ମିଳିନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri