Posted inଖେଳ

୬୫ ବର୍ଷ ପରେ କ୍ରିକେଟ୍‌ରେ ଘଟିବ ଏମିତି

ସିଡନୀ,୧୯।୧୧: ଟିମ ପେନ୍‌ ଅଧିନାୟକତ୍ୱ ଛାଡିବା ପରେ ଅଷ୍ଟ୍ରେଲିଆ କ୍ରିକେଟରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆଶେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ ନୂଆ ଅଧିନାୟକ ଦାୟିତ୍ୱ ନେବେ। ନୂତନ ଅଧିନାୟକଙ୍କ ପାଇଁ ଦୌଡ଼ରେ ପ୍ୟାଟ କମିନ୍ସଙ୍କ ନାମ ଆଗରେ ରହିଛି, ଯିଏକି ଦଳର ଉପଅଧିନାୟକ ଅଟନ୍ତି। ଯଦି ପ୍ୟାଟ କମିନ୍ସଙ୍କୁ ଅଧିନାୟକ କରାଯାଏ, ତେବେ ୬୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ଜଣେ ବୋଲର ଅଷ୍ଟ୍ରେଲୀୟ ଟେଷ୍ଟ ଦଳର ଅଧିନାୟକ ହେବେ। ଆସନ୍ତା ମାସରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜ ଅନୁଷ୍ଠିତ ହେବ। ଏହି ସିରିଜ ପାଇଁ ଟିମ ପେନ୍‌ ଆୟୋଜକ ଅଷ୍ଟ୍ରେଲିଆର ଅଧିନାୟକ ହୋଇଥିଲେ । କିନ୍ତୁ ଝିଅଙ୍କୁ ଅଶ୍ଲhୀଳଫଟୋ ଏବଂ ମେସେଜ୍‌ କରିବା ଅଭିଯୋଗରେ ତାଙ୍କୁ ଅଦତ୍ନାୟକ ପଦରୁ ହଟାଯାଇଛି।
ଅଷ୍ଟ୍ରେଲିଆର କିଛି ଖେଳାଳିଙ୍କ ମଧ୍ୟରୁ ପ୍ୟାଟ କମିନ୍ସ ଅନ୍ୟତମ, ଯିଏ ସମସ୍ତ ତିନୋଟି ଫର୍ମାଟରେ ଖେଳନ୍ତି। ସେ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟ, ୬୯ଟି ଦିନିକିଆ ଏବଂ ୩୭ ଟି -୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟେଷ୍ଟ ର଼୍ୟାଙ୍କିଙ୍ଗରେ କମିନ୍ସ ମଧ୍ୟ ଏକ ନମ୍ବରରେ ଅଛନ୍ତି। ଟିମ ପେ୍‌ ଅଷ୍ଟ୍ରେଲିଆର ୪୬ ତମ ଟେଷ୍ଟ ଅଧିନାୟକ ଥିଲେ। ଯଦି ସୁଯୋଗ ଦିଆଯାଏ, ପ୍ୟାଟ କମିନ୍ସ ଅଷ୍ଟ୍ରେଲିଆର ୪୭ ତମ ଟେଷ୍ଟ ଅଧିନାୟକ ହେବେ।
୧୯୫୬ ମସିହାରେ, ରେ ଲିଣ୍ଡୱାଲ ଭାରତ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଅଧିନାୟକତ୍ୱ କରିଥିଲେ। ଲିଣ୍ଡୱାଲ ଜଣେ ଦ୍ରୁତ ବୋଲର ଥିଲେ। ୬୧ ଟି ଟେଷ୍ଟ ମ୍ୟାଚରେ ସେ ୨୨୮ ଉଇକେଟ ନେଇଛନ୍ତି। ଏକ ଟେଷ୍ଟ ମ୍ୟାଚରେ ଅଧିନାୟକ ଅଷ୍ଟ୍ରେଲିଆର ଶେଷ ଦ୍ରୁତ ବୋଲର ଲିଣ୍ଡୱାଲ ଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ କୌଣସି ବୋଲରଙ୍କୁ ଏହି ସୁଯୋଗ ମିଳିନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri