Posted inଖେଳ

ଏଥର ମାଗଣାରେ ଦେଖିପାରିବେ IPL ମ୍ୟାଚ୍‌: ଜିଓ ଆଣିଲା ଧମାକାଦାର୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୮।୩:: ମୁକେଶ ଅମ୍ବାନୀ ପରିବାରର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବଜାରରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଚମତ୍କାର ଅଫର ଆଣିଛି। ଜିଓ ସିମ ୟୁଜର୍ସମାନେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ରିଚାର୍ଜ କଲେ ପୂରା ଆଇପିଏଲ ୨୦୨୫ ସିଜିନ ମାଗଣାରେ ଦେଖିପାରିବେ। ଜିଓ ୯୦ ଦିନର ମାଗଣା ସବ୍‌ସ୍କ୍ରିପସନ ଲଞ୍ଚ କରିଛି।

ସୂଚନାଯୋଗ୍ୟ, ଆଇପିଏଲର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ମେ ୨୫ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ନାମେଣ୍ଟର ମୋଟ ୭୪ଟି ମ୍ୟାଚ ୧୩ଟି ସହରରେ ଖେଳାଯିବାକୁ ଥିବା ବେଳେ ଉଦଘାଟନୀ ଉତ୍ସବ କୋଲକାତାରେ ଅନୁଷ୍ଠିତ ହେବ। ଜିଓ ୨ଟି ପ୍ଲାନ ଜାରି କରିଛି । ବର୍ତ୍ତମାନଠାରୁ ମାର୍ଚ୍ଚ ୩୧ ମଧ୍ୟରେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ରିଚାର୍ଜ କରୁଥିବା ବର୍ତ୍ତମାନର ୟୁଜର୍ସମାନେ ଏହି ଅଫରର ଲାଭ ଉଠାଇପାରିବେ । ଏହାବ୍ୟତୀତ ଯେଉଁମାନେ ନୂଆ ଜିଓ ସିମ ପାଇବେ ଏବଂ ମାର୍ଚ୍ଚ ୩୧ ସୁଦ୍ଧା ଅତି କମ୍‌ରେ ୨୯୯ ଟଙ୍କାରେ ରିଚାର୍ଜ କରିବେ ସେମାନଙ୍କୁ ମଧ୍ୟ ୯୦ ଦିନର ମାଗଣା ସବ୍‌ସ୍କ୍ରିପସନ ମିଳିବ।

କମ୍ପାନୀ ତରଫରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି, ଜିଓ ୟୁଜର୍ସଙ୍କୁ ‘ଜିଓ ହଟଷ୍ଟାର’ର ୯୦ ଦିନର ମାଗଣା ସବ୍‌ସ୍କ୍ରିପସନ ମିଳିବ। ଆପଣ ଟିଭିରେ କିମ୍ବା ମୋବାଇଲରେ ମ୍ୟାଚ ଦେଖୁଛନ୍ତି, ତେବେ ଏହାର ଭିଡିଓ କ୍ୱାଲିଟି ୪କେ ବୋଲି ଦାବି କରାଯାଉଛି। କମ୍ପାନୀ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଏହି ଅଫର କେବଳ ମାର୍ଚ୍ଚ ୧୭ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସୂଚନାଯୋଗ୍ୟ, ମୁକେଶ ଅମ୍ବାନୀଙ୍କ କମ୍ପାନୀ ଜିଓ ଫାଇବର/ଏୟାର ଫାଇବର ପାଇଁ ୫୦ ଦିନର ମାଗଣା ସଂଯୋଗ ଘୋଷଣା କରିଛି ।

ଯେଉଁମାନେ ନୂଆ ପ୍ଲାନ କିଣିବେ ସେମାନେ ମାର୍ଚ୍ଚ ୨୨ରୁ ଏହାକୁ ସକ୍ରିୟ କରିବେ, ସେହିଦିନ ଆଇପିଏଲ ୨୦୨୫ ସିଜିନ କେକେଆର୍‌ ବନାମ ଆରସିବି ମ୍ୟାଚ ସହିତ ଆରମ୍ଭ ହେବ। ଯେହେତୁ ଆଇପିଏଲ ସିଜିନ୍‌ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଚାଲିବ, ତେଣୁ ସିଜିନ୍‌ ଶେଷ ହେବାର ଏକ ମାସ ପରେ ମଧ୍ୟ ଗ୍ରାହକମାନେ ମାଗଣା ସବ୍‌ସ୍କ୍ରିପସନ ପ୍ଲାନ ଉପଭୋଗ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri