ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

ପାରାଦୀପ,୧୬।୯(ଶରତ ରାଉତ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଜେଡି ମଧ୍ୟରେ ଚାଲିଥିବା ଶୀତଳ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବର୍ତ୍ତମାନ ପାରାଦୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଶନିବାର ଓ ରବିବାର ବସନ୍ତ-ସମ୍ବିତଙ୍କ ସମର୍ଥକ ପାରାଦୀପ ଆଦର୍ଶ ଥାନାରେ ପରସ୍ପର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପାରାଦୀପ ବିଜେଡିରେ ରାଜନୀତି ସରଗରମ ହୋଇଛି। ଶନିବାର ରାତିରେ ବସନ୍ତଙ୍କ ସମର୍ଥକ ତଥା ଜିଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ବେହେରା ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସମ୍ବିତଙ୍କ ସମର୍ଥକ ପାରାଦୀପ ନଗର ବିଜେଡି କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ପୂର୍ବତନ ବିଧାୟକ ପ୍ରତିନିଧି ରଶ୍ମିରଞ୍ଜନ ପରିଡ଼ା, ମାନସ ବିଶ୍ୱାଳ, ସୁଶୀଲ ମହାପାତ୍ର ୧୩ ତାରିଖ ସାରେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେମାନେ ଲୋକପ୍ରିୟ ନେତା ବସନ୍ତଙ୍କ ବିରୋଧରେ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ତାଙ୍କୁ ଦଳରୁ ବହିଷ୍କାର କରା ନ ଗଲେ ମାରି ବିଦା କରିବୁ ବୋଲି କହିଥିଲେ। ଜଣେ ନେତାଙ୍କୁ ଗଣମାଧ୍ୟମ ଆଗରେ ମାରିବା ଭଳି ଧମକ ଦେବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ଘଟଣା ପରେ ରବିବାର ସମ୍ବିତଙ୍କ ସମର୍ଥକ ମାନସ ବିଶ୍ୱାଳ ଥାନାରେ ଅଭିଯୋଗରେ ଦର୍ଶାଇଛନ୍ତି, ଗତ ୧୧ ତାରିଖ ସାଙ୍ଗଠନିକ ସଭାରେ ବସନ୍ତ ଓ ଅନ୍ୟ କେତେଜଣ କର୍ମୀ ପୂର୍ବତନ ବିଧାୟକ ସମ୍ବିତଙ୍କ ବିରୋଧରେ କଟୁ ଶବ୍ଦ ପ୍ରୟୋଗ କରିଥିଲେ। ସେ ଦଳରେ ବିଭିନ୍ନ ପଦପଦବୀରେ ରହି ଯେଉଁ ସୁବିଧା ସୁଯୋଗ ନେଇଛନ୍ତି ତା’ର ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିନାହିଁ। କିନ୍ତୁ ଅଭିଯୋଗ ଘଟଣାକୁ ନେଇ ୨ ନେତାଙ୍କ ସମର୍ଥକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି।
୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରାଜୟ ଘଟଣାକୁ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିରେ ବସନ୍ତ ଦଳ ବିରୋଧ କାମ କରି ଭାଜପା ପ୍ରାର୍ଥୀଙ୍କ ପାଇଁ ଲୁକ୍କାୟିତ ଭାବେ କାମ କରୁଥିଲେ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା। ଗତ ଜୁଲାଇରେ ବିଜେଡିର ସମ୍ବିତଙ୍କ ସମର୍ଥକମାନେ ବନ୍ଧୁମିଳନ ସଭା କରିଥିଲେ। ସେଥିରେ ବସନ୍ତ ଅନୁପସ୍ଥିତ ଥିଲେ। ପୁଣି ଅଗଷ୍ଟରେ ଜନଜାଗରଣ ଶୋଭାଯାତ୍ରା କରାଯାଇଥିଲା। ସେଥିରେ ମଧ୍ୟ ବସନ୍ତ ଅନୁପସ୍ଥିତ ଥିଲେ। ଏହି ଘଟଣା ପରେ ବସନ୍ତ ସେପ୍ଟେମ୍ବର ୧୧ରେ ସାଙ୍ଗଠନିକ ସଭା କରିଥିଲେ। ସେଥିରେ ଦଳର ଆଗଧାଡିର କର୍ମୀ, ପୂର୍ବତନ ଏମ୍‌ପି କୁଳମଣି ସାମଲ, ରାଜ୍ୟ ସମ୍ପାଦକ ପ୍ରମୋଦ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଭାରେ ସମ୍ବିତ କିମ୍ବା ତାଙ୍କ ସମର୍ଥକ ନ ଥିଲେ। ସେହି ସଭା ପରେ ଏବେ ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ…

ବେଲ୍‌ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରସେଲ୍ସ, ୩ା୧୧: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍‌ଙ୍କୁ…

କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ…

ଭଗବାନ୍‌ଙ୍କ ମିଜାଜ ମଣିଷ ତିଆରି

ଧର୍ମର ଧାରଣା ଆଣି ମଣିଷ ଭଗବାନ୍‌ ତିଆରିକଲା ପରେ ଭଗବାନ୍‌ଙ୍କ ମିଜାଜ ବା ମୁଡ୍‌ ବି ତିଆରିକଲା। ଭଗବାନ୍‌ଙ୍କ ସାମର୍ଥ୍ୟ ବର୍ଣ୍ଣନା କରିବାକୁ ଯାଇ ଭଗବାନ୍‌ଙ୍କୁ ଯାଦୁକର…

ଆଦାନୀ ଓ ନରାଜ ଡାଟା ସେଣ୍ଟର

କଟକ ଜିଲା ନରାଜ ବ୍ୟାରେଜ ନିକଟସ୍ଥ ୨୫୦ ଏକର ଜମିରେ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର ପାଇଁ କାମ ଆରମ୍ଭ ହୋଇଗଲାଣି। ଆଦାନୀ ଗ୍ରୁପ୍‌ର…

ଏଇ ଭାରତରେ

ଶିଖିବା ଓ ଶିଖାଇବା ପ୍ରବୃତ୍ତି ଜୀବନର ଶେଷ ଯାଏ ରହେ। ମଣିଷ ପାଖରେ ଯେଉଁ ଜ୍ଞାନ ଓ କଳା ଥାଏ ତାହାକୁ ସେ ଜୀବନର ଅପରାହ୍ନରେ ବି…

IPLକ୍ୟାଲେଣ୍ଡରରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଲଲିତ ମୋଦି: ଦେଲେ ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ,୩।୧୧: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଫ୍ରାଞ୍ଚାଇଜ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଆୟୋଜନକୁ ନେଇ ବଡ଼ ପ୍ରସ୍ତାବ ଦେଇଛନ୍ତି ଲିଗ୍‌ର ପ୍ରତିଷ୍ଠାତା ଲଲିତ ମୋଦି।…

ସ୍ଥଳଭାଗ ଛୁଇଁଲା ‘ମୁରାସୁ’: ୧୨୦ କିମି ବେଗରେ ବହୁଛି ପବନ, ୫ ରାଜ୍ୟରେ ହାଇଆଲର୍ଟ

ଅମରାବତୀ,୩।୧୧: ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ମୁରାସୁ’ର ପ୍ରଭାବ ଆରମ୍ଭ ହୋଇଛି। ଓଙ୍ଗୋଲ ନିକଟ ଦକ୍ଷିଣ ଉପକୂଳ ଅଞ୍ଚଳରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?